ଆମେରିକାର ପ୍ରତିରକ୍ଷା ବଜାରରେ ପ୍ରବେଶ ସହିତ ବିଶ୍ୱ ମାନଚିତ୍ରରେ ଓଡିଶାକୁ ସ୍ଥାନିତ କରିଛି ବନ୍ଭି ଏରୋ
କମ୍ପାନୀ ଚଳିତ ବର୍ଷ ମେ’ ମାସରେ ୟୁଏସ୍ରେ ଐତିହାସିକ ଚୁକ୍ତି ସ୍ୱାକ୍ଷର କରିବ- ଭୁବନେଶ୍ୱର-ସ୍ଥିତ ଡିପ୍-ଟେକ ଷ୍ଟାର୍ଟଅପ ପାଇଁ ଏହା ଏକ ଗର୍ବର ମୁହୂର୍ତ
ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ଡିପ-ଟେକ ଷ୍ଟାର୍ଟଅପ, ବନ୍ଭି ଏରୋକୁ ପ୍ରତିଷ୍ଠିତ ୟୁଏସ ପ୍ରତିରକ୍ଷା ଓ ଏରିଏଲ ମୋବିଲିଟି ମାର୍କେଟରେ ପ୍ରବେଶ କରିବା ପାଇଁ ଚୟନ କରାଯାଇଛି, ଯାହାକି ଓଡିଶାର ଉଦ୍ଭାବନ ଇକୋସିଷ୍ଟମ ପାଇଁ ଏକ ଐତିହାସିକ ସଫଳତା ଅଟେ । ଆଇ୨ଏ (ଇଣ୍ଡିଆ ଟୁ ଆମେରିକା) ଲଂଚପ୍ୟାଡ ଅଧିନରେ ଗ୍ରହଣ କରିଥିବା ସହାୟତାର ଅଂଶ ଭାବେ, ବନ୍ଭି ଏରୋ ଆନ୍ତର୍ଜାତୀୟ ପ୍ରଭାବ ପାଇଁ ଏହାର ଦ୍ୱେତ ଉପଯୋଗ (ପ୍ରତିରକ୍ଷା ଓ ନାଗରିକ)କୁ ବିସ୍ତାର କରିବା ଉପରେ ଗୁରୁତ୍ୱ ଦେଇ ବର୍ତମାନ ୟୁ.ଏସ. ଡିପାର୍ଟମେଂଟ ଅଫ୍ ଡିଫେନ୍ସ (ଡିଓଡି) ଏବଂ ଡିପାର୍ଟମେଂଟ ଅଫ୍ ହୋମ୍ଲ୍ୟାଣ୍ଡ ସିକ୍ୟୁରିଟି (ଡିଏଚଏସ) ସହ ସମ୍ଭାବ୍ୟ ସହଭାଗିତାଗୁଡିକୁ ଅନ୍ୱେଷଣ କରିବା ପାଇଁ ସୁବ୍ୟବସ୍ଥିତ ରହିଛି ।
ଫେଡଟେକ ଓ ଇଣ୍ଡସ ବ୍ରିଜ ଭେଂଚର୍ସ ଦ୍ୱାରା ପରିଚାଳିତ ଆଇ୨ଏ ଲଂଚପ୍ୟାଡ, ପ୍ରତିରକ୍ଷା କ୍ଷେତ୍ରର ଆଧୁନିକୀକରଣ ଓ ଜରୁରୀ ଭିତିଭୂମି ସ୍ଥିରତା କ୍ଷେତ୍ରରେ ଉଭୟ ଦେଶର ରଣନୈତିକ ପ୍ରାଥମିକତା ସହ ଜଡିତ ଥିବା ଷ୍ଟାର୍ଟଅପ୍ଗୁଡିକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି । ପୋଷ୍ଟ-ପ୍ରୋଗ୍ରାମ ଆକ୍ସିଲରେଶନ ପାଇଁ ବନ୍ଭି ଏରୋର ଚୟ୍ନ ଏକ ଅତ୍ୟଧିକ ପ୍ରତିଯୋଗୀପୂର୍ଣ୍ଣ କୋହର୍ଟରେ ଏହାର ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ୟୁଏସ ବଜାରରେ ବିସ୍ତାର କରିବା ପାଇଁ ଏହାର ପ୍ରସ୍ତୁତିର ଏକ ବଡ ପ୍ରମାଣ ଅଟେ । ଏହି ସଫଳତା କେବଳ କମ୍ପାନୀର ଆଧୁନିକ ଟେକ୍ନୋଲୋଜିକୁ ବୈଧ କରୁନାହିଁ ବରଂ ବିଶ୍ୱର ଏରୋସ୍ପେଶ ମାନଚିତ୍ରରେ ଓଡିଶାର ଆଗମନକୁ ଚିହ୍ନିତ କରୁଛି ।
