ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍‌ସ କ୍ରିକେଟ ନିର୍ଦେଶକ ହେବେ

Share It

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ପୁଣି ଥରେ ଆଇପିଏଲକୁ ଫେରିବେ। ଆଇପିଏଲ ଦଳ ଦିଲ୍ଲୀ କ୍ୟାପିଟାଲ୍‌ସର କ୍ରିକେଟ ନିର୍ଦେଶକ ଭାବେ ଗାଙ୍ଗୁଲି କାର୍ଯ୍ୟ କରିବେ। ୨୦୨୩ ଆଇପିଏଲ ରେ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍‌ର କ୍ରିକେଟ ନିର୍ଦେଶକ ଦାୟିତ୍ବ ତୁଲାଇବେ।ଏ ନେଇ ଦିଲ୍ଲୀ କ୍ୟାପିଟାଲ୍‌ସ ପକ୍ଷରୁ ଗାଙ୍ଗୁଲିଙ୍କୁ କ୍ରିକେଟ ନିର୍ଦେଶକ ନିଯୁକ୍ତ କରିବା ନେଇ ପ୍ରସ୍ତାବ ଦେଇଛି। ଗାଙ୍ଗୁଲି ଗତ ଅକ୍ଟୋବରରେ ବିସିସିଆଇ ସଭାପତି ପଦ ହରାଇଥିଲେ। ଦିଲ୍ଲୀ କ୍ୟାପିଟାଲ୍‌ସ ଆଇଏଲଟି -ଟି୨୦ ଦଳ ଦୁବାଇ କ୍ୟାପିଟାଲ୍‌ସ ଓ ଦକ୍ଷିଣ ଆଫ୍ରିକା ଟି୨୦ ଲିଗରେ ପ୍ରିଟୋରିଆ କ୍ୟାପିଟାଲସ ଦଳର ଫ୍ରାଞ୍ଚାଇଜ୍‌ ରହିଛି। ଏଥିରେ ମଧ୍ୟ ଗାଙ୍ଗୁଲି କାର୍ଯ୍ୟ କରିବାର ସମ୍ଭାବନା ରହିଛି।
ଗାଙ୍ଗୁଲି ଆଇପିଏଲକୁ ଫେରିବା ନିଶ୍ଚିତ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍‌ସର କ୍ରିକେଟ ନିର୍ଦେଶକ ଭାବେ ନିଯୁକ୍ତ ହେବେ। ଗାଙ୍ଗୁଲି ମଧ୍ୟ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିଥିବା ନେଇ ଦିଲ୍ଲୀ କ୍ୟାପିଟାଲ୍‌ସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୂର୍ବରୁ ୨୦୧୯ରେ ଗାଙ୍ଗୁଲି ଆଇପିଏଲ ଦଳ ଦିଲ୍ଲୀ କ୍ୟାପିଟାଲ୍‌ସର ମାର୍ଗଦର୍ଶକ ରହିଥିଲେ। ଦିଲ୍ଲୀ କ୍ୟାପିଟାଲ୍‌ସ ଏବେ ବିଶ୍ବର ଦୁଇ ପୂର୍ବତନ ତାରକା ଖେଳାଳି ରିକି ପଣ୍ଟିଂ ଓ ସୌରଭ ଗାଙ୍ଗୁଲିଙ୍କ ମାର୍ଗଦର୍ଶକରେ ଖେଳିବ। ଏହା ଦଳ ପାଇଁ ସହାୟକ ହେବ ବୋଲି ଦିଲ୍ଲୀ କ୍ୟାପିଟାଲ୍‌ସ ପକ୍ଷରୁ କୁହାଯାଇଛି। ଦିଲ୍ଲୀ କ୍ୟାପିଟାଲ୍‌ସର ନିୟମିତ ଅଧିନାୟକ ଋଷଭ ପନ୍ତ୍‌ ଆହତ ହେବା ପ​‌େ​‌ର ୨୦୨୩ ଆଇପିଏଲ ପୂର୍ବରୁ ଦଳକୁ ବଡ ଧକ୍କା ଲାଗିଛି। ଦିଲ୍ଲୀ କ୍ୟାପିଟାଲ୍‌ସ କୋନା ଭରତକୁ ଛାଡ଼ି ଦେଇଥିବା ବେଳେ ଏବେ ଦଳ ପାଇଁ ୱିକେଟରକ୍ଷକକୁ ନେଇ ଚିନ୍ତା ଘାରିଛି।

ଏବେ ସଞ୍ଜୁ ସାମସନ (ରାଜସ୍ଥାନ ରୟାଲ୍‌ସ), ଇଶାନ କିଷନ (ମୁମ୍ବଇ ଇଣ୍ଡିଆନସ), ରିଦ୍ଧିମାନ ସାହ (ଗୁଜୁରାଟ ଟାଇଟନ୍‌ସ), ଉପେନ୍ଦ୍ର ଯାଦବ (ସନରାଇଜର୍ସ ହାଇଦରାବାଦ), ଲୋକେଶ ରାହୁଲ (ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ)ରେ ୱିାକେଟରକ୍ଷକ ଭା​‌େ​‌ବ ରହିଥିବାବେଳେ କେବଳ ଏବେ ଇଂଲଣ୍ଡର ଫିଲ୍‌ ସଲ୍ଟ ବିକଳ୍ପ ରହିଛନ୍ତି। ଗାଙ୍ଗୁଲି ଓ ପନ୍ତ୍‌ ମିଳିତ ଭାବେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ଆଗକୁ ନେବା ନେଇ କାର୍ଯ୍ୟ କରିବା ସହିତ ୱିକେଟରକ୍ଷକ ତଲାସ ପ୍ରଥମ କାର୍ଯ୍ୟ ହେବ।


Share It

Comments are closed.