ଅଗ୍ନି କାଣ୍ଡ ରେ କେନ୍ଦୁ ପତ୍ର ଫଡି ଜଳିଗଲା
ଦଶପଲ୍ଲା: ଦଶପଲ୍ଲା ବ୍ଲକ ର ବିଭିନ୍ନ ସ୍ଥାନରେ ଜଙ୍ଗଲ ରେ ନିଆଁ ଲାଗି ବ୍ୟାପକ ନଷ୍ଟ ହେବାର ସହ ଜଙ୍ଗଲ ନିଆଁ ବ୍ୟାପି ଏକ କେନ୍ଦୁ ପତ୍ର ଫଡିଘର ପୋଡିଯାଇଥିବା ଜଣାଯାଇଛି,ପ୍ରଥମେ କାଚ ପଲ୍ଲୀ ନିକଟସ୍ଥ ଶରଧାପୁର ଜଙ୍ଗଲ ରେ ନିଆଁ ଲାଗିଥିଲା, ଖବର ପାଇ ଦଶପଲ୍ଲା ଅଗ୍ନି ସେଵା କର୍ମଚାରୀ ମାନେ ପ୍ରାୟ ୩ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ନିଆଁ କୁ ନିଭାଇଥିଲେ, ସେହିପରି ରଂଗ ମାଟିଆ ଠାରେ ନିଆଁ ଲାଗି ଏକ କେନ୍ଦୁ ପତ୍ର ଫଡିଘର ପୋଡ଼ି ଯାଇଥିବା ଜଣାଯାଇଛି,ନିକଟରେ ଥିବା ଏକ ବାଉଁଶ ବୁଦାରେ ନିଆଁ ଲାଗି ଫଡିଘରକୁ ବ୍ୟାପି ଥିଲା ,ଫଳରେ ଫଡିଘରଟି ପୋଡିଯାଇଥିବା ଜଣାଯାଇଛି, ଦଶପଲ୍ଲା ଅଗ୍ନି ସେବା କର୍ମଚାରୀ ମାନେ ନିଆଁ କୁ ଆୟତ୍ତ କରିଥିଲେ,କେତେ କେନ୍ଦୁ ପତ୍ର ପୋଡିଛି,ତାର ଠିକ୍ ଖଵର ମିଳିନାହିଁ, ଦଶପଲ୍ଲା ଅଗ୍ନି ସେବା କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଚି ନିଆଁ କୁ ନିଭାଇଥିଲେ ଥିଲେ,ଗତ କିଛି ଦିନ ହେଲା ଦଶପଲ୍ଲା ର ବିଭିନ୍ନ ଜଙ୍ଗଲ ରେ ନିଆଁ ଲାଗିଥିବା ଜଣାଯାଇଛି ,ଵନ ବିଭାଗ ତରଫରୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୁଏ
Comments are closed.