ଭାରତର ୧୦୦ଟି ସହରକୁ କ୍ୱିକ୍ କମର୍ସ ବିସ୍ତାର କରିଛି ସ୍ୱିଗି ଇନ୍‌ଷ୍ଟାମାର୍ଟ

Share It

କଟକ: ଭାରତର ପ୍ରଥମ କ୍ୱିକ କମର୍ସ ପ୍ଲାଟ୍‌ଫର୍ମ ସ୍ୱିଗି ଇନ୍‌ଷ୍ଟାମାର୍ଟ ଏହାର ସେବାକୁ ଦେଶବ୍ୟାପୀ ୧୦୦ଟି ସହରକୁ ବିସ୍ତାର କରିଛି । ବିଶେଷ କରି ଟିୟର ୨ ଓ ୩ ସହରଗୁଡିକରେ ୧୦ ମିନିଟ୍ ଡେଲିଭରି ପାଇଁ ବଢୁଥିବା ଚାହିଦା ଯୋଗୁଁ କମ୍ପାନୀକୁ ଏହି ସଫଳତା ମିଳିଛି । କେବଳ ଗତ ମାସରେ ସ୍ୱିଗି ଇନ୍‌ଷ୍ଟାମାର୍ଟ ରାୟପୁର, ସିଲିଗୁଡି, ଯୋଧପୁର ଓ ଥାଞ୍ଜାବୁର ଭଳି ସହରରେ ଆରମ୍ଭ ହୋଇଛି, ଯାହା ପ୍ରଥମ ଥର ପାଇଁ ଅନେକ ଲୋକଙ୍କ ନିକଟରେ କ୍ୱିକ କମର୍ସ ବା ଦ୍ରୁତ ବାଣିଜ୍ୟର ସୁବିଧା ପହଂଚାଇଛି । ଏହି ସମ୍ପ୍ରସାରଣ ସହିତ ଲକ୍ଷ ଲକ୍ଷ ନୂଆ ଗ୍ରାହକ ଏବେ ଗ୍ରୋସରୀଠାରୁ ଆରମ୍ଭ କରି ଦୈନନ୍ଦିନ ସାମଗ୍ରୀ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ, ସ୍ମାର୍ଟଫୋନ, ଫ୍ୟାଶନ, ମେକ୍‌ଅପ, ଖେଳନା ଭଳି ୩୦,୦୦୦ରୁ ଅଧିକ ଉତ୍ପାଦ ପାଇପାରିବେ ଏବଂ ଏହି ସମସ୍ତ ଉତ୍ପାଦ କେବଳ ୧୦ ମିନିଟରେ ଡେଲିଭର ହେବ ।

ଏହି ସଫଳତା ସମ୍ପର୍କରେ ସ୍ୱିଗି ଇନ୍‌ଷ୍ଟାମାର୍ଟର ସିଇଓ ଅମିତେଶ ଝା କହିଛନ୍ତି, “ଗତ ଏକ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଭାରତୀୟ ପାର୍ବଣ ଓ ଦୈନନ୍ଦିନ ଆବଶ୍ୟକତା ପାଇଁ ଗ୍ରୋସରୀଠାରୁ ଆରମ୍ଭ କରି ଜରୁରୀ ସାମଗ୍ରୀ ପର୍ଯ୍ୟନ୍ତ ସବୁ କିଛି ପାଇଁ ସ୍ୱିଗି ଇନ୍‌ଷ୍ଟାମାର୍ଟକୁ ଚୟନ କରିଛନ୍ତି । ଆମେ ଲକ୍ଷ୍ୟ କରିଛୁ ଯେ, ଭାରତୀୟ ମେଟ୍ରୋ ସହରଗୁଡିକ ବାହାରେ ସୁବିଧା-ଭିତିକ ରିଟେଲ ବ୍ୟବସାୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଚାହିଦା ରହିଛି, କାରଣ ଉଭୟ ଉପଭୋକ୍ତା ଆଚରଣ ଓ ଦ୍ରୁତ ବାଣିଜ୍ୟର ମୂଲ୍ୟ ପ୍ରସ୍ତାବ ସମାନ ବେଗରେ ବିକଶିତ ହେଉଛି । ୧୦୦ଟି ସହରକୁ ଆମର ସମ୍ପ୍ରସାରଣ ଆମର ପହଂଚକୁ ସୁଦୃଢ କରିଛି ଏବଂ ଆମକୁ ଅଣସେବାପ୍ରାପ୍ତ ଭୌଗୋଳିକ ସ୍ଥାନଗୁଡିକରେ ବଢୁଥିବା ଉପଭୋକ୍ତା ଆବଶ୍ୟକତାକୁ ଉତମ ଭାବେ ପୂରଣ କରିବା ପାଇଁ ଅନୁମତି ଦେଉଛି । ୨୦୨୫ରେ ପ୍ରତି ୪ ଜଣ ନୂଆ ଉପଭୋକ୍ତାଙ୍କ ମଧ୍ୟରୁ ଜଣେ ଟିୟର ୨ ଓ ଟିୟର ୩ ସହରଗୁଡିକରୁ ଆସିଛନ୍ତି, ଯାହା ଦ୍ରୁତ ବାଣିଜ୍ୟ ପାଇଁ ବଢୁଥିବା ଚହିଦାକୁ ସୂଚିତ କରୁଛି । ଏହି ଅଭିବୃଦ୍ଧି ସହିତ ଆମେ ଗ୍ରାହକଙ୍କ ଏକ ବିସ୍ତୃତ ଆଧାର ପାଇଁ ସମାନ ସ୍ତରର ସୁବିଧା, ପସନ୍ଦ ଓ ମୂଲ୍ୟ ଆଣିବା ପାଇଁ ଉତ୍ସାହିତ ଅଛୁ ।”

