ଭାରତରେ ଅଲ୍‌-ନ୍ୟୁ ବିଏମଡବ୍ଲୁ ଆର ୧୩୦୦ ଜିଏସ ଆଡ୍‌ଭେଂଚର ର ଶୁଭାରମ୍ଭ

Share It

ଭୁବନେଶ୍ୱର : ନୂଆ ବିଏମଡବ୍ଲୁ ଆର ୧୩୦୦ ଜିଏସ ଆଡ୍‌ଭେଂଚରକୁ ଭାରତରେ ଲଂଚ୍ କରାଯାଇଛି। ଏହି ଆଡ୍‌ଭେଂଚର ମୋଟରସାଇକେଲ ଏକ କମ୍ପ୍ଲିଟ୍‌ଲି ବିଲ୍ଟ-ଅପ୍ ୟୁନିଟ (ସିବିୟୁ) ଭାବେ ଉପଲବ୍ଧ ହେବ ଏବଂ ଏହାର ଡେଲିଭରି ଆସନ୍ତା ଏପ୍ରିଲ୍ ୨୦୨୫ ରୁ ଆରମ୍ଭ ହେବ।

ମିଷ୍ଟର,ବିକ୍ରମ ପାୱା, ପ୍ରେସିଡେଂଟ ଓ ସିଇଓ, ବିଏମଡବ୍ଲୁ ଗ୍ରୁପ ଇଣ୍ଡିଆର କହିଛନ୍ତି,“ଅଲ୍‌-ନ୍ୟୁ ବିଏମଡବ୍ଲୁ ଆର ୧୩୦୦ ଜିଏସ ଆଡ୍‌ଭେଂଚର ବୃହତ ଆଡ୍‌ଭେଂଚର ମୋଟରସାଇକେଲ ଦୁନିଆରେ ଏକ ନୂଆ ବେଂଚ୍‌ମାର୍କ ଅଟେ। ନୂଆ ଆଡ୍‌ଭେଂଚର ଜିଏସ, ସର୍ବବୃହତ ଟ୍ରାଭେଲ ଏଣ୍ଡୁରୋସ୍ ପୋର୍ଟଫୋଲିଓରେ ଅନତିକ୍ରମଣୀୟ ପାହାଣ ସଦୃଶ ଅଟେ। ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଫ୍ଲାଟ୍ ଟ୍ୱିନ ବକ୍ସର ଇଞ୍ଜିନ ସହ ବୃହତ ବିଏମଡବ୍ଲୁ ଜିଏସ ଆଡ୍‌ଭେଂଚର ଦୀର୍ଘ ଦୂରତାର ମୋଟରସାଇକେଲ ଯାତ୍ରାଗୁଡିକ ସହ ସମାର୍ଥକ ରହିଆସିଛି। ଏହା ଏକ ବିସ୍ତୃତ ରେଞ୍ଜର ଷ୍ଟାଣ୍ଡାର୍ଡ ଇକ୍ୱିପମେଂଟ ସହ ସୁସଜ୍ଜିତ ଅଟେ ଏବଂ ଏହା ଅଧିକ ଇଣ୍ଡିଭିଜୁଆଲାଇଜ୍‌ଡ ହୋଇଥିବା ବେଳେ ଏହା ଆପଣଙ୍କୁ ଏକ ସୀମାହୀନ ମୋଟରସାଇକେଲ ଅନୁଭୂତି ଉପଭୋଗ କରିବା ପାଇଁ ଆମନ୍ତ୍ରିତ କରୁଛି। ନୂଆ ବିଏମଡବ୍ଲୁ ଆର ୧୩୦୦ ଜିଏସ ଆଡ୍‌ଭେଂଚର ନିଶ୍ଚିତ ଆଡ୍‌ଭେଂଚର ପାଇଁ ଏକ ଷ୍ଟେଟ୍‌ମେଂଟରେ ପରିଣତ ହୋଇଛି- ଏହା ପଥର ଭଳି ମଜବୁତ ଅଟେ।”

ନୂଆ ବିଏମଡବ୍ଲୁ ଆର ୧୩୦୦ ଜିଏସ ଆଡ୍‌ଭେଂଚର୍‌ର ପ୍ରାରମ୍ଭିକ ଏକ୍ସଶୋରୁମ୍ ମୂଲ୍ୟ ଆରମ୍ଭ ହେଉଛି:ବିଏମଡବ୍ଲୁ ଆର ୧୩୦୦ ଜିଏସ ଆଡ୍‌ଭେଂଚର୍‌(ବେସ)- ମୂଲ୍ୟ ୨୨,୯୫,୦୦୦ । ଏହାବ୍ୟତୀତ ବ୍ୟକ୍ତିଗତକରଣ ପାଇଁ ୩ଟି ଅପ୍‌ସନ ଷ୍ଟାଇଲ – ଟ୍ରିପଲ ବ୍ଲାକ, ଷ୍ଟାଇଲ ଜିଏସ ଟ୍ରଫି ଓ ୭୧୯ କାରାକୋରମ ମଧ୍ୟ ଉପଲବ୍ଧ ରହିଛି।


