୩୮ତମ ଜାତୀୟ କ୍ରୀଡ଼ା ପ୍ରସ୍ତୁତିର ସମୀକ୍ଷା କଲେ ଉତରାଖଣ୍ଡ କ୍ରୀଡ଼ା ମନ୍ତ୍ରୀ

Share It

ଭୁବନେଶ୍ୱର : ଆଜି ଏକ ବିସ୍ତୃତ ଅଂଶୀଦାର ବୈଠକରେ ଉତରାଖଣ୍ଡର ମାନ୍ୟବର କ୍ରୀଡ଼ା ମନ୍ତ୍ରୀ ଶ୍ରୀମତୀ ରେଖା ଆର୍ଯ୍ୟ ୩୮ତମ ଜାତୀୟ କ୍ରୀଡ଼ା ୨୦୨୫ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ବୈଠକରେ ଜାତୀୟ କ୍ରୀଡ଼ା ସଚିବାଳୟର ସିଇଓ ଅମିତ କୁମାର ସିହ୍ନା, କ୍ରୀଡ଼ା ବିଭାଗର ସ୍ୱତନ୍ତ୍ର ପ୍ରମୁଖ ଶାସନ ସଚିବ ପ୍ରଶାନ୍ତ ଆର୍ଯ୍ୟ, କ୍ରୀଡ଼ା ବିଭାଗନିଦେ୍ର୍ଦଶକ ପ୍ରଶାନ୍ତ ଆର୍ଯ୍ୟ ଓ ଅନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।

କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିବା ପରେ ସେ କହିଛନ୍ତି, ସମସ୍ତ ଜିଲ୍ଲାସ୍ତରୀୟ ଇଭେଟ୍ ସ୍ଥାନରେ ଭେନ୍ୟୁ ମ୍ୟାନେଜରଙ୍କୁ ନିୟୋଜିତ କରାଯାଇଛି । ଅଧିକାଂଶ ସ୍ଥାନ ହସ୍ତାନ୍ତର କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ ଜାନୁଆରି ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ଅବଶିଷ୍ଟ ସ୍ଥାନ ଚୂଡ଼ାନ୍ତ ହେବ । ଭେନ୍ୟୁ ମ୍ୟାନେଜରମାନେ ଚୂଡ଼ାନ୍ତ ସୌନ୍ଦର୍ଯ୍ୟକରଣର ତଦାରଖ କରିବେ ଏବଂ ଇଭେଟ୍ ସ୍ଥାନଗୁଡ଼ିକୁ ଫିନିସିଂ ସ୍ପର୍ଶ ଦେବେ । ମନ୍ତ୍ରୀ ସମ୍ପୃକ୍ତ ସମସ୍ତଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇବା ସହ ସଫଳ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ଜାତୀୟ କ୍ରୀଡ଼ା ସଚିବାଳୟର ସିଇଓ ଅମିତ କୁମାର ସିହ୍ନା ମଧ୍ୟ ସମାନ ମତ ବ୍ୟକ୍ତ କରିଥିଲେ ଏବଂ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ପାଇଁ ଦାୟିତ୍ୱରେ ଥିବା ଏଜେନ୍ସିଗୁଡ଼ିକ ସହିତ ଶୀର୍ଷ ଅଧିକାରୀମାନେ ନିୟୋଜିତ ହୋଇଥିଲେ ।


Share It

Comments are closed.