ଚଳିତ ମାସ ୧୭ରୁ ଆରମ୍ଭ ହେବ ‘ଅଙ୍କୁରାୟନ’
ଜଗତସିଂହପୁର : ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆନନ୍ଦ ଓ ଆଲୋକର ଉତ୍ସବ ଅଙ୍କୁରାୟନ ଏଥର ଆସନ୍ତା ୧୭ ଡିସେମ୍ବର ୨୦୨୨ ରୁ ଆରମ୍ଭ ହେଉଛି ବୋଲି ଏ ବର୍ଷର ଆବାହକ ଶ୍ରୀ ବିଭୁସେନ ପତି ଜଣାଇଛନ୍ତି। ବନ୍ଧୁ ସଂଗଠନ ଦ୍ୱାରା୨୦୦୭ ମସିହାରୁ ନିରବଛିନ୍ନ ଭାବେ ଆୟୋଜିତ ହୋଇଆସୁଥିବା ଏହି କାର୍ଯ୍ୟକ୍ରମ ପାଇକା ନଦୀପଠା, ଲଙ୍କାପଡା(ଜଗତସିଂହପୁର) ଓ ନୟାଗଡ଼ ର ଶରଣକୂଳ ଠାରେ ଏକା ସମୟରେ ତିନିଦିନ ଧରି ଚାଲି ଆସନ୍ତା ୧୯ ତାରିଖ ରେ ଉଦଯାପିତ ହେବ। ଅଧିକନ୍ତୁ ଅଙ୍କୁରାୟନର କିଛି କାର୍ଯ୍ୟକ୍ରମ ଅନଲାଇନ ରେ ମଧ୍ଯ କରାଯିବ ଯେଉଁଥିରେ ଓଡିଶା ତଥା ବିଦେଶରେ ରହୁଥିବା ଓଡିଆ ପିଲାମାନେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇବେ। ୨୯ ଟି ପ୍ରତିଯୋଗିତା ଛଡା ସବୁବର୍ଷ ପରି କାହାଣୀ, ଗୀତ, ଖେଳ ମାଧ୍ୟମରେ ଶିଶୁପ୍ରାଣରେ ଭାବ ଜାଗରଣ ନିମିତ୍ତ ଆନନ୍ଦକେନ୍ଦ୍ର ଓ ବିଶେଷ ବ୍ୟକ୍ତିତ୍ବ ମାନଙ୍କ ସହ ଅଳ୍ପ ଗଳ୍ପ ମଧ୍ଯ ଅନୁଷ୍ଠିତ ହେବ। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ନୟାଗଡରେ ଅଙ୍କୁରାୟନକୁ ସଂଯୋଜନା କରୁଥିବା ଗ୍ରୀନକ୍ଳବର କାର୍ଯ୍ଯକର୍ତ୍ତା କୁମାର ବରାଡ ଜଣାଇଛନ୍ତି। ଏହି ଉତ୍ସବରେ ବହୁ ସଂଖ୍ଯାରେ ଯୋଗ ଦେଇ ଏହାର ଆନନ୍ଦ ନେବାକୁ ନିବେଦନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୮୭୬ ଜଣ ଏହି ଉତ୍ସବ ରେ ଭାଗନେବାକୁ ପଞିକରଣ କରିସାରିଛନ୍ତି।
Comments are closed.