ବରଗଡର ଲୋକଙ୍କ ପାଇଁ ଅର୍ଥୋପେଡିକ୍ ଓପିଡିର ଆୟୋଜନ କରିବ ସାଇ କୃପା ହସ୍ପିଟାଲ

Share It

ବରଗଡ : ସାଇ କୃପା ହସ୍ପିଟାଲ ପକ୍ଷରୁ ଓଡିଶାର ବରଗଡରେ ଆସନ୍ତା ମେ’ ୨୭ ଓ ୨୮ ତାରିଖ ୨୦୨୩ରେ ସାଧାରଣ ଜନତାଙ୍କ ପାଇଁ ଏହାର ନୂଆ ଅର୍ଥୋପେଡିକ୍ ଓପିଡିର ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମ ବରଗଡ ଓ ଏହାର ଆଖପାଖ ଅଂଚଳର ଲୋକମାନଙ୍କ ପାଇଁ ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନେଇ ହସ୍ପିଟାଲର ନିରନ୍ତର ପ୍ରୟାସର ଅଂଶବିଶେଷ ଅଟେ । ସାଇ କୃପା ହସ୍ପିଟାଲ ବରଗଡ ଓ ଏହା ଆଖପାଖ ଅଂଚଳର ଲୋକଙ୍କୁ ସର୍ବୋତମ ସମ୍ଭବ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ପ୍ରଦାନ କରିବା ପାଇଁ ଅପେକ୍ଷା କରିଛି । ହସ୍ପିଟାଲ ପକ୍ଷରୁ ଏହି ଓପିଡି କାର୍ଯ୍ୟକ୍ରମର ଲାଭ ଉଠାଇବା ଏବଂ ଦିଲ୍ଲୀର ଡଃ ଡି କେ ଦାସ ଓ ତାଙ୍କ ଟିମ୍‌ଠାରୁ ବିଶେଷଜ୍ଞ ପରାମର୍ଶ ଗ୍ରହଣ କରିବା ପାଇଁ ଲୋକମାନଙ୍କୁ ଆବେଦନ କରାଯାଇଛି ।

ପ୍ରାରମ୍ଭିକ ଭାବେ ସାଇକୃପା ହସ୍ପିଟାଲ, ବରଗଡ ପକ୍ଷରୁ ଗତ ଏପ୍ରିଲ ୮ ଓ ୯ ତାରିଖରେ ଏକ ମାଗଣା ଅର୍ଥୋପେଡିକ୍ କ୍ୟାମ୍ପର ଆୟୋଜନ କରାଯାଇଥିଲା । ଏସମ୍ପର୍କରେ ହସ୍ପିଟାଲର ପ୍ରତିଷ୍ଠାତା ଡଃ ରାଜେଶ ତ୍ରିପାଠୀ କହିଛନ୍ତି, ବରଗଡର ଅନେକ ଲୋକ ଦୀର୍ଘ ସମୟ ହେବ ଆଣ୍ଠୁ ଓ ଅଂଟାରେ ଗମ୍ଭୀର ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି । ସେମାନେ ଏକ ଦିବ୍ୟାଙ୍ଗ ଜୀବନ ବଂଚୁଛନ୍ତି ଏବଂ ନିଜର ଦୈନନ୍ଦିନ କାର୍ଯ୍ୟ ଠିକ୍ ଭାବେ କରିପାରୁ ନାହାନ୍ତି । ବରଗଡର ଲୋକମାନଙ୍କ ଯନ୍ତ୍ରଣାକୁ କମ୍ କରିବା ପାଇଁ ଡଃ ତ୍ରିପାଠୀ, ଦିଲ୍ଲୀର ଜଣେ ବରିଷ୍ଠ ଅର୍ଥୋପେଡିକ୍ ଓ ଜଏଂଟ୍ ରିପ୍ଲେସ୍‌ମେଂଟ୍ ସର୍ଜନ ଡଃ ଡି କେ ଦାସଙ୍କୁ ସଠିକ୍ ନିଦାନ ଓ ଚିକିତ୍ସା ପାଇଁ ଆମନ୍ତ୍ରିତ କରିଥିଲେ । ଡଃ ଡି କେ ଦାସ ଓ ତାଙ୍କ ଟିମ୍ ଦୁଇ ଦିନରେ କ୍ୟାମ୍ପରେ ୭୦୦ରୁ ଅଧିକ ରୋଗୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ଏବଂ ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ୪ ଜଣ ରୋଗୀଙ୍କଠାରେ ଅସ୍ତ୍ରୋପଚାର କରିଥିଲେ । କ୍ୟାମ୍ପର ଅଧିକାଂଶ ରୋଗୀଙ୍କର ବିଜୁ କୃଷକ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ କାର୍ଡ ଥିଲା ଯାହା ସେମାନଙ୍କୁ ନିଜର ଚିକିତ୍ସାରେ ସହଯୋଗ କରିଥିଲା । ଏସମ୍ପର୍କରେ ଡଃ ଡି କେ ଦାସ କହିଛନ୍ତି, ଓଡିଶାର ଲୋକମାନଙ୍କୁ ସେବା ପ୍ରଦାନ କରିବା ମୋ ପାଇଁ ଏକ ଗୌରବର କଥା ଯାହା ମୋର ଜନ୍ମସ୍ଥାନ ଅଟେ । ମୁଁ ମୋର ଲୋକମାନଙ୍କୁ ଚିକିତ୍ସା କରି ଓ ସେମାନଙ୍କର ଦୀର୍ଘ ଦିନର ଯନ୍ତ୍ରଣା ଦୂର କରି ଖୁସି ଅନୁଭବ କରୁଛି । ମୁଁ ହସ୍ପିଟାଲର ପ୍ରତିଷ୍ଠାତା ଡଃ ରାଜେଶ ତ୍ରିପାଠୀ ଓ ଡଃ ସୁସ୍ମିତା ଦାସଙ୍କୁ ମୋତେ ଆମନ୍ତ୍ରିତ କରିଥିବାରୁ ଓ ମୋର ଲୋକମାନଙ୍କୁ ସେବା ପ୍ରଦାନ କରିବା ପାଇଁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ଡଃ ଡି କେ ଦାସ ଓ ତାଙ୍କ ଟିମ୍ ଗତ ଏପ୍ରିଲ ୨୮ ଓ ୨୯ ତାରିଖରେ ବରଗଡ ଗସ୍ତ କରି ଏଠାକାର ଲୋକଙ୍କ ଚିକିତ୍ସା କରିବା ପାଇଁ ସାଇ କୃପା ହସ୍ପିଟାଲ ଆସିଥିଲେ । ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଦୁଇ ଦିନରେ ଡଃ ଦାସ ଓ ତାଙ୍କ ଟିମ୍ ସଫଳତାର ସହ ୧୯ ଜଣ ରୋଗୀଙ୍କର ଜଏଂଟ୍ ରିପ୍ଲେସ୍‌ମେଂଟ୍ ସର୍ଜରୀ କରିଥିଲେ । ସେହିପରି ୧୦୦ରୁ ଅଧିକ ରୋଗୀ ତାଙ୍କଠାରୁ ଚିକିତ୍ସକୀୟ ପରାମର୍ଶ ନେଇଥିଲେ ।


Share It

Comments are closed.