ଡାବର ଚୱନପ୍ରକାଶ ସୁଗାରଫ୍ରି ପକ୍ଷରୁ ‘ଆପ୍‌କା ଅଙ୍ଗ୍‌ରକ୍ଷକ’ କ୍ୟାମ୍ପେନର ଶୁଭାରମ୍ଭ

Share It

ଭୁବନେଶ୍ୱର: ଡାବର ଇଣ୍ଡିଆର ଡାବର ଚୱନପ୍ରକାଶ ସୁଗାର ଫ୍ରି ପକ୍ଷରୁ ବିଶ୍ୱ ମଧୁମେହ ଦିବସ ଅବସରରେ ‘ଆପ୍‌କା ଅଙ୍ଗ୍‌ରକ୍ଷକ’ ନାମକ ଏକ ସ୍ୱାସ୍ଥ୍ୟ ସଚେତନତା କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି କ୍ୟାମ୍ପେନ ଜଣେ ମଧୁମେହ ରୋଗୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡିକର ସୁସ୍ଥତା ବଜାୟ ରଖିବା ଓ ପ୍ରତିରୋଧକ ଶକ୍ତିର ଆବଶ୍ୟକତା ସମେତ ରକ୍ତ ସର୍କରା ସ୍ତର ଉନ୍ନତ ରଖିବା, ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଓ ସୁସ୍ଥ ରହିବାର ମହତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ନୂତନ ଟିଭିସି ଡାବର ଚୱନପ୍ରକାଶ କିଭଳି ଫ୍ରି ରାଡିକାଲ୍ସକୁ ନ୍ୟୁଟ୍ରାଲାଇଜ କରିବାରେ ସାହାଯ୍ୟ କରେ ଓ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡିକର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ ତାହାକୁ ହାଇଲାଇଟ୍ କରୁଛି ।
ଏହି କ୍ୟାମ୍ପେନ ସମ୍ପର୍କରେ ଡାବର ଇଣ୍ଡିଆର ହେଲ୍‌ଥ ସପ୍ଲିମେଂଟ୍‌ସ ବିଭାଗର ମାର୍କେଟିଂ ହେଡ୍ ଅମିତ ଗର୍ଗ କହିଛନ୍ତି, “ଏକ ଆଇସିଏମ୍‌ଆର୍ ଅଧ୍ୟୟନ ଅନୁଯାୟୀ, ପ୍ରତି ୪ ଜଣରୁ ଜଣେ ଭାରତୀୟ ଡାଇବେଟିକ କିମ୍ବା ପ୍ରି-ଡାଇବେଟିକ୍ ଅଟନ୍ତି । ଡାଇବେଟିସ୍ ବା ମଧୁମେହ ଶରୀରରେ ଇନ୍‌ସୁଲିନ ସ୍ତରରେ ଅସ୍ଥିରତା ସୃଷ୍ଟି କରିଥାଏ ଯାହାଫଳରେ ରକ୍ତ ସର୍କରା ସ୍ତର ବୃଦ୍ଧି ପାଇଥାଏ । ଏହା ଶରୀରରେ କ୍ଷତିକାରକ ଫ୍ରି ରାଡିକାଲ୍‌ସ ସୃଷ୍ଟି କରିଥାଏ ଯାହା ଆମର ଆଖି, ହୃଦୟ, ଫୁସ୍‌ଫୁସ, କିଡ୍‌ନି, ଲିଭର ଭଳି ଗୁୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ପ୍ରଭାବିତ କରିପାରେ ଏବଂ ଆମର ରୋଗ ପ୍ରତିରୋଧକ ଶକ୍ତିକୁ କ୍ଷତି ପହଂଚାଇପାରେ । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ମଧୁମେହ ଦିବସ ଅବସରରେ ଏକ ହେଲ୍‌ଥ ସପ୍ଲିମେଂଟ ଭାବେ ଡାବର ଚୱନପ୍ରକାଶ ସୁଗାରଫ୍ରି ପକ୍ଷରୁ ରୋଗ ପ୍ରତିରୋଧ ଶକ୍ତିକୁ ମଜବୁତ ରଖିବା, ସୁସ୍ଥ ଆହାର ସେବନ କରିବା ଓ ଫିଟ୍‌ନେସ୍ ସମେତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡିକର ସ୍ୱାସ୍ଥ୍ୟ ବଜାୟ ରଖିବା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ‘ଆପ୍‌କା ଅଙ୍ଗ୍‌ରକ୍ଷକ’ କ୍ୟାମ୍ପେନ୍ ଲଂଚ୍ କରାଯାଇଛି । ଡାବର ଚୱନପ୍ରକାଶ ସୁଗାର ଫ୍ରି ବିନା କୌଣସି ଚିନିରେ ଡାବର ଚୱନପ୍ରାଶର ଉତମତା ପ୍ରଦାନ କରିଥାଏ । ଏହାକୁ ମଧୁମେହ ରୋଗୀଙ୍କ ପାଇଁ ସୁରକ୍ଷିତ କରିବା ଲାଗି ପରୀକ୍ଷଣ କରାଯାଇଛି । ଏହା ୫୦୦୦ ବର୍ଷ ପୁରୁଣା ପଦ୍ଧତି ଉପରେ ଆଧାରିତ । ଏଥିରେ ଅଁଳା, ଅଶ୍ୱଗନ୍ଧା, ଜିଲୟ ଭଳି ୪୦ଟି ଆୟୁର୍ବେଦିକ ଔଷଧର ମିଶ୍ରଣ ରହିଛି । ଏହାର ନିୟମିତ ସେବନ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ ଏବଂ ଥଣ୍ଡା, କାଶ ଭଳି ସାଧାରଣ ରୋଗଗୁଡିକରୁ ସୁରକ୍ଷା ଦେଇଥାଏ । ‘ଆପ୍‌କା ଅଙ୍ଗ୍‌ରକ୍ଷକ’ କ୍ୟାମ୍ପେନ ମାଧ୍ୟମରେ ଆମର ଲକ୍ଷ୍ୟ ହେଉଛି ଲୋକମାନଙ୍କୁ ଫିଟ୍ ରଖିବା ଏବଂ ସମସ୍ତଙ୍କୁ ଏକ ସୁସ୍ଥ ଭବିଷ୍ୟତ ପାଇଁ ଅନୁପ୍ରାଣିତ କରିବା ଓ ସେମାନଙ୍କୁ ଡାବର ଚୱନପ୍ରକାଶ ସୁଗାର୍‌ଫ୍ରି ସହ ସୁସ୍ଥ ଜୀବନଶୈଳୀ ଆରମ୍ଭ କରିବା ପାଇଁ ସଶକ୍ତ କରିବା ।” ଏହି ଟିଭିସି କ୍ୟାମ୍ପେନକୁ https://www.youtube.com/@daburchyawanprash5750 ରେ ଦେଖାଯାଇପାରିବ ।

 


Share It

Comments are closed.