ବର୍ତମାନର କ୍ରିକେଟ ଓ ପାର୍ବଣ ଋତୁ ସହିତ ସ୍ୱିଗି ଇନ୍‌ଷ୍ଟାମାର୍ଟ ‘ମେଗାପଡ୍‌ସ’ର ଶୁଭାରମ୍ଭ କରି ଏହି ଡାର୍କଷ୍ଟୋର ନେଟ୍‌ୱର୍କକୁ ବିସ୍ତାର କରୁଛି । ୧୦,୦୦୦ରୁ ୧୨୦୦୦ ବର୍ଗଫୁଟ ସ୍ଥାନରେ ପରିବ୍ୟାପ୍ତ ଏହି ମେଗାପଡ୍‌ସଗୁଡିକରେ ୫୦,୦୦୦ ପର୍ଯ୍ୟନ୍ତ ଷ୍ଟାକ୍‌-କିପିଂ ୟୁନିଟ (ଏସ୍‌କେୟୁ) ରଖାଯାଇପାରିବ, ଯାହା ଉପଭୋକ୍ତାଙ୍କୁ ଏକ ସାଧାରଣ ଡାର୍କଷ୍ଟୋରରେ ଉପଲବ୍ଧ ଉତ୍ପାଦ ରେଞ୍ଜ ତୁଳନାରେ ୩ ଗୁଣ ଅଧିକ ପହଂଚ ପ୍ରଦାନ କରୁଛି । ଏହି ବିସ୍ତାରିତ ଆସର୍ଟମେଂଟ ଅଣ-ଗ୍ରୋସରୀ ବର୍ଗଗୁଡିକୁ ଖୋଲିବା ସହ ପ୍ଲାଟ୍‌ଫର୍ମରେ ଉପଲବ୍ଧ ଗ୍ରୋସରୀ ଚୟନକୁ ମଧ୍ୟ ଉନ୍ନତ କରିଛି । ଏଥିରେ ଏଫ୍‌ଏମସିଜି ଓ ଡି୨ସି ବ୍ରାଣ୍ଡଗୁଡିକର ଏକ ମିଶ୍ରଣ ସମେତ ଲୋକାଲ ବ୍ରାଣ୍ଡଗୁଡିକ ସାମିଲ ରହିଛି ଯାହାକୁ ପ୍ରତ୍ୟେକ ସହରରେ ଗ୍ରାହକଙ୍କ ସ୍ୱତନ୍ତ୍ର ପସନ୍ଦ ଅନୁଯାୟୀ ପ୍ରସ୍ତୁତ କରାଯାଇଛି । ଉଦାହରଣ ସ୍ୱରୁପ ପାଟ୍‌ନାରେ ଗ୍ରାହକମାନେ ସୁଧା ମିଲ୍କ ଓ ମହାରାଜା ବ୍ରେଡ୍ ଭଳି ସ୍ଥାନୀୟ ଲୋକପ୍ରିୟ ଖାଦ୍ୟ ସାମଗ୍ରୀ ପାଇଁ ପହଂଚ ଉପଭୋଗ କରିପାରିବେ, ସମାନ ରୂପେ ରାୟପୁରରେ ବଚନ ଓ ବେକ୍‌’ଓ’ଫନ ଭଳି ଲୋକାଲ ବ୍ରାଣ୍ଡଗୁଡିକୁ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେଉଛି ।

