ଆକର୍ଷଣର କେନ୍ଦ୍ର ମଇଁଷି ଷଣ୍ଢ ‘ଭୀମ’

Share It

ମୁରା ପ୍ରଜାତିର ମଇଁଷିମାନଙ୍କ ଦୁଗ୍ଧ ଉତ୍ପାଦନ କ୍ଷମତା ଦିନକୁ  ୨୦-୨୫ ଲିଟର ହୋଇଥାଏ


ଭୁବନେଶ୍ବର: ସ୍ଥାନୀୟ ବରମୁଣ୍ଡା ଖେଳ ପଡିଆଠାରେ ଚାଲିଥିବା ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ରେ   ସାମିଲହୋଇଛି ରାଜସ୍ଥାନ ଯୋଧପୁର ସହରର ମଇଁଷି ଷଣ୍ଢ ‘ଭୀମ’ l  ‘ଭୀମ’ର ଜୀବନଶୈଳୀ, ଖାଦ୍ଯଶୈଳୀ ଓ ଭାବଭଙ୍ଗିମା ଲୋକଙ୍କ ମଧ୍ୟରେ ବିଶେଷ କୌତୁହଳ ଜାଗ୍ରତ କରୁଛି l


ଭୀମ’ ହେଉଛି ମୁରା ପ୍ରଜାତିର ମଇଁଷି ଷଣ୍ଢ l ‘ଭୀମ’ର ରଙ୍ଗ ଚିକ୍କଣ କଳା, ଓଜନ ପ୍ରାୟ ୧୫୦୦ କିଲୋଗ୍ରାମ ଓ ଉଚ୍ଚତା ପ୍ରାୟ ୬ ଫୁଟ l ‘ଭୀମ’କୁ ବର୍ତ୍ତମାନ ୯ ବର୍ଷ l ରାଜସ୍ଥାନର ଶ୍ରୀ ଜବାହରଲାଲ ଜାଙ୍ଗିଦଙ୍କ ଦ୍ବାରା ପ୍ରତିପାଳିତ ‘ଭୀମ’ର ସୁନ୍ଦର ଓ ବଳିଷ୍ଠ ସ୍ବାସ୍ଥ୍ୟ, ବିଶାଳ ଆକାର ଓ ଉଚ୍ଚକୋଟିର ଶୁକ୍ରାଣୁ ପାଇଁ ସମଗ୍ର ଦେଶରେ ସ୍ବତନ୍ତ୍ର ଖ୍ଯାତି ରହିଛି l


ଶ୍ରୀ ଜବାହରଲାଲ ଜାଙ୍ଗିଦଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ମଇଁଷି ଷଣ୍ଢ ‘ଭୀମ’ର ପ୍ରତିପାଳନରେ ଦୈନନ୍ଦିନ ଖାଦ୍ଯ ପାଇଁ ପ୍ରାୟ ୫୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ l ‘ଭୀମ’ ପ୍ରତିଦିନ ୨୦ ଲିଟର ମହୁମିଶା କ୍ଷୀର ପିଇଥାଏ l ଏହା ସହ କାଜୁ , ପେସ୍ତାବାଦାମ, ଗାଜର, ବନ୍ଧାକୋବି, ଋତୁଜାତୀୟ ପରିବା, ଶୁଖିଲା ନଡ଼ା ଓ ସବୁଜ ଘାସ ଖାଇଥାଏ l ଏଥିସହିତ ଭୀମ ପ୍ରତିଦିନ ବିଲୋନା ଘିଅର ପ୍ରାୟ ୧ କିଲୋ ହାଲୁଆ ଖାଇବାକୁ ଭଲପାଏ ବୋଲି ତାର ପ୍ରତିପାଳକ କହିଛନ୍ତି l


ସୁନ୍ଦର ଓ ବଳିଷ୍ଠ ସ୍ବାସ୍ଥ୍ୟ ପାଇଁ ମଇଁଷି ଷଣ୍ଢ ‘ଭୀମ’ ପ୍ରତିଦିନ ଖୋଲା ପଡ଼ିଆରେ ବ୍ୟାୟମ କରିଥାଏ ଓ ସନ୍ତରଣ କୁଣ୍ଡରେ ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ସନ୍ତରଣ କରିଥାଏ l ଏହି ସମସ୍ତ କାରଣ ପାଇଁ ‘ଭୀମ’ ସମଗ୍ର ଦେଶରେ ଏକ ମଇଁଷି ଷଣ୍ଢରୂପେ ପରିଚିତି ପାଇଛି l ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡ଼ିଶା ମଇଁଷି ଷଣ୍ଢ ‘ଭୀମ’ର ଉପସ୍ଥିତି ଯୋଗୁଁ ମତ୍ସ୍ୟଚାଷୀ ଓ ପ୍ରାଣିପାଳକମାନେ ତାକୁ ଦେଖିବାର ଓ ମୁରା ପ୍ରଜାତି ମଇଁଷିଙ୍କ ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି l ସୂଚନାଯୋଗ୍ୟଯେ, ମୁରା ପ୍ରଜାତିର ମଇଁଷିମାନଙ୍କ ଦୁଗ୍ଧ ଉତ୍ପାଦନ କ୍ଷମତା ଦିନକୁ ୨୦-୨୫ ଲିଟର ହୋଇଥାଏ l


Share It

Comments are closed.