ନୂତନ ଉତ୍ପାଦ ଶୃଙ୍ଖଳାର ଶୁଭାରମ୍ଭ ସହିତ ଓଡିଶାରେ ପହଂଚ ବିସ୍ତାର କରିଛି ଜେକେ ସୁପର ସିମେଂଟ
ଭୁବନେଶ୍ୱର: ଭାରତର ଅନ୍ୟତମ ପ୍ରମୁଖ ସିମେଂଟ ବ୍ରାଣ୍ଡ ଜେକେ ସିମେଂଟ ଲିମିଟେଡ ଓଡିଶାରେ ଏହାର ଅତ୍ୟାଧୁନିକ ଉତ୍ପାଦ ଶୃଙ୍ଖଳାର ଶୁଭାରମ୍ଭ କରିଛି । ଯାହାକି ଦେଶର ପୂର୍ବାଂଚଳରେ କମ୍ପାନୀର ସ୍ଥିତିକୁ ମଜବୁତ କରିବା ଦିଗରେ ଏକ ବଡ ପଦକ୍ଷେପକୁ ଚିହ୍ନିତ କରୁଛି । ଏହି ଶୁଭାରମ୍ଭ ଓଡିଶାରେ ନିର୍ମାଣ ଶିଳ୍ପର ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ନିର୍ମିତ ଉଚ୍ଚମାନର ନିର୍ମାଣ ସାମଗ୍ରୀ ପ୍ରଦାନ କରିବା ପ୍ରତି ଜେକେ ସିମେଂଟର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି । ଏହି ନୂତନ ଉତ୍ପାଦ ଶୃଙ୍ଖଳାରେ ଜେକେ ସୁପର ଷ୍ଟ୍ରଙ୍ଗ ଓ ଜେକେ ସୁପର୍ ସାମିଲ ରହିଛି ଯାହାକୁ ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟରେ ଉନ୍ନତ ସ୍ଥାୟିତ୍ୱ ଓ କାର୍ଯ୍ୟଦକ୍ଷତା ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି ।
ନୂଆ କରି ଶୁଭାରମ୍ଭ ହୋଇଥିବା ଏହି ଉତ୍ପାଦ ଶୃଙ୍ଖଳା ଉନ୍ନତ ଶକ୍ତି ଓ ଦୀର୍ଘାୟୁତା ନିଶ୍ଚିତ କରିବା ପାଇଁ ଷ୍ଟେଟ-ଅଫ୍-ଦି-ଆର୍ଟ ଟେକ୍ନୋଲୋଜିର ବ୍ୟବହାର କରୁଛି । ଯାହାକି ଉଭୟ ଆବାସିକ ଓ ବାଣିଜ୍ୟିକ ନିର୍ମାଣ ଆବଶ୍ୟକତାକୁ ପୂରଣ କରୁଛି । ପୂର୍ବାଂଚଳରେ ନିଜର ସ୍ଥିତିକୁ ସୁଦୃଢ କରିବା ନେଇ ଏହାର ରଣନୀତିର ଅଂଶ ଭାବେ ଜେକେ ସିମେଂଟ ଓଡିଶରେ ଏହାର ବିତରଣ ନେଟ୍ୱର୍କକୁ ବିସ୍ତାର କରିଛି । ଏହା ସହରାଂଚଳ, ଅର୍ଦ୍ଧସହରାଂଚଳ ଓ ଗ୍ରାମାଂଚଳରେ ଏହାର ଉତ୍ପାଦଗୁଡିକର ସହଜ ଉପଲବ୍ଧତାକୁ ସୁନିଶ୍ଚିତ କରିବ । କଟକରେ ଏହି ନୂତନ ଉତ୍ପାଦ ଶୃଙ୍ଖଳାର ଶୁଭାରମ୍ଭ ଅବସରରେ ଗ୍ୁପ ଅଧ୍ୟକ୍ଷ, ଅମିତ କୋଠାରି କହିଛନ୍ତିଯେ, “ଓଡିଶା ଆମ ପାଇଁ ଏକ ପ୍ରମୁଖ ବଜାର ଅଟେ ଏବଂ ଏଠାରେ ଆମର ଉତ୍ପାଦଗୁଡିକର ଅତ୍ୟାଧୁନିକ ଶୃଙ୍ଖଳାର ଶୁଭାରମ୍ଭ କରି ଆମେ ଉତ୍ସାହିତ ଅଛୁ । ଏହି ଶୁଭାରମ୍ଭ ରାଜ୍ୟରେ ମଜବୁତ ଓ ସ୍ଥାୟୀ ଭିତିଭୂମି ବିକାଶ ପ୍ରତି ଯୋଗଦାନ ଦେବା ପାଇଁ ଆମର ପ୍ରତିବଦ୍ଧତାକୁ ସୁଦୃଢ କରିଛି । ଆମର ନୂଆ ଉତ୍ପାଦ ସହ ଆମେ ଉତ୍କର୍ଷତାର ଆମର ବିରାସତକୁ ବଜାୟ ରଖି, ଓଡିଶାର ଲୋକମାନଙ୍କ ଆକାଂକ୍ଷାକୁ ପୂରଣ କରିବୁ ବୋଲି ନିଶ୍ଚିତ ଅଛୁ ।” ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ଅଧିକାରୀ, ପିୟୁଷ କୁମାର, ସନ୍ଦୀପ ଦୁବେ ଓ ସମୀର ପୁଜାରୀଙ୍କ ସହ ଚ୍ୟାନେଲ ପାର୍ଟନରମାନେ ଉପସ୍ଥିତ ଥିଲେ । ଅଂଶଗ୍ରହଣକାରୀମାନେ ନୂତନ ଉତ୍ପାଦର ଅନୁଭୂତି ପାଇଥିଲେ ।
Comments are closed.