ସାଓମି ଇଣ୍ଡିଆର ସବୁଠାରୁ ଆଡ୍‌ଭାନ୍ସଡ କ୍ୟାମେରା ସ୍ମାର୍ଟଫୋନ ସାଓମି ୧୫ ସିରିଜ ଉନ୍ମୋଚିତ

Share It

ଭୁବନେଶ୍ୱର : ଏକ ଗ୍ଲୋବାଲ ଟେକ୍ନୋଲୋଜି ଲିଡର ସାଓମି ଇଣ୍ଡିଆ ପକ୍ଷରୁ ଔପଚାରିକ ଭାବେ ଏହାର ସାଓମି ୧୫ ସିରିଜର ମୂଲ୍ୟ ଓ ଉପଲବ୍ଧତା ବିବରଣୀ ଉନ୍ମୋଚନ କରାଯାଇଛି । ଲେଇକା ସହ ସହନିର୍ମିତ ଫ୍ଲାଗସିପ ସାଓମି ୧୫ ଅଲ୍‌ଟ୍ରା ୟର୍ଲି ଆକ୍‌ସେସ ପାଇଁ ଆସନ୍ତା ମାର୍ଚ୍ଚ ୧୮ ତାରିଖରୁ ଉପଲବ୍ଧ ହେବ । ଲେଇକା ସମିଲକ୍ସ ଅପ୍ଟିକାଲ ଲେନ୍ସ ଓ ଶକ୍ତିଶାଳୀ ସ୍ନାପଡ୍ରାଗନ ୮ ଏଲିଟ ମୋବାଇଲ ପ୍ଲାଟ୍‌ଫର୍ମ ସହିତ, ସାଓମି ହାଇମରଓଏସ ୨ ଦ୍ୱାରା ପରିଚାଳିତ ସାଓମି ୧୫ ସିରିଜ ନେକ୍ସଟ-ଜେନେରେଶନ ଏଆଇ କ୍ଷମତା, ଉନ୍ନତ ସିଷ୍ଟମ ଅପ୍ଟିମାଇଜେଶନ ଓ ଉତ୍କୃଷ୍ଟ ସଂଯୋଗ ପ୍ରଦାନ କରୁଛି । ଏର୍ଗୋନୋମିକ ଡିଜାଇନରେ ଫ୍ଲାଗ୍‌ସିପ ପ୍ରଦର୍ଶନ ଚାହୁଁଥିବା ଉପଭୋକ୍ତାଙ୍କ ପାଇଁ ଡିଜାଇନ ହୋଇଥିବା ସାସମି ୧୫ରେ ଏକ ୬.୩୬ ଇଂଚ କ୍ରିଷ୍ଟାଲରେସ୍‌ଡାଇନାମିକ ୧-୧୨୦ଏଚଜେଡ ଆମୋଲେଡ ଡିସ୍‌ପ୍ଲେ ସହ ୯୪%ର ସ୍କ୍ରିନ-ଟୁ-ବଡି ରେସିଓ ରହିଛି । ୧୪ ଏମ୍‌ଏମ୍‌ରୁ ୧୨୦ଏମ୍‌ଏମ୍ ପର୍ଯ୍ୟନ୍ତ ଫୋକାଲ ଲେନ୍ଥରେ ପରିବ୍ୟାପ୍ତ ଏହାର ବିବିଧ ଟ୍ରିପଲ-କ୍ୟାମେରା ସିଷ୍ଟମ, ଏଫ୍‌/୧.୬୨ ଆପେରଚର ସହ ଏକ ୫୦ଏମ୍‌ପି ଲେଇକା ସମିଲକ୍ସ ମେନ କ୍ୟାମେରା ଓ ଲାଇଟ ହଂଟର ଫ୍ୟୁଜନ ୯୦୦ ସେନ୍ସର ଦ୍ୱାରା ପରିଚାଳିତ ଅଟେ । ୬୦ଏମ୍‌ଏମ ଲେଇକା ଫ୍ଲୋଟିଂ ଟେଲିଫଟୋ କ୍ୟାମେରା କ୍ଲୋଜ-ଅପ ଫଟୋଗ୍ରାଫିରେ ଉତ୍କର୍ଷ ଫଳାଫଳ ଦେଉଥିବା ବେଳେ ଫାଷ୍ଟସଟ୍ ମୋଟ ଉପଭୋକ୍ତାଙ୍କୁ କେବଳ ୦.୬ ସେକେଣ୍ଡରେ ଫଟୋ କ୍ୟାପଚର କରିବା ପାଇଁ ସକ୍ଷମ କରିଥାଏ ।

