ଯୋଗଗୁରୁ ରାମଦେବଙ୍କ ୩୧ତମ ସନ୍ୟାସ ଦିବସ

Share It

ହରିଦ୍ୱାର ପତଞ୍ଜଳି ଓ୍ବେଲନେଶ୍‌ ଫେଜ୍‌-୨ସ୍ଥିତ ଯୋଗଭବନ ସଭାକକ୍ଷରେ ଯୋଗଗୁରୁ ରାମଦେବଙ୍କ ୩୧ତମ ସନ୍ୟାସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବୈଦିକ କାର୍ଯ୍ୟକ୍ରମ, ନବରାତ୍ରୀ ଯଜ୍ଞ ଓ କନ୍ୟା ପୂଜନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଆଚାର୍ଯ୍ୟ ବାଳକୃଷ୍ଣ ଯୋଗଗୁରୁ ରାମଦେବଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏନେଇ ବାବା ରାମଦେବ କହିଲେ, ମୁଁ ୩୦ ବର୍ଷର ସନ୍ନ୍ୟାସୀ ଜୀବନ ଯାପନ କରିସାରିଥିବାବେଳେ ୩୧ତମ ବର୍ଷରେ ପାଦଦେଇ ଖୁସି ଅଛି। ସନ୍ନ୍ୟାସୀଙ୍କ ଗୋଟିଏ ଧର୍ମ ରହିଛି। ଯୋଗଧର୍ମ, ରାଷ୍ଟ୍ରଧର୍ମ, ସେବାଧର୍ମ ଏବଂ ଯୁଗଧର୍ମ ନିର୍ବାହ କରି ରାଷ୍ଟ୍ରକୁ ସ୍ବାସ୍ଥ୍ୟ ସହ ସମୃଦ୍ଧି ଏବଂ ସଂସ୍କାର ଦେବା। ଏହି ଅବସରରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏଥବରେ ଅନେକ ସାଧୁସନ୍ଥଙ୍କ ସମେତ ଯୋଗ ମନ୍ଦିର ରାମମୁଲକ ଦରବାରର ଯୋଗ ଆଚାର୍ଯ୍ୟ ସ୍ବାମୀ ଲାଲ ଜୀ ମଧ୍ୟ ସାମିଳ ହୋଇଥିଲେ। ଏହି ଶୋାଭଯାତ୍ରା ପବିତ୍ର ଗଙ୍ଗାତଟରେ ପହଞ୍ଚତ୍ବାରେ ୬ଜଣ ବିଦ୍ୱାନ ଏବଂ ଜଣେ ବିଦୂଷୀ ନୈଷ୍ଠିକ ବ୍ରହ୍ମଚର୍ଯ୍ୟ ଦୀକ୍ଷା ଗ୍ରହଣ କରିଥିଲେ। ଶନିବାର ରାତିରେ ଆୟୋଜିତ କନ୍ୟାପୂଜନ କାର୍ଯ୍ୟକ୍ରମରେ କନ୍ୟାମାନଙ୍କର ପାଦଧୋଇ ଭୋଜନ କରାଇଥିଲେ।


Share It

Comments are closed.