ବଲ୍ଲଦା ବକ୍ସାଇଟ୍ ଖଣି ପ୍ରକଳ୍ପ ପାଇଁ ସଫଳତାର ସହ ଜନ ଶୁଣାଣୀ ଅନୁଷ୍ଠିତ
ନନ୍ଦପୁର: ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଆୟୋଜିତ ବଲ୍ଲଦା ବକ୍ସାଇଟ୍ ଖଣି ପାଇଁ ଜନ ଶୁଣାଣୀ ଗୁରୁବାର ଦିନ ସଫଳତାର ସହିତ ଅନୁଷ୍ଠିତ ହୋଇଛି । କଳିଙ୍ଗ ଆଲୁମିନା ଲିମିଟେଡ୍କୁ ଓଡିଶାର କୋରାପୁଟ ଜିଲ୍ଲାରେ ୧୪୪.୯୪୫ ହେକ୍ଟର୍ ଅଂଚଳରେ ବ୍ୟାପ୍ତ ବଲ୍ଳଦା ବକ୍ସାଇଟ୍ ଖଣି ଆବଂଟନ କରାଯାଇଛି । ଏହି ପ୍ରକଳ୍ପରେ ବକ୍ସାଇଟ୍ ଖନନ ପାଇଁ ଓପନ କାଷ୍ଟ ପଦ୍ଧତି ବ୍ୟବହାର କରାଯିବ ଯାହାର କ୍ଷମତା ବାର୍ଷିକ ୪ ମିଲିୟନ୍ ଟନ୍ (ଏମଟିପିଏ) ଏବଂ ପିଟ୍ ହେଡ୍ (ଖାଦାନ ମୁଣ୍ଡରେ) ଘଂଟା ପ୍ରତି ୮୦୦ ଟନ୍ (ଟିପିଏଚ୍)ର କ୍ରସ/ର୍ସ୍କ୍ରିନିଂ ପ୍ଲାଂଟ୍ ରହିବ ।
ନନ୍ଦପୁର ତହସିଲର ପାର୍ଶ୍ୱବର୍ତୀ ଭେଜ, ବଲ୍ଲଦା, ବଡେଲ, ଅତଣ୍ଡା, ଏବଂ କୁଲାବୀର ଗ୍ରାମ ପଂଚାୟତର ହଜାର ହଜାର ଗ୍ରାମବାସୀ ଏହି ଜନଶୁଣାଣୀରେ ଯୋଗ ଦେଇଥିଲେ । ଜନ ଶୁଣାଣୀ ପୂର୍ବାହ୍ନ ୧୧:୦୦ ଟାରେ ଆରମ୍ଭ ହୋଇ ପ୍ରାୟ ଅପରାହ୍ନ ୨:୪୫ ଟାରେ ଶେଷ ହୋଇଥିଲା । ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କୋରାପୁଟ ଅଂଚଳ ଅଧିକାରୀ ଶ୍ରୀ ଦୀପେଶ୍ ବିଶ୍ୱାଳ ଏବଂ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ଆଲୋମଣି ସେଠୀ ଏହି ସଭାକୁ ସଭାପତିତ୍ୱ କରିଥିଲେ ।
ସଭାରେ ଗ୍ରାମବାସୀମାନେ ପରିବେଶ ଉପରେ ପ୍ରଭାବ, ଅଂଚଳର ବିକାଶ, ନିଯୁକ୍ତି ସୃଷ୍ଟି, ଏବଂ ସ୍ୱରୋଜଗାର ସୁଯୋଗ ବିଷୟରେ ଆଲୋଚନା କରିଥିଲେ । ଅଧିକାରୀମାନେ ସେମାନଙ୍କର ମତାମତ ଗ୍ରହଣ କରି ପ୍ରକଳ୍ପର ସମ୍ଭାବ୍ୟ ବିକାଶ ଏବଂ ନିଯୁକ୍ତି ସୁଯୋଗ ବିଷୟରେ ପ୍ରଶ୍ନଗୁଡ଼ିକର ସମାଧାନ କରିଥିଲେ ।
କଳିଙ୍ଗ ଆଲୁମିନା ଅଧିକାରୀ ବଲ୍ଲଦା ପ୍ରକଳ୍ପ ଏବଂ ଅଂଚଳ ପାଇଁ ଏହାର ଉଲ୍ଲେଖନୀୟ ଲାଭ ବିଷୟରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସେ ସମସ୍ତ ଗ୍ରାମବାସୀ, ପ୍ରଶାସନିକ ଅଧିକାରୀ, ଅଂଶୀଦାର ଏବଂ ଜନସାଧାରଣଙ୍କୁ ଆୟୋଜନ କରାଯାଇଥିବା ଜନ ଶୁଣାଣୀରେ ଯୋଗଦେଇଥିବାରୁ କୃତଜ୍ଞତା ଜଣାଇଥିଲେ ।