ଅଲ୍‌-ନ୍ୟୁ ବିଏମଡବ୍ଲୁ ଆର ୧୩୦୦ ଜିଏସ ଆଡ୍‌ଭେଂଚର ଏକ ସମ୍ପୂର୍ଣ୍ଣ ନୂଆ ଡିଜାଇନ ସହିତ ଆସୁଛି ଯାହା ଏହାକୁ ନିଜର ସାଥୀ ମଡେଲ ଆର ୧୩୦୦ ଜିଏସ ଠାରୁ ଭିନ୍ନ କରୁଛି। ନୂଆ ଫ୍ଲାଏଲାଇନ ସହ ଏହାର ଡିଜାଇନ ଅନାବଶ୍ୟକୀୟ ଜଟିଳତା ନଆଣି, ବରଂ ଚତୁର ଭାବେ ମ୍ୟାଟେରିଆଲିଟି ଓ ଫଙ୍କ୍‌ଶନାଲିଟିକୁ ଏକତ୍ରିତ କରି ଆରମ୍ଭରୁ ହିଁ ଅତ୍ୟଧିକ ଦୃଢତା ଓ ବିବିଧତା ପ୍ରଦର୍ଶନ କରିବାର ବିଚାରଧାରାକୁ ଅନୁସରଣ କରୁଛି। ସେଂଟ୍ରାଲ ବଡିୱର୍କ ଏରିଆରେ ବାହ୍ୟ ସ୍କିନର ଏକ ପ୍ରମୁଖ ଉପାଦାନ ହେଉଛି ୩୦ ଲିଟର ଆଲୁମିନିୟମ ଫୁଏଲ ଟ୍ୟାଙ୍କ ଯାହାକୁ ବହୁମାତ୍ରାରେ ଅଣଆଚ୍ଛାଦିତ ରଖାଯାଇଛି। ଉଚ୍ଚମାନର ହାଇଲାଇଟଗୁଡିକରେ ରିସେସ୍‌ଡ ବିଏମଡବ୍ଲୁ ଏମ୍‌ବ୍ଲେମ ଓ ଉଭୟ ପାଶ୍ୱର୍ରେ ଏମ୍‌ବସ୍‌ଡ ଜିଏସ ଲେଟରିଂ ସାମିଲ ରହିଥିବା ବେଳେ ସିଟ ଏରିଆରେ ଦୁଇଟି ଦୃଶ୍ୟମାନ ୱେଲ୍ଡିଂ ସିମ୍ ଟେକ୍ନୋଲୋଜି ଓ ନିର୍ମାଣ ସଠିକତାକୁ ପ୍ରଦର୍ଶିତ କରୁଛି। ଟ୍ୟାଙ୍କ୍‌ର ବିଶୁଦ୍ଧ ପ୍ରଶସ୍ତତା ଆତ୍ମବିଶ୍ୱାସକୁ ପ୍ରେରିତ କରୁଛି ଏବଂ ପ୍ରଭାବୀ ଫ୍ରଂଟାଲ ୱେଦର ପ୍ରୋଟେକ୍ସନ ଦେଉଛି। ଫଙ୍କ୍‌ଶନାଲ, ନାରୋ ସାଇଡ ସର୍‌ଫେସ୍‌ଗୁଡିକ ଚାଳକଙ୍କ ସହ ଉପଯୁକ୍ତ ଭାବେ ଏକୀକୃତ ହେଉଛନ୍ତି ଏବଂ ଅଫ୍‌ରୋଡରେ ସର୍ବାଧିକ ସମ୍ଭବ ଏର୍ଗୋନୋମିକ ସ୍ଥିତି ପ୍ରଦାନ କରୁଛନ୍ତି।

