ବସ ସ୍କୁଟି ମୁହାଁ ମୁହିଁ ଦୁର୍ଘଟଣା। ସ୍କୁଟି ଆରହି ମୄତ। ଦୁର୍ଘଟଣା ସ୍ଥଳରୁ ବସ ବଦଳେଇଲେ ବସ ମାଲିକ କେମିତି ଜାଣିପାରିଲାନି ପଲିସ ?
ପାତ୍ରପୁର, ୦୬/୦୩ ପେଟ୍ରୋଲ ପମ୍ପ ସିସିଟିଭି ଫୁଟେଜରୁ ଯାହା ଦେଖାଯାଇଛି ସେଇଥିରୁ ଅନୁମେୟ ଯେ ମାନବିକତା ପୁରା ହଜିଯାଇଛି। ବସ ବଦଳେଇ କଣ ପ୍ରମାଣ କରିବାକୁ ଏମିତି କରିଛନ୍ତି ବସ ମାଲିକ ଇଏ ଏକ ବିରାଟ ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି ଆଜିର ଏ ଦୁର୍ଘଟଣା। କେ. ନୂଆଁ ଗାଁ ଥାନା ଅଧିନ କେଲୁଆ ମୈଶାନପୁର ମଧ୍ୟ ସ୍ଥଳରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ବସ୍ ସ୍କୁଟି ମୁହାଁମୁହିଁ ହୋଇଥିବା ବେଳେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଚାଳକ ଜଣକ ହେଲେ ଜରଡା ଥାନା ପାତ୍ରପୁର ଗ୍ରାମର ମଙ୍ଗଳା ସାହୁ (୬୦) । ମିଳିଥିବା ସୂଚନା ପ୍ରକାରେ ମଙ୍ଗଳା କୌଣସି କାମରେ ଯାଉଥିବା ବେଳେ ରାଜଲକ୍ଷ୍ମୀ (ଓଆର ୦୭ ଆର ୬୮୦୭) ନାମକ ଏକ ଘରୋଇ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ମଙ୍ଗଳାଙ୍କୁ ପ୍ରଥମେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ମଙ୍ଗଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବ୍ରହ୍ମପୁର ବଡ ମେଡିକାଲରେ ଡାକ୍ତର ମଙ୍ଗଳାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ମଙ୍ଗଳାଙ୍କ ମୃତ ଦେହ ଗ୍ରାମକୁ ଆସିବ ବୋଲି ଜଣାପଡିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧକ୍କା ଦେଇଥିବା ବସ୍ର କାଗଜ ପତ୍ର ଠିକ୍ ନଥିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବସ୍ ମାଲିକ ଅନ୍ୟ ଏକ ବସ୍ ରାଜଲକ୍ଷ୍ମୀ (ଓଡି ୦୭ କେ ୫୧୫୧) ଆଣି ସେହି ସ୍ଥାନରେ ରଖିଥିବା ଜଣାପଡିଛି । କେ. ନୂଆଁ ଗାଁ ଥାନା ଅଧିନ ଘଟଣାରେ ଜରଡା ଥାନା ପୋଲିସ ବସ୍କୁ ସିଜ କରିଥିବା ବେଳେ ସାଧାରଣ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଗୋଟିଏ ବସ୍ ଦୁର୍ଘଟଣା କରିଥିବା ବେଳେ ଅନ୍ୟ ଏକ ବସ୍ ଘଟଣାସ୍ଥଳରେ ପରିବର୍ତ୍ତନ କରିଥିବା ବେଳେ ପୋଲିସ କିପରି ଏତେ ବଡ ଘଟଣା ଜଣାପାରିଲାନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ହଜିଗଲା ମଣିଷ ପଣିଆ ହଜିଗଲା ମାନବିକତା ଜାଣି ପାରିଲେନି ପଲିସ ବାବୁ ଏନେଇ ସ୍ଥାନୀୟ ଅଞ୍ଚଳରେ ଏକ ବିରାଟ ପ୍ରଶ୍ନବାଚୀ ଛିଡା କରିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାଚାଲିଛି।
Comments are closed.