ପ୍ରଥମ ରାଉଣ୍ଡ ପରେ ସନରାଇଜର୍ସ ହାଇଦ୍ରାବାଦ ଶୀର୍ଷରେ ଥିବା ବେଳେ ପଞ୍ଜାବ-ଆରସିବି ର ଚମତ୍କାର ପ୍ରଦର୍ଶନ

Share It

ଆଇପିଏଲ୍ ୨୦୨୫ର ଚମତ୍କାର ଆରମ୍ଭ ହୋଇଛି ଏବଂ ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ଦଳ ନିଜ ନିଜ ମ୍ୟାଚ୍ ଖେଳିଛନ୍ତି। ଆଇପିଏଲର ୧୮ତମ ସଂସ୍କରଣ ମାର୍ଚ୍ଚ ୨୨ରେ ଗତବର୍ଷର ଚାମ୍ପିୟନ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ମ୍ୟାଚ୍ ସହିତ ଆରମ୍ଭ ହୋଇଥିଲା। ପ୍ରଥମ ରାଉଣ୍ଡର ଶେଷ ମ୍ୟାଚ୍ ମଙ୍ଗଳବାର ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା। ପ୍ରତ୍ୟେକ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବା ପରେ ଟେବୁଲର ଶୀର୍ଷରେ ରହିଛି ଗତବର୍ଷର ଉପବିଜେତା ସନରାଇଜର୍ସ ହାଇଦ୍ରାବାଦ।

ହାଇଦ୍ରାବାଦ, ଆରସିବି ଏବଂ ପଞ୍ଜାବ କିଙ୍ଗସ ଆଇପିଏଲ ୨୦୨୫ରେ ଚମତ୍କାର ଆରମ୍ଭ କରିଛନ୍ତି। ସନରାଇଜର୍ସ ଦଳ ଗତ ସିଜନ ଭଳି ଫର୍ମରେ ଥିବା ଜଣାପଡିଛି । ହାଇଦ୍ରାବାଦ ଆଇପିଏଲ ଇତିହାସରେ ସିଜନର ପ୍ରଥମ ମ୍ୟାଚରେ ଦ୍ୱିତୀୟ ସର୍ବାଧିକ ସ୍କୋର କରିଛି । ହାଇଦ୍ରାବାଦ ନିଜ ଘରୋଇ ପଡ଼ିଆରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୨୮୬ ରନ୍ କରି ଚମତ୍କାର ବିଜୟ ହାସଲ କରିଥିଲା। ନେଟ୍ ରନ୍ ରେଟ୍ ଆଧାରରେ ସନରାଇଜର୍ସ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି।


Share It

Comments are closed.