ସଚିନଙ୍କ ଏହି ବିରଳ ରେକର୍ଡ ଭାଙ୍ଗିଲେ ରୋହିତ
ବିରାଟ କୋହଲି କ୍ରମାଗତ ଭାବେ ୨୦୨୦-୨୧ରେ କୌଣସି ପ୍ଲେୟାର ଅଫ ଦି ମ୍ୟାଚ ଆୱାର୍ଡ ଜିତି ନାହାନ୍ତି । ସେହିଭଳି ଅନ୍ୟ ପଟେ ୨୦୨୦, ୨୦୨୩ ଏବଂ ୨୦୨୪ରେ ଜୋ ରୁଟ ମଧ୍ୟ କୌଣସି ପ୍ଲେୟାର ଅଫ ଦି ମ୍ୟାଚ ଜିତି ନାହାନ୍ତି । ଅନ୍ୟପଟେ ଭାରତୀୟ ଦଳର ଅଧିନାୟ ରୋହିତ ଶର୍ମା ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଗତ ୯ ପେବୃଆରୀ ମ୍ୟାଚରେ ଶତକ ମାରି ଦଳକୁ ବିଜୟୀ କରିଛନ୍ତି । ଦୀର୍ଘ ସମୟ ଧରି ଆଉଟ ଅଫ ଫର୍ମ ଥିବା ରୋହିତ ୧୨ଟି ଚୌକା ଏବଂ ୭ଟି ଛକା ମାରି ୯୦ ବଲରେ ୧୧୯ ରନ ସଂଗ୍ରହ କରିଛନ୍ତି । ତାଙ୍କର ଏହି ଶତକୀୟ ପାଳି ପାଇଁ ତାଙ୍କୁ ପ୍ଲେୟାର ଅଫ ଦି ଆୱାର୍ଡ ମିଳିଲା । ଏହା ତାଙ୍କ କ୍ୟାରିୟର କ୍ରମାଗତ ଭାବେ ୧୩ତମ ବର୍ଷ ଅଟେ ଯେବେକି ସେ ବର୍ଷକୁ ଅନ୍ୟୁନ୍ୟ ଗୋଟିଏ ପ୍ଲେୟାର ଅଫ ଦି ଆୱାର୍ଡରେ ହାସଲ କରିଛନ୍ତି ।
ଆପଣେ ଭାବୁଥିବେ ବର୍ଷରେ ଗୋଟିଏ ପ୍ଲେୟାର ଅଫ ଦି ଆୱାର୍ଡ ମ୍ୟାଚ ଜିତିବ କ’ଣ ବଡ କଥା ଆଜ୍ଞା ହଁ ଆପଣଙ୍କୁ କହି ରଖୁଛୁ ଯେ, ଗତ ୧୩ ବର୍ଷ ମଧ୍ୟରେ ମଧ୍ୟ କୋହଲି, ଷ୍ଟିଭ ସ୍ମିଥ, ଜୋ ରୁଟଙ୍କ ଭଳି ଖେଳାଳୀ ମଧ୍ୟ ଏହି ମାଇଲ ଷ୍ଟୋନ ହାସଲ କରିପାରି ନାହାନ୍ତି ।
୩୦ ବର୍ଷ ପରେ ଭାରତ ପାଇଁ ସବୁଠାରୁ ଅଧିକ ଶତକ ମାରିଥିବା ଖେଳାଳୀ ହେଉଛନ୍ତି ରୋହିତ । ସେ ୩୬ତମ ଶତକ ମାରିଛନ୍ତି । ରୋହିତ କିମ୍ବଦନ୍ତୀ ଖେଳାଳୀ ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । ରୋହିତ ୩୦ ବର୍ଷ ପରେ ୩୫ଟି ଶତକ ହାସଲ କରିଛନ୍ତି ।
Comments are closed.