ଇଶାନଙ୍କ ପରେ କୋହଲିଙ୍କ କମାଲ: କ୍ୟାରିୟରର ୪୪ତମ ଶତକ ମାରିଲେ
ଭାରତୀୟ କ୍ରିକେଟର ବିରାଟ କୋହଲୀ ବାଙ୍ଗଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଜବରଦସ୍ତ ପ୍ରବର୍ଶନ କରି ଶତକ ହାସଲ କରିଛନ୍ତି । ଦିନିକିଆ କ୍ୟାରିୟରରେ ଏହା ହେଉଛି ବିରାଟଙ୍କ ୪୪ତମ ଶତକ । କିନ୍ତୁ ଏହି ଶତକ ପାଇଁ ବିରାଟ ଓ ତାଙ୍କ ଫ୍ୟାନଙ୍କୁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା । ପାଖାପାଖି ସାଢ଼େ ୩ ବର୍ଷ ପରେ ବିରାଟ ଶତକ ମାରିବାରେ ସଫଳ ହୋଇଛନ୍ତି । ବିରାଟ ଶେଷଥର ପାଇଁ ୨୦୧୯ରେ ୱେଷ୍ଟେଣ୍ଡିଜ ବିପକ୍ଷରେ ଶତକ ହାସଲ କରିଥିଲେ ।
𝐂𝐄𝐍𝐓𝐔𝐑𝐘 𝐅𝐎𝐑 𝐕𝐈𝐑𝐀𝐓 𝐊𝐎𝐇𝐋𝐈 💥💯
He brings up his 44th ODI ton off 85 deliveries.
He goes past Ricky Ponting to be second on the list in most number of centuries in international cricket.
Live – https://t.co/HGnEqtZJsM #BANvIND pic.twitter.com/ohSZTEugfD
— BCCI (@BCCI) December 10, 2022
ବିରାଟ କୋହଲୀ ଆଜିର ମ୍ୟାଚରେ ୮୫ ବଲରେ ଶତକ ହାସଲ କରିଛନ୍ତି । ଶତକୀୟ ପାଳିରେ ବିରାଟ ୧୧ଟି ଚୌକା ଓ ଗୋଟିଏ ଛକ୍କା ମାରିଛନ୍ତି । କିନ୍ତୁ ବିରାଟ ୧୧୩ ରନରେ ଆଉଟ ହୋଇ ପାଭିଲିୟନ ଫେରି ଯାଇଛନ୍ତି ।
Comments are closed.