ଭିଜିଲାନ୍ସ ହାତରେ ଧରା ପଡିଲେ ଲାଞ୍ଚୁଆ ଆରଆଇ

Share It

ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ଅନ୍ତର୍ଗତ କେନ୍ଦ୍ରପତି ରାଜସ୍ବ ନିରୀକ୍ଷକ (ଆରଆଇ) ଦୀପ୍ତି ରଞ୍ଜନ ମହାପାତ୍ର ଶ୍ରୀ ସମ୍ପଦ କୁମାର ଦାସ ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ହଜାର ଟଙ୍କା ଲାଞ୍ଚ ମାଗିବା ସହ ତାଙ୍କ ବାପାଙ୍କ ନାମରେ ଜମି ସମ୍ପତ୍ତି ସମ୍ପର୍କରେ ତଦନ୍ତ ରିପୋର୍ଟ ଦେବା ବେଳେ ଧରାପଡ଼ିଛନ୍ତି। ଅଭିଯୋଗକାରୀ, ପ୍ରାୟ ଏକ ମାସ ହେବ ଉକ୍ତ ରିପୋର୍ଟ ଦେବାକୁ  ଆରଆଇ ଶ୍ରୀ ମହାପାତ୍ରଙ୍କୁ ଅନୁରୋଧ କରି ଆସୁଥିଲା। ତଥାପି ଆରଆଇ ଶ୍ରୀ ମହାପାତ୍ର  ତାଙ୍କ ସହଯୋଗୀ ଶ୍ରୀ ଦାସ (ପ୍ରାଇଭେଟ୍ ପର୍ସନ) ଅଭିଯୋଗକାରୀ କାମ କରାଇବା ପାଇଁ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଅନ୍ୟ କୌଣସି ଉପାୟ ନପାଇ ଅଭିଯୋଗକାରୀ,  ଶ୍ରୀ ମହାପାତ୍ର ଶ୍ରୀ ଦାସ  ତାଙ୍କୁ ନିର୍ଯାତନା ଦେଉଥିବା ନେଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଭିଜିଲାନ୍ସ ଆଜି ଅଭିଯୋଗକାରୀଙ୍କଠାରୁ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅଭିଯୁକ୍ତ ଶ୍ରୀ ଆରଆଇ ମହାପାତ୍ର   ତାର ସହଯୋଗୀ ଶ୍ରୀ ଦାସଙ୍କୁ ଗିରଫ କରିଛି।

ସେମାନଙ୍କ ନିକଟରୁ ପୂରା ନଗଦ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଚଢାଉ ପରେ  ଆରଆଇ ଶ୍ରୀ ମହାପାତ୍ରଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତ ଆରଆଇଙ୍କ ବିରୋଧରେ ଭୁବନେଶ୍ୱର ଭିଜିଲାନ୍ସ ପିଏସ୍ କେସ୍ ନଂ ୦୩/୨୦୨୫, ୟୁ/ଏସ୍ ପିସି (ସଂଶୋଧନ) ଆଇନ, ୨୦୧୮ ରୁଜୁ ହୋଇଛି।


Share It

Comments are closed.