ଏହି ପ୍ରସ୍ତାବିତ ପ୍ରକଳ୍ପ ରାଜ୍ୟର ବିକାଶ ଆବଶ୍ୟକତାକୁ ପୂରଣ କରିବା ସହିତ ଦେଶର ବକ୍ସାଇଟ୍ ଆବଶ୍ୟକତାକୁ ମଧ୍ୟ ପୂରଣ କରିବ । ଏହା ନିଯୁକ୍ତିି ସୃଷ୍ଟି ଏବଂ ‘ମେକ୍ ଇନ୍ ଇଣ୍ଡିଆ\’କୁ ପ୍ରୋତ୍ସାହନ ଦେଇ ରାଜ୍ୟ ସରକାରଙ୍କ ବିକାଶ ସୂଚକାଙ୍କକୁ ଉନ୍ନତ କରିବାରେ ସହାୟକ ହେବ । ଏହା ଛଡ଼ା, ଖନନରୁ ଅର୍ଜିତ ରାଜସ୍ୱ ରାଜ୍ୟ ସରକାରଙ୍କ ଦ୍ୱାରା ଆହୁରି ବିକାଶମୂଳକ ପଦକ୍ଷେପରେ ବିନିଯୋଗ କରାଯିବ । ଏହି ପ୍ରକଳ୍ପ ରାଜ୍ୟର ଆର୍ôଥକ ବିକାଶକୁ ତ୍ୱରାନ୍ୱିତ କରିବ ।
ପ୍ରସ୍ତାବିତ ଖଣିରୁ ପ୍ରାୟ ୩୦୦-୪୦୦ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଯାହା କୁଶଳୀ ଏବଂ ଅଣ କୁଶଳୀ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ହେବ । ଏହି ପ୍ରକଳ୍ପ ବିଭିନ୍ନ ଖନନ କାର୍ଯ୍ୟାକଳାପ ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ଦେବା ଉପରେ ଗୁରୁତ୍ୱ ଦେଇଛି । ଏଥିରେ ମହିଳାଙ୍କୁ ସାମିଲ କରି ଅନୁସୂଚିତ ଜନଜାତି ପରିବାରମାନଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ, ଯାହା ସ୍ଥାନୀୟ ଲୋକଙ୍କର ସାମାଜିକ-ଆର୍ôଥକ ସ୍ଥିତିକୁ ଉନ୍ନତ କରିବ । ଖନନ କାର୍ଯ୍ୟ ରୋଜଗାର ସୃଷ୍ଟି, ମୁଣ୍ଡପିଛା ଆୟ ବୃଦ୍ଧି, ଏବଂ ଆବାସ, ଶିକ୍ଷା, ଚିକିତ୍ସା, ପରିବହନ, ଏବଂ କୃଷି ସୁବିଧା ଉନ୍ନତି ଦ୍ୱାରା ଅଂଚଳର ସାମାଜିକ ଏବଂ ଅର୍ଥନୈତିକ ବ୍ୟବସ୍ଥା ଉପରେ ସକାରାତ୍ମକ ପ୍ରଭାବ ପକାଇବ ।
ଏହି ପ୍ରକଳ୍ପ ପାରିପାଶ୍ୱିର୍କ ଅଂଚଳର ପ୍ରତ୍ୟକ୍ଷ ଭିତିଭୂମି ସୁବିଧାକୁ ମଧ୍ୟ ଉନ୍ନତ କରାଯିବ । ଏଥିରେ ବର୍ତର୍ମାନର ସଡ଼କଗୁଡ଼ିକୁ ନିୟମିତ ରକ୍ଷଣାବେକ୍ଷଣ ଜରିଆରେ ଉତମ ସଂଯୋଗ ନିଶ୍ଚିତ କରାଯିବ । ଏହି ପ୍ରକଳ୍ପ ଉତୋଳିତ ଖଣିଜ ପଦାର୍ଥ ପାଇଁ ଏକ ଦୃଢ଼ ବଜାର ସୃଷ୍ଟି ଏବଂ ସମର୍ଥନ କରିବା ପାଇଁ ଆର୍ôଥକ ସମ୍ବଳ ମଧ୍ୟ ସୃଷ୍ଟି କରିବ । ଏହା ବ୍ୟତୀତ, ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ଅଂଶ ଭାବେ ଗ୍ରାମ ସଡ଼କ, ସଂଯୋଜକ ସଡ଼କ, ଡିସପେନସେରି, ସ୍ୱାସ୍ଥ୍ୟ କେନ୍ଦ୍ର, ଏବଂ ବଜାର ସ୍ଥାନ ଭଳି ଗୋଷ୍ଠୀ ସମ୍ପତିକୁୁ ମଧ୍ୟ ରକ୍ଷଣାବେକ୍ଷଣ କରିବ ।
Comments are closed.