୩୦ଏଫ୍‌ପିଏସ୍‌ରେ ୮କେ ଭିଡିଓ ରେକର୍ଡିଂ ଓ ଡଲ୍‌ବି ଭିଜନ ୪କେ ୬୦ଏଫ୍‌ପିଏସ୍ ସହିତ ସାଓମି ୧୫ ପ୍ରତ୍ୟେକ ଫ୍ରେମ ଯେପରି ସିନେମାଟିକ ହେବ ତାହା ନିଶ୍ଚିତ କରିଥାଏ । ସାଓମି ୧୫, ସାଓମି ସର୍ଜ ବ୍ୟାଟେରୀ ମ୍ୟାନେଜମେଂଟ ସିଷ୍ଟମ ଏବଂ ୯୦ୱାଟ ହାଇପରଚାର୍ଜ (ଚାର୍ଜର ସମେତ) ଓ ୫୦ୱାଟ ୱାୟାରଲେସ ଚାର୍ଜିଂ ସହ ଏକ ୫୨୪୦ ଏମ୍‌ଏଏଚ ବ୍ୟାଟେରୀ ଦ୍ୱାରା ପରିଚାଳିତ ହେଉଛି । ସାଓମି ୧୫ ୬୪,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଏବଂ ସାଓମି ୧୫ ଅଲ୍‌ଟ୍ରା ୧୦୯,୯୯୯ ଟଙ୍କାରେ ଉପଲବ୍ଧ ହେବ । ସାଓମି ୧୫ ସିରିଜ କ୍ରୟ ପାଇଁ ଆସନ୍ତା ଏପ୍ରିଲ ୩ ତାରିଖରେ ଏମଆଇ.କମ, ଆମାଜନ ଡଟ୍ ଇନ ଓ ଅଥୋରାଇଜ୍‌ଡ ରିଟେଲ ଷ୍ଟୋରଗୁଡିକରେ ଉପଲବ୍ଧ ହେବ । ସାଓମି ୧୫ ସିରିଜ ପାଇଁ ପ୍ରି-ବୁକିଙ୍ଗ ଏମଆଇ.କମ, ଆମାଜନ ଡଟ୍ ଇନ ଓ ଅଥୋରାଇଜ୍‌ଡ ରିଟେଲ ପାର୍ଟନରଗୁଡିକରେ ଆସନ୍ତା ମାର୍ଚ୍ଚ ୧୯ ତାରିଖ ୨୦୨୫ରୁ ଆରମ୍ଭ ହେବ ଏବଂ ଏହା ଏପ୍ରିଲ ୨ ତାରିଖ , ୨୦୨୫ ପର୍ଯ୍ୟନ୍ତ ଜାରି ରହିବ । ସାଓମି ୧୫ ଅଲ୍‌ଟ୍ରାକୁ ପ୍ରି-ବୁକ୍ କରିଥିବା ଉପଭୋକ୍ତାମାନେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ଫଟୋଗ୍ରାଫି କିଟ୍ – ଲିଜେଣ୍ଡ ଏଡିସନ (୧୧,୯୯୯ ଟଙ୍କା ମୂଲ୍ୟର) ପାଇବେ । ସାଓମି ୧୫କୁ ପ୍ରି-ବୁକ କରିଥିବା ଗ୍ରାହକମାନେ ବିନା ମୂଲ୍ୟରେ ସାଓମି କେୟାର ପ୍ଲାନ (୫୯୯୯ ଟଙ୍କା ମୂଲ୍ୟର) ପାଇବେ ଯାହା ଆକ୍ସିଡେଂଟାଲ ଓ ଲିକ୍ୱିଡ ଡ୍ୟାମେଜ ବିରୋଧରେ କଭରେଜ ପ୍ରଦାନ କରୁଛି ।

 


Share It

Comments are closed.