ଗୁୁରୁତର ରୋଗୀଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
କଳାହାଣ୍ଡୀ: ବିଭିନ୍ନ ସମୟରେ ଅନେକ ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ବାରମ୍ବାର ନିଜର ମାନବିକତାର ପ୍ରମାଣ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସର କର୍ମଚାରୀମାନେ । ଆଜି ପୁଣି ସମାନ ଧରଣର ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡୀ ଜିଲ୍ଲାରେ । ଘଟଣାନୁଯାୟୀ ଚଳିତ ଡିସେମ୍ବର ୧୦ ତାରିଖ ଦିନ ଏକ ୧୦୮ ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ନେଇ ଧର୍ମଗଡ଼ ଡାକ୍ତରଖାନାକୁ ଆସିଥିଲା । ତେବେ ଏହି ସମୟରେ ସେଠାରେ ପୂର୍ବରୁ ଚିକିତ୍ସିତ ହେଉଥିବା ଜ୍ୟୋସ୍ନା ଗୌଡ଼(୧୧) ନାମକ ଜଣେ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ତୁରନ୍ତ ଓ’ ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଯୋଗାଡ଼ କରିବାକୁ କହିଥିଲେ । ମାତ୍ର ଏହି ସମୟରେ ଡାକ୍ତରଖ।।ନରେ ଏହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ତେଣୁ ଉପାୟଶୂନ୍ୟ ହୋଇ ରୋଗୀଙ୍କ ସମ୍ପର୍କୀୟ ସେଠାରେ ଉପସ୍ଥିତ ଥିବା ଉକ୍ତ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଗଣେଶ୍ୱର କେତକୀଙ୍କୁ ଗୋଟିଏ ୟୁନିଟ ଓ’ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଯୋଗାଡ଼ କରିବା ପାଇଁ ଅନୁରୋଧ କରିଥିଲେ । ସୌଭାଗ୍ୟବସତଃ ଗଣେଶ୍ୱରଙ୍କ ବ୍ଲଡ ଗ୍ରୁପ ମଧ୍ୟ ଓ’ ପଜିଟିଭ ଥିଲା । ତେଣୁ ସେ ଆଉ କାଳ ବିଳମ୍ବ ନ କରି ତୁରନ୍ତ ଯାଇ ଉକ୍ତ ରୋଗୀଙ୍କୁ ଗୋଟିଏ ୟୁନିଟ ରକ୍ତ ଦାନ କରିଥିଲେ । ତାଙ୍କର ଏହି ମାନବିକତା ପାଇଁ ସେହି ଗୁରୁତର ରୋଗୀଜଣଙ୍କ ଆଜି ଏକ ନୂଆ ଜୀବନ ପାଇପାରିଛନ୍ତି ।
Comments are closed.