ହୁକା ପ୍ରେମରେ ପାଗଳ ଯୁବ ପିଢ଼ି

Share It

ବ୍ରହ୍ମପୁର: ବ୍ରହ୍ମପୁର ସହରର ହୁକା ବାରଗୁଡ଼ିକ ନବଯୁବକ ଓ ନାବାଳକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଗଭୀର ଚିନ୍ତାର କାରଣ ହୋଇଉଠିଛି। ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ, ଅନେକ ଛାତ୍ରଛାତ୍ରୀ ଗୁଟଖା ଓ ହୁକା ଉପଭୋଗ କରି ନିଶାରେ ରହୁଛନ୍ତି, ଯାହା ତାଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଏକ ଗଭୀର ଅସୁବିଧା ଉତ୍ପନ୍ନ କରୁଛି।

ଏହି ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରି, ବ୍ରହ୍ମପୁର ପୋଲିସ କିଛି ନିର୍ଦ୍ଦିଷ୍ଟ ହୁକା ବାର ଉପରେ ଚଢ଼ାଉ କରିଛି। ପୋଲିସ ସୂଚନା ଅନୁଯାୟୀ, ୯ଟି ସ୍ଥାନର ୭ଟି  ଲୋକେସନରେ ଛପା ମାରି ୪୭ଟି ହୁକା ପୋଟ୍ ଜବତ କରାଯାଇଛି। ଏହି ଅଭିଯାନରେ ୫ଟି ପୋଲିସ ଟିମ୍ ଅଂଶଗ୍ରହଣ କରିଥିଲେ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।

ବରିଷ୍ଠ ଆଇନଜୀବୀ ଶ୍ରୀ ଦୀପକ ପଟ୍ଟନାୟକ କହିଛନ୍ତି ଯେ, ନିୟମ ଅନୁଯାୟୀ କୌଣସି ନାବାଳକ ବାର ଭିତରକୁ ଯିବାକୁ ଅନୁମତି ନାହିଁ। ଯଦି କୌଣସି ହୁକା ବାର ଏହି ନିୟମ ଭଙ୍ଗ କରି ନାବାଳକମାନଙ୍କୁ ଉପଭୋଗ କରିବାର ସୁଯୋଗ ଦେଉଛି, ତାହା ଏକ ଗମ୍ଭୀର ଅପରାଧ ଏବଂ ଏହା ଉପରେ କଡ଼ା ଅଭିଯାନ ଜାରି ରହିବ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ଼. ପ୍ରୀୟଜିତ ଜେନାଙ୍କ କଥାନୁସାରେ, ଏକ ହୁକା ଟାଣିବା ୪୦-୫୦ଟି ସିଗାରେଟ୍ ସମାନ କ୍ଷତିକାରକ। ଏହା ମନୁଷ୍ୟର ଫେଫସା, ହୃଦୟ, ଏବଂ ସମଗ୍ର ଶରୀର ପାଇଁ ବହୁତ କ୍ଷତିକାରକ।

ପୋଲିସ ଏହି ଅବୈଧ କାର୍ଯ୍ୟକଳାପ ବିରୋଧରେ ଅଭିଯାନ ଜାରି ରଖିବ ଏବଂ ବ୍ରହ୍ମପୁର ରେ ମଧ୍ୟ ନିୟମନୀତ ବ୍ୟବସାୟ ବ୍ୟବସ୍ଥା କୋରିବାକୁ ପ୍ରତିଶ୍ରୁତ। ଅଭିଭାବକମାନେ ମଧ୍ୟ ତାଙ୍କର ପିଲାଙ୍କ ଉପରେ ତଦାରଖ ରଖିବା ଉଚିତ ବୋଲି ପୋଲିସ ଅନୁରୋଧ କରିଛନ୍ତି।


Share It

Comments are closed.