ଦୁଇଟି ବିଶାଳ ଟ୍ରାନ୍ସପରେଂଟ ୱାଇଣ୍ଡ ଡିଫ୍ଲେକ୍ଟର୍ସ (କକ୍‌ପିଟ ପ୍ୟାନେଲ) ସହିତ ମିଳିତ ଭାବେ ଏକ ବୃହତ ଆଡଜଷ୍ଟେବଲ୍ ୱାଇଣ୍ଡସିଲ୍ଡ ପ୍ରଭାବୀ ପବନ ଓ ପାଣିପାଗରୁ ସୁରକ୍ଷା ଦେଉଛି, ଯାହା ଲମ୍ବା ଯାତ୍ରାରେ ମଧ୍ୟ ଏକ ଶାନ୍ତ ଓ ଆରାମଦାୟକ ଚାଳନା ସୁନିଶ୍ଚିତ କରୁଛି। ଅପ୍ସନାଲ ଇଲେକ୍‌ଟ୍ରିକ ୱାଇଣ୍ଡସିଲ୍ଡ ଆଡ୍‌ଜଷ୍ଟମେଂଟ ୱାଇଣ୍ଡସିଲ୍ଡକୁ ହ୍ୟାଣ୍ଡେଲବାର୍‌ଗୁଡିକର ଆରାମରୁ ମିଲିମିଟର ସଠିକତା ସହ ଚାଳକଙ୍କ ବ୍ୟକ୍ତିଗତ ପସନ୍ଦ ସହ ଆଡଜଷ୍ଟ ହେବା ପାଇଁ ଅନୁମତି ଦେଉଛି। ଏକ୍ସଟେନ୍‌ଶନ ସହ ଷ୍ଟାଣ୍ଡାର୍ଡ ହ୍ୟାଣ୍ଡ ପ୍ରୋଟେକ୍ଟର ଓଇଂଟିଗ୍ରେଟେଡ ଟର୍ଣ୍ଣିଂ ଇଣ୍ଡିକେଟର ସର୍ବାଧିକ ସୁରକ୍ଷା ପ୍ରଦାନ କରୁଛି। ଉପର ଟ୍ୟାଙ୍କ୍ କଭର୍‌ର ବାମ ଓ ଡାହାଣ ପାଶ୍ୱର୍ରେ ଥିବା ରବରାଇଜ୍‌ଡ ଟ୍ୟାଙ୍କ ଟ୍ରେଗୁଡିକ ନନ୍‌-ସ୍ଲିପ, ସୁରକ୍ଷିତ ଷ୍ଟୋରେଜ ଦେଉକ୍ତି। ଅଲ୍‌-ନ୍ୟୁ ବିଏମଡବ୍ଲୁ ଆର ୧୩୦୦ ଜିଏସ ଆଡ୍‌ଭେଂଚର ଷ୍ଟାଣ୍ଡାର୍ଡ ଭାବେ ଏକ ସ୍ୱତନ୍ତ୍ର ଲାଇଟ ଆଇକନ ସହିତ ଏକ ଛୋଟ ଓ ଆକର୍ଷଣୀୟ ଫୁଲ୍ ଏଲଇଡି ହେଡଲ୍ୟାମ୍ପ ପ୍ରଦାନ କରୁଛି। ଏହାର ଲାଇଟ ୟୁନିଟରେ ଲୋ ଓ ହାଇ ବିମ୍ ପାଇଁ ଗୋଟିଏ ଏଲଇଡି ୟୁନିଟ ସହ ଡେଟାଇମ ରନିଂ ଲାଇଟ୍ ଓ ସାଇଡ ଲାଇଟ୍ ପାଇଁ ୪ଟି ଅତିରିକ୍ତ ୟୁନିଟ୍ ସାମିଲ ରହିଛି। ନୂଆ ଆର ୧୩୦୦ ଜିଏସ ଆଡ୍‌ଭେଂଚରରେ ଏଲଇଡ ଟେକ୍ନୋଲୋଜି ସହ ଦୁଇଟି ଏକ୍ସଟ୍ରା-ଫ୍ଲାଟ ଅକ୍‌ଜିଲିଆରୀ ହେଡ୍‌ଲ୍ୟାମ୍ପ ରହିଛି ଯାହା ବଡିୱର୍କ ସହ ଉନ୍ନତ ଭାବେ ମିଶ୍ରଣ ହୋଇଛି। ଏହି କମ୍ବିନେଶନ ଅପ୍ରତ୍ୟାଶିତ ସ୍ପଷ୍ଟତା ସହ ରାସ୍ତାକୁ ଆଲୋକିତ କରିଥାଏ, ଯାହାଫଳରେ ଟ୍ରାଫିକ୍‌ରେ ମଧ୍ୟ ଉତମ ଅନୁଭୂତି ମିଳିଥାଏ। ଷ୍ଟାଣ୍ଡାର୍ଡ ‘ହେଡଲାଇଟ ପ୍ରୋ’ ସହିତ ମ୍ୟାଟ୍ରିକ୍ସ ଫୁଲ୍ ଏଲଇଡ ହେଡଲ୍ୟାମ୍ପର ବିମ୍ ଲିଗ୍ ଆଙ୍ଗେଲ ଅନୁଯାୟୀ ବଙ୍କା ହୋଇଥାଏ।


Share It

Comments are closed.