ଏସମ୍ପର୍କରେ ବନ୍ଭି ଏରୋର ସିଇଓ ସତ୍ୟବ୍ରତ ଶତପଥୀ କହିଛନ୍ତି, “ଆମେ ପ୍ରମୁଖ ଏମ୍ଓୟୁଗୁଡିକୁ ସ୍ୱାକ୍ଷର କରିବା ଏବଂ ଆମର ୟୁଏଭି ଟେକ୍ନୋଲୋଜିକୁ ବୈଧ କରିବା ପାଇଁ ଟେଷ୍ଟ ବେଡ୍ଗୁଡିକୁ ଚିହ୍ନଟ କରିବା ଲାଗି ଆସନ୍ତା ମେ’ ମାସରେ ଆମେରିକା ଗସ୍ତ କରିବୁ । ଏହା କେବଳ ଏକ ବନ୍ଭି ମୁହୂର୍ତ ନୁହେଁ- ଏହା ଓଡିଶା ପାଇଁ ଏକ ଗର୍ବର ମୁହୂର୍ତ ଅଟେ । ଆମେ ପ୍ରମାଣିତ କରୁଛୁ ଯେ, ଆନ୍ତର୍ଜାତୀୟ ଉଦ୍ଭାବନ ଆମ ମାଟିରୁ ବିକଶିତ ହୋଇପାରିବ ।”
ବନ୍ଭି ଏରୋ ପୂର୍ବରୁ ହିମାଳୟରେ ନିଜର କ୍ଷମତା ପ୍ରଦର୍ଶିତ କରିସାରିଛି । ଏହା ନିଜର ଫୁଲି ଅଟୋନୋମସ ଲଜିଷ୍ଟିକ୍ସ ଡ୍ରୋନଗୁଡିକ ସହ ଭାରତୀୟ ସେନାକୁ ସହଯୋଗ କରିଛି ଯାହା ୧୯୦୨୪ ଫୁଟ ଉଚ୍ଚତାରେ ୩୦ କେଜି ପର୍ଯ୍ୟନ୍ତ ସାମଗ୍ରୀ ପରିବହନ କରିପାରିବ, ଯାହାକି ଏକ ବିଶ୍ୱ ରେକର୍ଡ ଅଟେ । ଏହି ସମାନ ଟେକ୍ନୋଲୋଜିକୁ ଏବେ ୟୁଏସରେ ଗ୍ରୀନ ୟୁଏଏସ ଓ ବ୍ଲୁ ୟୁଏଏସ ପ୍ରୋଗ୍ରାମଗୁଡିକ ଅଧିନରେ ସାର୍ଟିଫିକେଶନ ପାଇଁ ପ୍ରସ୍ତୁତ କରାଯାଉଛି ଯାହା ସାଇବରସିକ୍ୟୁରିଟି ଓ ମିଶନ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଛି ।
ସ୍ୱଦେଶୀ ଉଦ୍ଭାବନ ପ୍ରତି କମ୍ପାନୀର ଏକାଗ୍ରତା ଓ ପ୍ରତିବଦ୍ଧତା ସମ୍ପର୍କରେ ବ୍ୟକ୍ତ କରି ଶ୍ରୀଯୁକ୍ତ ଶତପଥୀ କହିଛନ୍ତି, “ଆମର ଡ୍ରୋନ ପ୍ଲାଟଫର୍ମଗୁଡିକୁ ଗର୍ବର ସହ ଭାରତରେ ଡିଜାଇନ, ବିକାଶ ଓ ବହୁମାତ୍ରାରେ ନିର୍ମାଣ କରାଯାଉଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନଗୁଡିକ ଚାଇନିଜ କଂଟେଂଟ ମୁକ୍ତ ଅଟେ, ଯାହା ବିଶ୍ୱବ୍ୟାପୀ ସମ୍ବେଦନଶୀଳ ପ୍ରତିରକ୍ଷା ପ୍ରଣାଳୀଗୁଡିକରେ କୌଣସି ପ୍ରକାରର ପ୍ରୟୋଗ ପାଇଁ ଏକ ଜରୁରୀ ଆବଶ୍ୟକତା ଅଟେ । ଆମର ମୂଳ ଟେକ୍ନୋଲୋଜିଗୁଡିକୁ ରଣନୈତିକ ସ୍ୱାୟତତା ଏବଂ ଯୋଗାଣ ଶୃଙ୍ଖଳାର ଏକାଗ୍ରତା ଉପରେ ସ୍ପଷ୍ଟ ଗୁରୁତ୍ୱ ସହିତ ନିର୍ମାଣ କରାଯାଉଛି ଯାହାକି ଭୁବନେଶ୍ୱରରେ ଆମର ବେସ୍ରେ ଆମେ ଅନୁପାଳନ କରୁଥିବା ମୂଳ ସିଦ୍ଧାନ୍ତ ଅଟେ ।”
