ବାଣୀପଦା ସ୍ଥିତ ଉତ୍କଳ ଇଣ୍ଟର ନ୍ୟାସନାଲ ସ୍କୁଲ ରେ ଓକେସିଏଲ ଓ ଡାଟାଟେକ ସହଯୋଗିତା ରେ ନଲେଜ ସେଣ୍ଟର ଉଦଘାଟିତ

Share It

ଚୌଦ୍ୱାର , ବାଣୀପଦା ସ୍ଥିତ ଉତ୍କଳ ଇଣ୍ଟର ନ୍ୟାସନାଲ ସ୍କୁଲ ରେ ଓକେସିଏଲ ଓ ଡାଟାଟେକ ସହଯୋଗିତା ରେ ନଲେଜ ସେଣ୍ଟର ଉଦ୍ଘାଟିତ । ଓକେସିଏଲ ଓ ଡାଟାଟେକ ସହ ଉତ୍କଳ ଇଣ୍ଟର ନ୍ୟାସନାଲ ସ୍କୁଲ ରେ କମ୍ପୁଟର ଶିକ୍ଷା କୁ ନେଇ ଏକ ନଲେଜ ସେଣ୍ଟର ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଉକ୍ତ ସ୍କୁଲ ରେ ଶିକ୍ଷା ସାଙ୍ଗ କୁ ଛାତ୍ରଛାତ୍ରୀ ଙ୍କ ଦକ୍ଷତା ବୃଦ୍ଧି ପାଇଁ ଓକେସିଏଲ ଓ ଡାଟାଟେକ ଦ୍ୱାରା ନଲେଜ ସେଣ୍ଟର ମାଧ୍ୟମ ରେ ଓଏସସିଆଇଟି, ଏଆଇ , ରୋବଟିକ୍ସ , କୋଡ଼ିଂ , ୱେବ ଡ଼ିଜାଇନିଂ , ଗ୍ରାଫିକ୍ସ ଡ଼ିଜାଇନିଂ , ସାଇବର ସିକ୍ୟୁରିଟି , ଆଇଓଡି, ଶିକ୍ଷା ସହ ସମସ୍ତ ପ୍ରକାର କମ୍ପୁଟର ଭାଷା ଶିକ୍ଷା ଦିଆଯିବ । ଯାହାଦ୍ୱାରା ଛାତ୍ରଛାତ୍ରୀ ମାନେ ଡିଜିଟାଲ ଯୁଗ ରେ ନିଜର ଦକ୍ଷତା କୁ ଅଧିକ ପ୍ରତିପାଦିତ କରିପାରିବେ । ଚୌଦ୍ୱାର ଅଂଚଳ ରେ ପ୍ରଥମ ସିବିଏସଇ ସ୍କୁଲ ଭାବେ ଛାତ୍ରଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ ଗଢିବା ରେ ଉତ୍କଳ ଇଣ୍ଟର ନ୍ୟାସନାଲ ସ୍କୁଲ ସୁନାମ ଅର୍ଜନ କରିଥିବା ବେଳେ ଏହି ସ୍କୁଲ ରେ ଏହି ସବୁ କମ୍ପୁଟର ଶିକ୍ଷା ଦେବା ପାଇଁ ଚୌଦ୍ୱାର ଅଂଚଳ ର ପ୍ରଥମ ସ୍କୁଲ ଭାବେ ଓକେସିଏଲ ପକ୍ଷ ରୁ ମନୋନୀତ କରାଯାଇଛି । ଓକେସିଏଲ ତରଫରୁ କଟକ ଜିଲ୍ଲା ଡିଏଲସି ସୂର୍ଯ୍ୟ ନାରାୟଣ ରାଉତ , ଟାଙ୍ଗି ଚୌଦ୍ୱାର ଏଏଲସି ତଥା ଡାଟାଟେକ ର ଡ଼ାଇରେକ୍ଟର ଉପସ୍ଥିତ ରହିଥହିବା ବେଳେ uଉତ୍କଳ ଇଣ୍ଟର ନ୍ୟାସନାଲ ସ୍କୁଲ ର ପ୍ରତିଷ୍ଠାତା ଗଣେଶ ପ୍ରସାଦ ବେହେରା , ପ୍ରିନ୍ସିପାଲ ବୈକୁଣ୍ଠ ନାଥ ତାରିଣିଆ , ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ସୁବ୍ରତ ସାମଲ ପ୍ରମୁଖ ଉପସ୍ଥିତ ରହିତିଲେ ।


Share It

Comments are closed.