ପଞ୍ଚାୟତିରଜ ଦିବସ ବାତିଲି କରିବା ପ୍ରତିବାଦରେ ବ୍ରହ୍ମଗିରି ବିଜେଡିର ଧାରଣା
ବ୍ରହ୍ମଗିରି: ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ବିକୁ ଜନତା ଦଳ ପକ୍ଷରୁ ପଞ୍ଚାୟତିରାଜ ଦିବସ ବାତିଲି କରିବା ପ୍ରତିବାଦରେ ବ୍ରହ୍ମଗିରି ବ୍ଲକ କାର୍ଯ୍ୟଳୟ ଆଗରେ ଗଣଧାରଣା ଦିଆଯାଇଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଏହିକାର୍ଯ୍ୟକୁ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଆରମ୍ଭ କରିଥିଲେ । ଓଡିଶା ବିକାଶର ବିନ୍ଧାଣୀ ଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ଆଦ୍ୟ ପ୍ରବର୍ତ୍ତକ ହିସାବରେ ବିଜୁବାବୁ ନବେ ଦଶକରେ ଏହାକୁ ଲାଗୁକରିଥିଲେ । ବିଜୁବାବୁ ସ୍ଵାଧୀନତା ସଂଗ୍ରାମୀ ତଥା ରାଷ୍ଟ୍ରନୀତିଗ । Qଭାରତ ବର୍ଷର ପ୍ରଥମ ଜନନେତା ଯିଏ କି ମହିଳା ମାନଙ୍କୁ ୩୩ ପ୍ରତିଶତ ପଞ୍ଚାୟତରାଜ ବ୍ୟବସ୍ଥାରେ ସଂରକ୍ଷଣ ଦେଇଥିଲେ । ହେଲେ ଓଡ଼ିଶାର ଡବଲ ଇଂଜିନି ସରକାର ପଞ୍ଚାୟତିରାଜ ଦିବସ କୁ ବାତିଲି କରିବା ବିଜେପିର ହୀନ ମାନସିକତା ଏବଂ ମାହାଙ୍ଗା ବ୍ଲକ ରେ ବିଜୁବାବୁଙ୍କ ମୃତ୍ତିକୁ ଖଣ୍ଡ ଖଣ୍ଡ କରି ଭାଙ୍ଗିବା ଓ ପ୍ରବାଦ ପୁରୁଷଙ୍କୁ ଏଭଳି ଅପମାନ ବିରୋଧ ରେ ଏହି ଗଣ ଧାରଣା ବୋଲି ଦାସ ବର୍ମା କହିଛନ୍ତି। ଏହି ଗଣ ଧାରଣା କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳ , ବ୍ରହ୍ମଗିରି ବ୍ଲକ ସଭାପତି ବିଦ୍ୟାଧର ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, ବିକୁ ଜନତା ଦଳର ବରିଷ୍ଠ ନେତା ଭଗବାନ ନାୟକ, କୃଷ୍ଣଚନ୍ଦ୍ର ସିଂ , ଯୁଧିଷ୍ଠିର ନାୟକ, ପ୍ରଫୁଲ୍ଲ ଜେନା, ଜୟନ୍ତ କୁମାର ମହାନ୍ତି ,ଭାସ୍କର ଚନ୍ଦ୍ର ଜେନା ବିଜୟ ଦଳାଇ , କୃଷ୍ଣଚନ୍ଦ୍ର ରାଉତରାଏ ମହିଳା ନେତ୍ରୀ ମାନସୀ ହରିଚନ୍ଦନ, ସସ୍ମିତା ସାହୁ , ପ୍ରତିମା ଜେନା ଏବଂ ବ୍ଲକ ବିଜେଡି ର ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ଓ ବିଜୁ ମହିଳା, ବିଜୁ ଯୁବ ଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ।
Comments are closed.