ଜେଇଇରେ ଭୁବନେଶ୍ୱର ଫିଜିକ୍ସୱାଲା ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା
ଭୁବନେଶ୍ୱର : ଏଜୁକେଶନ କମ୍ପାନୀ ଫିଜିକ୍ସୱାଲା (ପିଡବ୍ଲ୍ୟୁ) ପକ୍ଷରୁ ୪ ଜଣ ରାଜ୍ୟ ଟପର୍ଙ୍କ ସମେତ ଜେଇଇ ମେନ ସେସନ ୧ ୨୦୨୫ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏହି ଟପର୍ଙ୍କ ମଧ୍ୟରୁ ଗୁଜରାଟର ଜଣେ ଛାତ୍ର ୧୦୦% ମାର୍କ ରଖିଥିବା ବେଳେ ୬୧୨ ଜଣରୁ ଅଧିକ ଛାତ୍ରଛାତ୍ରୀ ୯୯.୫%ରୁ ଅଧିକ ମାର୍କ, ୧୩୫୯ରୁ ଅଧିକ ଛାତ୍ରଛାତ୍ରୀ ୯୯%ରୁ ଅଧିକ ମାର୍କ ଏବଂ ୩୫୪୮ରୁ ଅଧିକ ଛାତ୍ରଛାତ୍ରୀ ୯୮%ରୁ ଅଧିକ ମାର୍କ ହାସଲ କରିଛନ୍ତି। ଜେଇଇ ମେନ ସେଶନ ୧ ୨୦୨୫ ଫଳାଫଳରେ ଭୁବନେଶ୍ୱରରେ ଫିଜିକ୍ସୱାଲାର ୫ ଜଣ ଛାତ୍ରଛାତ୍ରୀ ୯୯%ରୁ ଅଧିକ ସ୍କୋର ହାସଲ କରିଛନ୍ତି। ବିଜୟ ଲେଙ୍କା (୯୯.୮୪%), ବିଶ୍ୱଜିତ ଭୂୟାଁ (୯୯.୫୨%) ଓ ୟଶ୍ ଅଗ୍ରୱାଲ (୯୯.୧୧%) ଭୁବନେଶ୍ୱରରେ ପିଡବ୍ଲ୍ୟୁର ଶୀର୍ଷ ୩ ଛାତ୍ରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।
ପିଡବ୍ଲ୍ୟୁର କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ୪ ଜଣ ରାଜ୍ୟ ଟପର୍ ରହିଛନ୍ତି ଯିଏକି ଉଲ୍ଳେଖନୀୟ ସ୍କୋର ସହ ପରୀକ୍ଷାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଗୁଜରାଟର ଶିବେନ ବିକାଶ ତୋସନିୱାଲ ୧୦୦% ମାର୍କ ହାସଲ କରିଥିବା ବେଳେ ମିଜୋରାମର ଇଶାନ୍ତ ବର୍ମା ୯୯.୫୭%, ଅରୁଣାଚଳ ପ୍ରଦେଶର ପ୍ରଣୟ କୁମାର ରୟ ୯୯.୩୮% ଏବଂ ଜମ୍ମୁକଶ୍ମୀରର କାମରନ ବିଲାଲ ଭଟ ୯୯.୮୯% ମାର୍କ ହାସଲ କରିଛନ୍ତି। ଏହି ଛାତ୍ରଛାତ୍ରୀମାନେ ପିଡବ୍ଲ୍ୟୁ-ବିଦ୍ୟାପୀଠର ଅଫ୍ଲାଇନ ସେଂଟର ଓ ପାଠଶାଳାଗୁଡିକରେ କିମ୍ବା ଅର୍ଜୁନ ଜେଇଇ ଓ ଲକ୍ଷ୍ୟ ଜେଇଇ ଅନ୍ଲାଇନ ବ୍ୟାଚଗୁଡିକରେ ପାଠ ପଢୁଥିଲେ। ଏହା ଶିକ୍ଷଶ ପ୍ରତି ଫିଜିକ୍ସୱାଲାର ସମନ୍ୱିତ ଦୃଷ୍ଟିକୋଣକୁ ପ୍ରତିଫଳନ କରୁଛି, ଏକ ସାମଗ୍ରିକ ଓ ପ୍ରଭାବଶାଳୀ ଶିକ୍ଷଶ ଅନୁଭୂତି ଦେବା ପାଇଁ ଡିଜିଟାଲ ଓ ଫିଜିକାଲ ପ୍ଲାଟଫର୍ମଗୁଡିକୁ ଏକତ୍ରିତ କରୁଛି।
ଏହି ସଫଳତା ସମ୍ପର୍କରେ କମ୍ପାନୀର ପ୍ରତିଷ୍ଠାତା ଓ ସିଇଓ ଏବଂ ଶିକ୍ଷକ ଅଲଖ ପାଣ୍ଡେ କହିଛନ୍ତି, “ଭଲ ପ୍ରଦର୍ଶନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା, ତୁମ ମାନଙ୍କର କଠିନ ପରିଶ୍ରମର ଫଳ ମିଳିଛି। ମୁଁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ, ଏପରିକି ଆଶା ଅନୁଯାୟୀ ଫଳାଫଳ ପାଇନଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଖୁବ୍ ଗର୍ବିତ। ତେଣୁ ନିରନ୍ତର ରିଭିଜନ କରିବା ଏବଂ ସେଶନ ୧ ପେପରଗୁଡିକୁ ଅଭ୍ୟାସ କରିବା ଉପରେ ଧ୍ୟାନ ଦିଅ, କାରଣ ପରୀକ୍ଷାର ଜଟିଳତାର ସ୍ତର ସମାନ ରହିବ। “ ଆଶାୟୀ ଛାତ୍ରଛାତ୍ରୀମାନେ ଏପ୍ରିଲ ୨୦୨୫ରେ ଅନୁଷ୍ଠିତ ହେବାକୁ ଯାଉଥିବା ଜେଇଇ ସେଶନ ୨ ପାଇଁ ପ୍ରସ୍ତୁତ ହେଉଥିବାରୁ ପିଡବ୍ଲ୍ୟୁ ସେମାନଙ୍କୁ ନିଜର କ୍ଷମତାକୁ ସର୍ବାଧିକ କରିବାରେ ସାହାଯ୍ୟ କରିବା ଲାଗି ଆବଶ୍ୟକ ସଂଶାଧନ, ମାର୍ଗଦର୍ଶନ ଓ ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ସେମାନଙ୍କ ପ୍ରସ୍ତୁତିକୁ ଆହୁରି ଉନ୍ନତ କରିବା ପାଇଁ ପିଡବ୍ଲ୍ୟୁ ପକ୍ଷରୁ ୟୁଟ୍ୟୁବରେ ଏକ ମାଗଣା ଓ ବିସ୍ତୃତ ରିଭିଜନ ସିରିଜ ମଞ୍ଜିଲ ୨.୦ ଉପଲବ୍ଧ କରାଯାଇଛି, ଯାହା ଛାତ୍ରଛାତ୍ରୀଙ୍କୁ ଅଳ୍ପ ସମୟ ମଧ୍ୟରେ ମୁଖ୍ୟ ବିଷୟବସ୍ତୁଗୁଡିକୁ ଭଲ ଭାବରେ ରିଭାଇଜ କରିବା ପାଇଁ ସକ୍ଷମ କରୁଛି।
Comments are closed.