ଥିରୁବଅନନ୍ଥପୁରମରେ ଜଣେ ଉପଭୋକ୍ତାଙ୍କ ଦ୍ୱାରା ଗୋଟିଏ ଦିନରେ ସର୍ବାଧିକ ବ୍ୟୟ ଥିଲା ୬୯,୯୯୩ ଟଙ୍କା । ଜଣେ ଉପଭୋକ୍ତାଙ୍କ ଦ୍ୱାରା କରାଯାଇଥିବା ମୋଟ ସର୍ବାଧିକ ବ୍ୟୟ ୩,୩୪,୪୧୧ ଟଙ୍କାରେ ପହଂଚିଥିଲା ଯାହାକୁ ଡେହରାଡୁନରେ ଜଣେ ଗ୍ରାହକ କରିଥିଲେ । ଟିୟର ୨ ଓ ୩ ସହରଗୁଡିକରେ ସର୍ବାଧିକ ବିକ୍ରି ହେଉଥିବା ବର୍ଗଗୁଡିକରେ ଫଳ ଓ ପନିପରିବା ଶୀର୍ଷରେ ରହିଥିବା ବେଳେ ଏହାପରେ ମଂଚିସ୍ ଓ ସ୍ନାକ୍ସ ଏବଂ ଡେରୀ, ବ୍ରେଡ ଓ ଅଣ୍ଡା ସାମିଲ ରହିଛି । ଛୋଟ ସହରଗୁଡିକରେ ସର୍ବାଧିକ ଅର୍ଡର ହେଉଥିବା ସାମଗ୍ରୀ ମଧ୍ୟରେ ପିଆଜ ତାଲିକାର ଶୀର୍ଷରେ ରହିଥିବା ବେଳେ ଏହାପରେ ଟମାଟୋ ଓ ଧନିଆପତ୍ର ସ୍ଥାନ ରହିଛି । ହଟ୍ ଆଣ୍ଡ ସ୍ୱିଟ ପଟାଟୋ ଚିପ୍ସର ବିକ୍ରି କ୍ଷେତ୍ରରେ ଥିରୁବଅନନ୍ଥପୁରମ, ମୁମ୍ବାଇକୁ ପଛରେ ପକାଇଛି । ପାଟ୍‌ନା ୧୦୦୦ରୁ ଅଧିକ ଦୈନିକ ଅର୍ଡରରେ ପହଂଚିଥିବା ଦ୍ରୁତତମ ସହରରେ ପରିଣତ ହୋଇଛି, ଲଂଚ ହେବାର କେବଳ ୪ ଦିନରେ ପାଟ୍‌ନା ସହର ଏହି ସଫଳତା ହାସଲ କରିଛି । ରାୟପୁର ସ୍ୱିଗି ଇନ୍‌ଷ୍ଟାମାର୍ଟ ଲଂଚ୍ ହେବାର ପ୍ରଥମ ଦିନରେ ୩୦୦ ଅର୍ଡର ହାସଲ କରିଥିବା ପ୍ରଥମ ସହର ଭାବେ ଚିହ୍ନିତ ହୋଇଛି । ୮୯୮୦ ଟଙ୍କା ମୂଲ୍ୟର ୱାୟାରଲେସ ଇୟରଫୋନର ଗୋଟିଏ ସିଙ୍ଗଲ୍ ଅର୍ଡର ସହିତ ହୁବ୍‌ଲି ଏହାର ଲଂଚ୍‌ର ପ୍ରଥମ ଦିନରେ ସର୍ବୋଚ୍ଚ ଅର୍ଡର ମୂଲ୍ୟ ହାସଲ କରିଥିଲା ।


Share It

Comments are closed.