ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ
କେନ୍ଦୁଝର: ସୂଚନା ଅଧିକାର ଆଇନ୍-୨୦୦୫ ଅଧିନିୟମ ୪ (୧) (ଖ) ପୂର୍ଣ୍ଣାଙ୍ଗ କାର୍ଯ୍ୟନ୍ୱୟନ ଉଦ୍ଦେଶ୍ଯରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ, କେନ୍ଦୁଝର ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ଦଳାଇ, ଡେପୁଟି କଲେକ୍ଟର ସୁଶ୍ରୀ ଶ୍ଵେତାଲିନା ସାହୁ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର କିରଣ କୁମାର ନାୟକ, ସହକାରୀ ଜିଲ୍ଲାପାଳ ସରୋଜ କୁମାର ମଲ୍ଲିକ, ସନ୍ତୋଷ କୁମାର ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ବିଷୟ ବିଶାରଦ ରଶ୍ମିରଞ୍ଜନ ରାଉତ ଯୋଗ ଦେଇ (ଡିସ୍କ୍ଲୋଜରର ଅପଡେସନ୍) ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସ୍ୱତପ୍ରବୃତ୍ତ ସୂଚନା ପ୍ରକାଶନ ଉପରେ ପ୍ରଶିକ୍ଷଣ ପ୍ରଦାନ କରିବା ସହ ସୂଚନା ଅଧିକାର ଆଇନ୍ରେ ଦରଖାସ୍ତ ଗ୍ରହଣ ଉତ୍ତର ପ୍ରଦାନ, ଅନ୍ଲାଇନ୍ରେ ସମସ୍ତ ପ୍ରକ୍ରିୟା ସମ୍ପାଦନ କୌଶଳ, ସ୍ବତନ୍ତ୍ର ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା ଆଦି ବିଷୟରେ ବିଶଦ ଆଲୋଚନା କରିଥୁଲେ |
ପ୍ରଶ୍ନୋତ୍ତର ଅଧିବେସନରେ ଅଧିକାରୀ ମାନେ ସୂଚନା ଅଧିକାର ଆଇନ୍ରେ ଆବେଦନ ଗ୍ରହଣ, ଉତ୍ତର ପ୍ରଦାନ କ୍ଷେତ୍ରରେ ସମ୍ମୁଖୀନ ହେଉଥ୍ବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ପ୍ରଶ୍ନ ପଚାରି ନିଜ ନିଜର ସନ୍ଦେହ ମୋଚନ କରିଥିଲେ ।
ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବିଭାଗ କାର୍ଯ୍ୟାଳୟର ପ୍ରଥମ ଅପିଲ କର୍ତ୍ତୃପକ୍ଷ, ଜନସୂଚନା ଅଧିକାରୀ, ସହକାରୀ ଜନସୂଚନା ଅଧିକାରୀ ଉପସ୍ଥିତ ଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Comments are closed.