ମହାଶିବ ରାତ୍ରିରେ ପୂଜା କରିବାର ଶୁଭ ମୂହୂର୍ତ୍ତ କେତେବେଳେ ଜାଣି ରଖନ୍ତୁ
୨୭ ତାରିଖ ଦିନ ୧୨ଟା ୩୪ରୁ ୩ଟା ୪୧ ପର୍ଯ୍ୟନ୍ତ ତୃତୀୟ ପ୍ରହର ଚାଲିବ। ଚତୁର୍ଥ ତଥା ଅନ୍ତିମ ପ୍ରହର ଫେବ୍ରୁଆରୀ ୨୭ ତାରିଖ ସକାଳ ୩ଟା ୪୧ରୁ ସକାଳ ୬ଟା ୪୮ ପର୍ଯ୍ୟନ୍ତ ଚାଲିବ। ଏହି ଉପାୟରେ ଆପଣ ରାତି ସାରା ମହାଦେବଙ୍କ ପୂଜା କରିପାରିବେ । ପୂଜା ପାଇଁ ପ୍ରତ୍ୟେକ ପ୍ରହରର ବିଶେଷ ମହତ୍ତ୍ୱ ରହିଛି। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ମହା ଶିବରାତ୍ରୀକୁ ସର୍ବୋତ୍ତମ ତିଥି ବୋଲି ବିବେଚନା କରାଯାଏ । ଏହି ଦିନ ଲୋକମାନେ ଶିବ ମନ୍ଦିରକୁ ଯାଇ ଶିବ ଲିଙ୍ଗ ଉପରେ ଜଳ ଏବଂ କଞ୍ଚା କ୍ଷୀର ଅଭିଷେକ କରିଥାନ୍ତି । ଚଳିତ ବର୍ଷ ଫେବ୍ରୁଆରୀ ୨୬ରେ ମହାଶିବରାତ୍ରୀ ପାଳନ କରାଯିବ। ବିଶ୍ୱାସ ରହିଛି ଯେ ଏହି ଦିନ ବ୍ରତ ରଖିବା ଦ୍ୱାରା ଆପଣଙ୍କ ଜୀବନରୁ ସମସ୍ତ କଷ୍ଟ ଦୂର ହୋଇଥାଏ ଏବଂ ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଯଦି ସ୍ୱାମୀ-ସ୍ତ୍ରୀ ଏହି ଦିନ ଶିବ ଲିଙ୍ଗରେ ଏକାଠି ଜଳାଭିଷେକ କରନ୍ତି ତେବେ ସେମାନଙ୍କର ପାରସ୍ପରିକ ପ୍ରେମ ବଢିଥାଏ ଏବଂ ବୈବାହିକ ଜୀବନରେ ମଧୁରତା ବଢିଥାଏ । ଆସନ୍ତୁ ଜାଣିବା ମହାଶିବରାତ୍ରୀରେ ପୂଜା ପାଇଁ ସବୁଠାରୁ ଶୁଭ ସମୟ ଏବଂ ବ୍ରତ ପାଳନ କରିବାର ସର୍ବୋତ୍ତମ ଉପାୟ ।
ମହାଶିବରାତ୍ରୀ କେବେ ?
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ମହାଶିବରାତ୍ରୀ, ଯାହା ଫାଲଗୁନର କୃଷ୍ଣ ଚତୁର୍ଦ୍ଦଶୀ ତଥା ଫେବ୍ରୁଆରୀ ୨୬ ତାରିଖ ପୂର୍ବାହ୍ନ ୧୧ଟା ୯ମିନିଟରୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୭ ତାରିଖ ସକାଳ ୮ଟା ୫୫ରେ ଶେଷ ହେବ। ମହା ଶିବରାତ୍ରିରେ ପୂଜା ବିଶେଷ ଭାବରେ ରାତି ସମୟରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ତେଣୁ ଫେବୃଆରୀ ୨୬ରେ ମହାଶିବରାତ୍ରୀ ପାଳନ କରାଯିବ ଏବଂ ସେହି ଦିନ ବ୍ରତ ମଧ୍ୟ ରଖାଯିବ । ଫେବ୍ରୁଆରୀ ୨୭ତାରିଖରେ ଉପବାସ ଭାଙ୍ଗିବ।
Comments are closed.