ବାପାଙ୍କ ଏକାଦଶାହରେ ଯୋଗଦେବାକୁ ପୂର୍ବତନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ବାବୁସାନଙ୍କ ନିମନ୍ତ୍ରଣ
ଓଲିଉଡ଼ ସିନେ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଭାବେ ପରିଚୟ ସୃଷ୍ଟି କରିଥିବା ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ସାରା ଓଡିଶା ଶୋକ ପ୍ରକାଶ କରୁଥିବା ବେଳେ ଦୀର୍ଘ ୨୫ବର୍ଷ ଧରି ପ୍ରତିଟି ଓଡ଼ିଆଙ୍କ ହୃଦୟରେ ଘର କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଥିଲେ l ସେ ଜଣେ ଦରଦୀ ନେତା ହେତୁ ଗତକାଲି ବାବୁସାନ ମହାନ୍ତି ଏବଂ ତାଙ୍କ ଧର୍ମପତ୍ନୀ ତୃପ୍ତୀ ମହାନ୍ତି ଓଲିଉଡ୍ ଅଭିନେତା ରବି ମିଶ୍ର, ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଏବଂ ଚଳଚ୍ଚିତ୍ର ସହଯୋଗୀ ନିର୍ଦ୍ଦେଶକ ମିଲନ ଜୟସିଂହ ଙ୍କ ସମେତ ଶ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନରେ ଭେଟ ହୋଇ ଉତ୍ତମଙ୍କ ଏକାଦଶାହରେ ଯୋଗଦେବା ନିମନ୍ତେ ନିମନ୍ତ୍ରଣ ଜଣାଇଥିଲେ l ବାବୁସାନଙ୍କ ପିତୃ ବିୟୋଗ ଏବଂ ଓଲିଉଡ଼ ଜଣେ ମହାନ କଳାକାରଙ୍କୁ ହରେଇଥିବା ଦୁଃଖ ପ୍ରକାଶ କରି, ଉତ୍ତମଙ୍କ ଏକାଦଶାହରେ ଯୋଗଦେବା ପାଇଁ ସହମତି ପ୍ରକଶ କରିଛନ୍ତି l ଅଭିନେତା ବାବୁସାନଙ୍କୁ ଧର୍ଯ୍ୟ ଧରିବା ପାଇଁ ଆଶ୍ୱାସନା ଦେଇଥିଲେ ଏବଂ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆଙ୍କ ସହିତ ଅଛି ବୋଲି ପ୍ରକାଶ କରିଥିଲେ l
Comments are closed.