ଶ୍ରୀଯୁକ୍ତ ଶତପଥୀ ଏବଂ ସହପ୍ରତିଷ୍ଠାତା ଗୌରବ ଆଚାଙ୍କ ସମେତ ଏହି କମ୍ପାନୀକୁ ୬ ଜଣ ଆଗ୍ରହୀ ଉଦ୍ଭାବକ ୨୦୨୧ରେ ସ୍ଥାନ କରିଥିଲେ, ଯିଏକି ବ୍ୟାଟେରୀ-ପରିଚାଳିତ, ସେଲ୍ଫ-ଫ୍ଲାୟିଙ୍ଗ ଡ୍ରୋନ ସିଷ୍ଟମଗୁଡିକର ବବହାର କରି ଆକାଶପଥରେ ପରିବହନକୁ ବୈପ୍ଳବିକ କରିବାର ଏକ ମିଳିତ ଲକ୍ଷ୍ୟ ରଖିଥିଲେ । ସେମାନଙ୍କର ଫ୍ଲାଗସିପ ଡ୍ରୋନଗୁଡିକ କେବଳ ସଂଘର୍ଷ ପ୍ରଭାବିତ ଅଂଚଳ ଏବଂ ଦୁର୍ଗମ ଅଂଚଳଗୁଡିକରେ ଜରୁରୀ ସାମଗ୍ରୀ ପହଂଚାଇବାକୁ ସକ୍ଷମ ନୁହନ୍ତି ବରଂ ଏଗୁଡିକ ଉଭୟ ଭାରତ ଓ ଆନ୍ତର୍ଜାତୀୟ ସହଯୋଗୀଙ୍କ ପାଇଁ ଯୋଗାଣ ଶୃଙ୍ଖଳା ସ୍ଥିରତା ଗଠନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।
ଏସମ୍ପର୍କରେ ବନ୍ଭି ଏରୋର ଗଭର୍ଣ୍ଣମେଂଟ ଆଫାୟାର୍ସ ଆଣ୍ଡ ପବ୍ଲିକ ପଲିସି ବିଭାଗର ମ୍ୟାନେଜର ବୈଭବ ପଟେଲ କହିଛନ୍ତି, “ଆମର ଲକ୍ଷ୍ୟ ହେଉଛି ପ୍ରତିରକ୍ଷା କ୍ଷେତ୍ର ହେଉ କିମ୍ବା ବିପର୍ଯ୍ୟୟ ପରିଚାଳନା କିମ୍ବା ସ୍ୱାସ୍ଥ୍ୟସେବା କ୍ଷେତ୍ର ଡେଲିଭରି ପାଇଁ – ମଧ୍ୟମ ଦୂରତା ଓ ଶେଷ ଦୂରତା ପରିବହନ ସମସ୍ୟାଗୁଡିକର ସମାଧାନ କରିବା । ଏଗୁଡିକ ସାର୍ବଜନିନ ସମସ୍ୟା ଏବଂ ଓଡିଶା ବର୍ତମାନ ଆନ୍ତର୍ଜାତୀୟ ସମାଧାନର ଅଂଶ ଅଟେ ।”
ଭବିଷ୍ୟତକୁ ଦୃଷ୍ଟିରେ ରଖି ବନ୍ଭି ଏରୋ ମାନବବିହୀନ ଆକାଶମାର୍ଗ ଯାତାୟତ ମାଧ୍ୟମରେ ସହର ମଧ୍ୟରେ ଓ ଅଧିକ ଦୂରତାର ପରିବହନକୁ ଉନ୍ମୋଚନ କରି ୧୮୦୦୦ ଫୁଟ ଉଚ୍ଚତାରେ ୫୦ କେଜିର ସାମଗ୍ରୀ ଏବଂ ୩୦୦ କିମିରେ ୫୦୦ କେଜି ପର୍ଯ୍ୟନ୍ତ ସାମଗ୍ରୀ ପରିବହନ କରିବା ପାଇଁ ଏହାର ଡ୍ରୋନ ସିଷ୍ଟମଗୁଡିକୁ ଉନ୍ନତ ଓ ବିସ୍ତାର କରିବାକୁ ଯୋଜନା ରଖିଛି ।
ଏହା କେବଳ ଏକ ବ୍ୟବସାୟିକ ସଫଳତା ନୁହେଁ- ଏହା ଆନ୍ତର୍ଜାତୀୟ ଟେକ୍ନୋଲୋଜି କ୍ଷେତ୍ରରେ ଓଡିଶାର ବଢୁଥିବା ପ୍ରଭାବ ପ୍ରତି ଏକ ପ୍ରମାଣ ଅଟେ, ଯାହା ଭୁବନେଶ୍ୱରର ଏକ ଷ୍ଟାର୍ଟଅପ କିଭଳି ଆଗରେ ରହି ବିଶ୍ୱର ଜଟିଳତମ ପରିବହନ ଓ ପ୍ରତିରକ୍ଷା କ୍ଷେତ୍ରର ଆହ୍ୱାନଗୁଡିକର ସମାଧାନ କରିପାରୁଛି ତାହାକୁ ପ୍ରଦର୍ଶିତ କରୁଛି । ଓଡିଶାର ରାଜଧାନୀରୁ ଗ୍ଲୋବାଲ ଏୟାରସ୍ପେଶ ପର୍ଯ୍ୟନ୍ତ ଏହି ଯାତ୍ରା, ଲକ୍ଷ୍ୟ, ସ୍ଥିରତା ଓ ବିଶ୍ୱସ୍ତରୀୟ ଉଦ୍ଭାବନର ଏକ କାହାଣୀ ଅଟେ ।
Comments are closed.