ଟସ ଜିତି ବ୍ୟାଟିଙ୍ଗ ନିଷ୍ପତି ନେଲା ବାଂଲାଦେଶ

Share It

୨ୟ ଦିନିକିଆରେ ବି ଟସ୍‌ ଜିତିଲା ବାଂଲାଦେଶ । ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଘରୋଇ ଟିମ୍‌ । ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ଆଜିର ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ ୨ଟି ପରିବର୍ତ୍ତନ କରାଯାଇଛି । ଶାହାବାଜ୍‌ ଅହମ୍ମଦ ଓ କୁଳଦୀପ ସେନ୍‌ଙ୍କ ବଦଳରେ ଅକ୍ଷର ପଟେଲ ଏବଂ ଉମ୍‌ରାନ୍‌ ମଲ୍ଲିକ ଟିମ୍‌ରେ ସାମିଲ ହୋଇଛନ୍ତି ।

ଭାରତ-ବାଂଲାଦେଶ ମଧ୍ୟରେ ଦିନିକିଆ ସିରିଜ ଚାଲିଛି । ପ୍ରଥମ ଦିନିକିଆରେ ବାଂଲାଦେଶ ଟିମ୍‌ ରୋମାଞ୍ଚକର ସହ ବିଜୟ ହାସଲ କରିଛି । ହେଲେ ଭାରତୀୟ ଟିମ୍‌ ପାଇଁ ୨ୟ ଦିନିକିଆ ମ୍ୟାଚ୍‌ ଜିତିବା ଏବେ ବାଧ୍ୟତାମୂଳକ ହୋଇଯାଇଛି । ଯଦି ବାଂଲାଦେଶ ଟିମ୍‌ ୨ୟ ଦିନିକିଆ ମ୍ୟାଚ୍‌ ଜିତିଯାଉଛି । ତେବେ ସିରିଜ୍‌ ଉପରେ କବ୍‌ଜା କରିବ ବାଂଲାଦେଶ ଟିମ୍‌ । ଭାରତୀୟ ଟିମ୍‌ – ରୋହିତ ଶର୍ମା(ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ସୁର୍ଦଲ ଠାକୁର, ଦୀପକ ଚହର, ମହମ୍ମଦ ସିରାଜ, ଉମ୍‌ରାନ୍‌ ମଲ୍ଲିକ ।

ବାଂଲାଦେଶ ଟିମ୍‌- ଲିଟନ ଦାସ(ଅଧିନାୟକ), ଅନାମୁଲ ହକ, ସାକିବ ଅଲ୍‌ ହାସନ, ଏନ୍‌.ଏଚ୍‌ ସାଣ୍ଟୋ, ମହମୁଦୁଲ୍ଲା, ମୁସଫିକର ରହିମ, ଏଚ୍‌ ଧ୍ରୁବ, ମେହଦି ହାସାନ ମିରାଜ, ହାସାନ ମହମ୍ମଦ, ମୁସ୍ତାଫିଜୁର ରେହମାନ, ଇବାଦତ ହୋସେନ।


Share It

Comments are closed.