ମହାବୀର ଡେଞ୍ଜର କିଙ୍ଗ ଜିତିଲା ଭାଇଚାରା କ୍ରିକେଟ୍ ଟ୍ରଫି

Share It

ଚୌଦ୍ୱାର: ପିଲା ଠୁ ବୃଦ୍ଧା ପର୍ଯ୍ୟନ୍ତ କ୍ରିକେଟ୍ ଖେଳ ସମସ୍ତଙ୍କର ପସନ୍ଦ । ଆଉ ଏହି ଖେଳ ଏବେ ଏତେ ଯେ ନିଆରା ହୋଇଯାଇଛି ଯେ, ଗୋଟିଏ ସାହିରୁ ଅନେକ କ୍ରୀଡାବିତ୍ ବାହାରି ନିଜ ନିଜ ଭିତରେ ଏକାଠି ହୋଇ ଖେଳି ଭାଇଚାରାର ସମ୍ପର୍କକୁ ବୃଦ୍ଧି କରି ସାରା ଅଞ୍ଚଳକୁ ଗର୍ବ ଓ ଗୌରବର ଅନୁଭୂତି ଆଣି ଦେଇଛନ୍ତି । ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତର ସିମିଳିହାଣ୍ଡ ଗ୍ରାମର ନୂଆସାହିରୁ ଆରମ୍ଭ ହୋଇଛି ଏହି ଭାଇଚାରା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ତେବେ ଉକ୍ତ ସାହିରୁ ପାଖାପାଖି ଅନେକ ଖେଳାଳି ଏକାଠି ହୋଇ ୪ଗୋଟି ଟିମରେ ବିଭକ୍ତ ହୋଇ ଖେଳ ଆରମ୍ଭ କରିଥିଲେ । ଦୁଇ ଦିନ ଧରି ସ୍ଥାନୀୟ ବାଲୁଙ୍କେଶ୍ୱର ଖେଳ ପଡ଼ିଆରେ ଏହି ରାତ୍ରିକାଳୀନ ମ୍ୟାଚ୍ ଆରମ୍ଭ ହୋଇଥିଲା । ମେଣ୍ଟାଲ ଫାୟାର ଅଧିନାୟକ ଭାବେ ମନୋଜ ଲେଙ୍କା ,ମହାବୀର ଡେଞ୍ଜର ଅଧିନାୟକ ଭାବେ ସାଗର ସାହୁ, ବିନ୍ଦାସ୍ ଇଲେଭେନ ଅଧିନାୟକ ଭାବେ ଧନଞ୍ଜୟ ବରାଳ ଓ ବ୍ରାଇଟ୍ ଷ୍ଟାର୍ ଅଧିନାୟକ ଭାବେ ଚନ୍ଦ୍ରକାନ୍ତ ଲେଙ୍କା ଏହି ୪ ଗୋଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ ବିନ୍ଦାସ ଇଲେଭେନ ସହ ମହାବୀର ଡେଞ୍ଜର କିଙ୍ଗ ଖେଳାଯାଇଥିଲା । ପ୍ରଥମେ ବିନ୍ଦାସ ଇଲେଭେନର କ୍ୟାପଟେନ ଧନଜୟ ବରାଳ ଟଚ୍ ଜିତି ୮ ଓଭରରେ ୫ ୱିକେଟ ବିନିମୟରେ ୯୨ ରନ ସଂଗ୍ରହ କରିଥିଲା ବେଳେ ମହାବୀର ଡେଞ୍ଜର କିଙ୍ଗ କ୍ୟାପଟେନ ସାଗର ସାହୁଙ୍କ ନେତୃତ୍ୱରେ ଏହି ରନ୍ କୁ ଚେଜ୍ କରି ୯ ୱିକେଟ ୧୩ ଟି ବଲ ବାକି ଥାଇ ମ୍ୟାଚ୍ ଟିକୁ ଜିତି ଯାଇଛି । ତେବେ ଏହି ମ୍ୟାଚରେ ଦୀପ୍ତି ରଞ୍ଜନ ବେଉରା ମ୍ୟାନ ଅଫ ଦି ମ୍ୟାଚ୍‌, ଦେବେନ୍ଦ୍ର ସାହୁଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣମେଣ୍ଟ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ମ୍ୟାଚକୁ ସମ୍ପାଦକ ନିହାର ରଞ୍ଜନ ବେଉରା, ସଭାପତି ଭଜମନ ବରାଳ, କୋଷାଧ୍ୟକ୍ଷ ଦେବାଶିଷ ବରାଳ, ଉପସଭାପତି ଗୌରାଙ୍ଗ ପ୍ରଧାନ,ଭବାନୀ ଶଙ୍କର ଚରଣ ପରିଚାଳନା କରିଥିଲେ। ଶେଷରେ ସଂଯୋଜକ ଦୀପକ କୁମାର ବରାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।ତେବେ ଗୋଟିଏ ସାହିରୁ ଏକାଠି ହୋଇ ଏଭଳି ଭାଇଚାରା ସହ ମ୍ୟାଚ୍ କରିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଛନ୍ତି ।


Share It

Comments are closed.