ଫୋନପେ’ର ଇଣ୍ଡସ ଆପଷ୍ଟୋର ଏବଂ ସାଓମି ଇଣ୍ଡିଆ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା

Share It

ଭୁବନେଶ୍ୱର: ଭାରତର ଆଣ୍ଡ୍ରଏଡ ଆପ ମାର୍କେଟପ୍ଲେସ- ଇଣ୍ଡସ ଆପଷ୍ଟୋର ପକ୍ଷରୁ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟାର ଅଗ୍ରଦୂତ ସାଓମି ଇଣ୍ଡିଆ ସହିତ ଏକ ବହୁବର୍ଷୀୟ ଭାଗିଦାରୀ ସମ୍ପର୍କରେ ଘୋଷଣା କରିଛି । ଏହି ସହଯୋଗ ଭାରତୀୟ ଉପଭୋକ୍ତାଙ୍କ ପାଇଁ ପ୍ରସ୍ତୁତ ଏକ ସ୍ଥାନୀୟ ଡିଜିଟାଲ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଇଣ୍ଡସ୍ ଆପ୍‌ଷ୍ଟୋର ଏବଂ ସାଓମି ଇଣ୍ଡିଆର ମିଳିତ ପ୍ରତିବଦ୍ଧତାକୁ ସୂଚାଉଛି । ଭାରତରେ ସମସ୍ତ ନୂତନ ସାଓମି ସ୍ମାର୍ଟଫୋନରେ ଇଣ୍ଡସ୍ ଆପ୍‌ଷ୍ଟୋରକୁ ସମନ୍ୱିତ କରି ଏବଂ ବର୍ତମାନର ସ୍ମାର୍ଟଫୋନରେ ଗେଟ୍‌ଆପସ କୁ ବଦଳାଇ, ଇଣ୍ଡସ୍ ଆପ୍‌ଷ୍ଟୋରର ଲକ୍ଷ୍ୟ ହେଉଛି ଉପଲବ୍ଧତା, ଆପ ଆବିଷ୍କାର ଏବଂ ଏକ ନିରବଚ୍ଛିନ୍ନ ଉପଭୋକ୍ତା ଅଭିଜ୍ଞତାକୁ ପ୍ରୋତ୍ସାହିତ କରିବା ।
ଏହି ପାର୍ଟନରସିପ ବିଷୟରେ ଇଣ୍ଡସ ଆପଷ୍ଟୋରର ମୁଖ୍ୟ ବ୍ୟବସାୟିକ ଅଧିକାରୀ ପ୍ରିୟା ଏମ ନରସିହ୍ମା କହିଛନ୍ତି, “ଭାରତୀୟ ମୋବାଇଲ ୟୁଜର ଏବଂ ଡେଭଲପରମାନଙ୍କ ପାଇଁ ଏକ ହରିଜୋଂଟାଲ ଆପ ଷ୍ଟୋର ନିର୍ମାଣ କରିବା ଲକ୍ଷ୍ୟରେ ସାଓମି ଇଣ୍ଡିଆ ସହିତ ଆମର ପାର୍ଟନରସିପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅଟେ ।” ସାଓମି ଇଣ୍ଡିଆର ମୁଖ୍ୟ ପରିଚାଳନା ଅଧିକାରୀ ସୁଧୀନ ମାଥୁର ଏହି ଅଗ୍ରଗତି ଉପରେ ମତାମତ ଦେଇ କହିଛନ୍ତି, “ସାଓମି ଇଣ୍ଡିଆରେ ଆମେ ସର୍ବଦା ‘ମେକ ଫର ଇଣ୍ଡିଆ’ ଉଦ୍ଭାବନକୁ ସମର୍ଥନ କରିଆସିଛୁ ଏବଂ ଇଣ୍ଡସ ଆପଷ୍ଟୋର ସହିତ ଏହି ପାର୍ଟନରସିପ ସେହି ଦିଗରେ ଏକ କୌଶଳଗତ ପଦକ୍ଷେପ ଅଟେ । ଆମର ଇକୋସିଷ୍ଟମ ସହିତ ଇଣ୍ଡସ ଆପଷ୍ଟୋରକୁ ଏକୀକୃତ କରି ଆମେ ୟୁଜରମାନଙ୍କୁ ଏକ ନିରବଚ୍ଛିନ୍ନ ଏବଂ ସମୃଦ୍ଧ ଆପ ଆବିଷ୍କାରର ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ଏବଂ ଭାରତୀୟ ଡେଭଲପରମାନଙ୍କୁ ଏକ ବୃହତ ଜନଗୋଷ୍ଠୀ ପାଖରେ ପହଂଚିବାରେ ସହାୟତା କରିଛୁ ।”
ଇଣ୍ଡସ ଆପଷ୍ଟୋରର ଅପଡେଟ ଭର୍ସନର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଡକ୍ଟ ହାଇଲାଇଟ ରହିଛି । ଉପଭୋକ୍ତାମାନେ ୧୨ଟି ଭାରତୀୟ ଭାଷାରେ ଆପ ଆବିଷ୍କାର କରିପାରିବେ, ଯାହା ଆଂଚଳିକ ଭାଷା ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ସେମାନଙ୍କ ପସନ୍ଦର ଆପ ଖୋଜିବାକୁ ସହଜ କରିଥାଏ । ଏକ ଅଭିନବ ଭିଡିଓ ଚାଳିତ ଆପ ଆବିଷ୍କାର ବ୍ୟବସ୍ଥା ଏହାକୁ ଡାଉନଲୋଡ କରିବା ପୂର୍ବରୁ ୟୁଜରମାନଙ୍କୁ ଆପଗୁଡ଼ିକର ସମୃଦ୍ଧ, ସୁଦୃଶ୍ୟ ଝଲକ ପ୍ରଦାନ କରେ । ୧୦ଟି ଭାରତୀୟ ଭାଷାରେ ଭଏସ କମାଣ୍ଡକୁ ସମର୍ଥନ କରେ ଯାହା ସ୍ୱତନ୍ତ୍ର କୀ’ବୋର୍ଡ କିମ୍ବା ଜଟିଳ ଅକ୍ଷର ଇନପୁଟର ଆବଶ୍ୟକତାକୁ ଦୂର କରେ । ୪୫ଟି ବର୍ଗରେ ୫ ଲକ୍ଷରୁ ଅଧିକ ମୋବାଇଲ ଆପ ଏବଂ ଗେମ୍ସକୁ ଆକ୍ସେସ ପ୍ରଦାନ କରେ, ଯାହା ସମସ୍ତ ୟୁଜରଙ୍କ ଚାହିଦା ମେଂଟାଇବା ପାଇଁ ବିଭିନ୍ନ ପ୍ରକାରର ଚୟନକୁ ସୁନିଶ୍ଚିତ କରେ ।


Share It

Comments are closed.