ପୂର୍ବତଟ ରେଳପଥ ୨୦୨୪-୨୫ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ସଫଳତାର ସହିତ ମୋଟ ୨୮୧.୫ କିଲୋମିଟର ନୂତନ ରେଳ ଲାଇନ ଏବଂ ମଲ୍ଟି-ଟ୍ରାକିଂ ସଂଯୋଗ କରିଛି ଯାହା ପୂର୍ବ ଆର୍ଥିକ ବର୍ଷର ୧୮୭.୨ କିଲୋମିଟର ତୁଳନାରେ ୫୦% ବୃଦ୍ଧି ହୋଇଛି। କୋରାପୁଟ-ସିଙ୍ଗାପୁର ରୋଡ (ରାୟଗଡା) ଦୋହରୀକରଣ ପ୍ରକଳ୍ପର ଲକ୍ଷ୍ମୀପୁର ରୋଡ-ସିଙ୍ଗରମ-ଟିକିରି ମଧ୍ୟରେ ୨୨.୯୪ କିମି ଦୀର୍ଘ ରେଳ ଲାଇନ, କିରାଣ୍ଡୁଲ-ଜଗଦଳପୁର ଦୋହରୀକରଣ ପ୍ରକଳ୍ପର ଦନ୍ତେୱାଡା-କମଲୁର ଏବଂ ବଛେଲି-କିରାଣ୍ଡୁଲ ରେଳ ସେକ୍ସନ ମଧ୍ୟରେ ମୋଟ ୨୩.୬୪ କିମି ର୍ଦଘ୍ୟ ରେଳ ଲାଇନ, ବୁଢାପଙ୍କ-ଶାଳଗାଁ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ପ୍ରକଳ୍ପର ଢେଙ୍କାନାଳ-ସଦାଶିବପୁର-ହିନ୍ଦୋଳ ରୋଡ଼ ମଧ୍ୟରେ ୪୦.୬୨ କିଲୋମିଟର ଦୀର୍ଘ ରେଳ ଲାଇନ, ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ମଧ୍ୟରେ ସୋନପୁର-ପୁରୁନାକାଟ ୭୩.୧୬ କିମି ଦୀର୍ଘ ରେଳ ଲାଇନ୍, କୋଟାଭାଲାସା-କୋରାପୁଟ ଦୋହରୀକରଣ ପ୍ରକଳ୍ପ ମଧ୍ୟରେ ଦର୍ଲିପୁଟ-ଗୋରାପୁର ମଧ୍ୟରେ ୧୨.୬୫ କିମି ଦୀର୍ଘ ରେଳ ଲାଇନ, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ ପ୍ରକଳ୍ପ ମଧ୍ୟରେ ରାଣୀତାଲ (ଭଦ୍ରକ) ଜଙ୍କଶନ କ୍ୟାବିନ-ଭଦ୍ରକ ମଧ୍ୟରେ ୫ କିଲୋମିଟର ଦୀର୍ଘ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି।
ଏହା ବ୍ୟତୀତ ତାଳଚେର-ବିମଳାଗଡ଼ ନୂତନ ରେଳ ଲାଇନର ସମଲ-ପରବିଲ (୬.୫୩ କିଲୋମିଟର), କୋଟାଭାଲାସା-କୋରାପୁଟ ଦୋହରୀକରଣ ପ୍ରକଳ୍ପର ଡ଼ର୍ଲିପୁଟ-ପଡୁଆ (୯.୭୭ କିଲୋମିଟର), କରାକାଭାଲାସା-ସିମିଲିଗୁଡା (୯ କିମି) ଏବଂ ସୁକୁ-କୋରାପୁଟ (୧୧.୨୮ କିମି), ବୁଢାପଙ୍କ-ଶାଳଗାଁ ତୃତୀୟ ଏବଂ ଚତୁର୍ଥ ଲାଇନ ପ୍ରକଳ୍ପର ହିନ୍ଦୋଳ ରୋଡ଼-ମେରାମଣ୍ଡଳୀ ମଧ୍ୟରେ (୨୭.୨୮ କିମି), କୋରାପୁଟ-ସିଙ୍ଗାପୁର ରୋଡ଼ ଦୋହରୀକରଣ ପ୍ରକଳ୍ପର ବାଇଗୁଡ଼ା-କାକିରିଗୁମା ମଧ୍ୟରେ (୧୨.୩୯ କିମି), ଜରପଡା-ବୁଢାପଙ୍କ ତୃତୀୟ ଏବଂ ଚତୁର୍ଥ ଲାଇନ ପ୍ରକଳ୍ପର ତାଳଚେର-ତାଳଚେର ରୋଡ଼ (୬.୫୦ କିମି), କୋରାପୁଟ-ଜଗଦଳପୁର ଦୋହରୀକରଣ ପ୍ରକଳ୍ପର ମାନବର-ଜରାତି (୯.୩୪ କିମି) ଏବଂ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପର ବୈତରଣୀ ରୋଡ଼-ଯାଜପୁର କେନ୍ଦୁଝର ରୋଡ଼ (୧୧.୬୦ କିମି) ରେଳ ମାର୍ଗ ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି। ନୂତନ ରେଳ ଲାଇନ ଓ ମଲ୍ଟି ଟ୍ରାକିଙ୍ଗ ନିର୍ମାଣ ସହ ୨୦୨୪-୨୫ରେ ରେଳ ସଂଯୋଗୀକରଣ ଉପଲବ୍ଧିଗୁଡ଼ିକ ଭବିଷ୍ୟତର ଅଭିବୃଦ୍ଧି ପାଇଁ ଏକ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବା ସହ ସୁରକ୍ଷା, ସ୍ଥାୟିତ୍ୱତା ଏବଂ ଯାତ୍ରୀସେବା ପ୍ରତି ଧ୍ୟାନ ଦିଅଯାଇଛି।
Prev Post
Comments are closed.