ଶ୍ରୀପୁରା ଗ୍ରାମରେ ଏପସିଲନ କାର୍ବନ ଅଶୋକା ପକ୍ଷରୁ ଶିଶୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

Share It

ଝାରସୁଗୁଡ଼ା: କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଏପସିଲନ କାର୍ବନ ଅଶୋକା ପ୍ରାଇଭେଟ୍ ଲିମିଟେଡ୍ (ଇସିଏପିଏଲ୍‌) ପକ୍ଷରୁ ଶ୍ରୀପୁରା ଗ୍ରାମ୍ୟ ଗୋଷ୍ଠୀ କେନ୍ଦ୍ରରେ ଶିଶୁ ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩ଟି ଗାଁର, ୧ ମାସରୁ ୧୩ ବର୍ଷ ବୟସର ୬୧ରୁ ଅଧିକ ଶିଶୁଙ୍କୁ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଛି । ଏପସିଲନ୍ ଫାଉଣ୍ଡେସନ ଓ ଏନଜିଓ ଉତ୍କଳ ନିଡ୍ସ ମଧ୍ୟରେ ରଣନୈତିକ ସହଭାଗୀତା ଜରିଆରେ ଏହି ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ ସହଯୋଗୀ ଗୋଷ୍ଠୀ ସେବାର ଶକ୍ତି ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦିଗମ୍ବର ଭୋଇଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଜିଲ୍ଲା ପରିଷଦ ସଭ୍ୟ ଦିଗମ୍ବର ଭୋଇ ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି, ଶ୍ରୀପୁରା ଗ୍ରାମରେ ଶିଶୁ ସ୍ୱାସ୍ଥ୍ୟ ଶିବିର ଏହି ପଦକ୍ଷେପ ସହିତ ଏକ ନୂତନ ମାନଦଣ୍ଡ ସୃଷ୍ଟି କରିଛି । ମୁଁ ଏପସିଲନ ଫାଉଣ୍ଡେସନ ଏବଂ ଉତ୍କଳ ନିଡ୍‌ସକୁ ସେମାନଙ୍କ ସମର୍ପଣ ଏବଂ ଦୂରଦୃଷ୍ଟି ପାଇଁ ପ୍ରଶଂସା କରୁଛି । ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ଚର୍ମରୋଗ, ଅର୍ଥୋପେଡିକ(ଅସ୍ଥିଚିକିତ୍ସା) ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ପଦକ୍ଷେପକୁ ସମର୍ଥନ ଏବଂ ସମ୍ପ୍ରସାରଣ ଜାରି ରଖିବା ଜରୁରୀ ଅଟେ ଯାହା ଆମ ସମୁଦାୟର କଲ୍ୟାଣ ସୁନିଶ୍ଚିତ କରିବ ।
 ଏହାବ୍ୟତୀତ ମେଡିକାଲ କଲେଜ ସୁନ୍ଦରଗଡ଼ର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଡି ତଣ୍ଡି ଓ ପିଏଚସି ଶ୍ରୀପୁରାର ମେଡିକାଲ ଅଫିସର ଡାକ୍ତର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶିଷ୍ଟ ଡାକ୍ତରୀ ଦଳ ବିଶେଷଜ୍ଞ ଶିଶୁ ଚିକିତ୍ସା ପ୍ରଦାନ କରିଥିଲେ । ଏହି ଶିବିରରେ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ସମେତ ଏକ ବିଶେଷଜ୍ଞ ଦଳ ତଦାରଖ କରି ଉପଯୁକ୍ତ ଔଷଧ ବଂଟନ ସୁନିଶ୍ଚିତ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଆବଶ୍ୟକତାକୁ ପୂରଣ କରିଥିଲେ ।
ଏପସିଲନ ଫାଉଣ୍ଡେସନର ନିର୍ଦେଶକ ବିକ୍ରମ ହଣ୍ଡା କହିଛନ୍ତି, ଏହି ଶିଶୁ ସ୍ୱାସ୍ଥ୍ୟ ଶିବିର ଝାରସୁଗୁଡ଼ାରେ ଗୋଷ୍ଠୀ କଲ୍ୟାଣ ଓ ଅର୍ଥପୂର୍ଣ୍ଣ ପରିବର୍ତନ ପାଇଁ ଆମର ପ୍ରତିବଦ୍ଧତାର ଉଦାହରଣ । ଏପସିଲନରେ ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ ସ୍ଥାୟୀ ଅଭିବୃଦ୍ଧି ଏବଂ ସମ୍ପ୍ରଦାୟର ଉନ୍ନତି ପାଇଁ ସ୍ୱାସ୍ଥ୍ୟସେବା ଉପରେ ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ । ଏହି ପଦକ୍ଷେପ ଗୋଷ୍ଠୀ ସ୍ୱାସ୍ଥ୍ୟ ଫଳାଫଳରେ ଉନ୍ନତି ଆଣିବା ପାଇଁ ଏପସିଲନର ପ୍ରତିବଦ୍ଧତାକୁ ଦର୍ଶାଉଛି ଏବଂ ଏହି ଅଂଚଳରେ ଭବିଷ୍ୟତର ସ୍ୱାସ୍ଥ୍ୟସେବା ହସ୍ତକ୍ଷେପ ପାଇଁ ଏକ ଆଶାଜନକ ଭିତିଭୂମି ସ୍ଥାପନ କରିଛି । ଏପସିଲନ କାର୍ବନ ଅଶୋକ ପ୍ରତିନିଧି ଡ. ଦୟାନନ୍ଦ ଅୱସ୍ଥି ଓ ହେମରଂଜନ ପଟ୍ଟନାୟକ ଗୋଷ୍ଠୀ କଲ୍ୟାଣ ପାଇଁ କଂପାନିର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ସରପଂଚ ପ୍ରତିନିଧି ସରୋଜ କାଲୋ ଓ ଇସିଏପିଏଲର ଦେୱକିନନ୍ଦନ ସକ୍ରିୟ ସହଯୋଗ କରିଥିଲେ ।

 


Share It

Comments are closed.