ବର୍ଷକ ଭିତରେ ବଦଳିଯିବ ଟିମ୍ ଇଣ୍ଡିଆ, ବାହାର ହୋଇପାରନ୍ତି ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ବରିଷ୍ଠ ଖେଳାଳି

Share It

ଟି-୨୦ ବିଶ୍ୱକପର ସେମିଫାଇନାଲରେ ଇଂଲଣ୍ଡଠାରୁ ଗୁରୁବାର ଭାରତ ୧୦ ୱିକେଟରେ ପରାଜିତ ହୋଇଛି । ଏହି ଶୋଚନୀୟ ପରାଜୟ ପରେ ଟିମ୍ ଇଣ୍ଡିଆ ଏବେ ରାଡାରରେ ରହିଛି। ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ(ବିସିସିଆଇ) ଏବେ କଡା ମନୋଭାବ ଗ୍ରହଣ କରିବାକୁ ଯାଉଛି। ବର୍ଷକ ଭିତରେ ଭାରତୀୟ ଟିମ୍‌ରେ ଖୁବ୍ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ନ୍ୟୁଜ ଏଜେନ୍ସି ପିଟିଆଇ ବିସିସିଆଇ ସୁତ୍ର ପକ୍ଷରୁ ସୂଚନା ଦେଇଛି ଯେ, ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଓ ୱିକେଟକିପର ବ୍ୟାଟସ୍ୟାନ୍ ଦିନେଶ କାର୍ତ୍ତିକଙ୍କ ଏହା ଶେଷ ବିଶ୍ୱକପ ହୋଇପାରେ। ଏହାଛଡା ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ମଧ୍ୟ ଧିରେ ଧିରେ ଟିମ୍‌ରୁ ବାହାର କରାଯିବ। ତେବେ ସନ୍ୟାସ ନେବାର ନିଷ୍ପତ୍ତି ଖେଳାଳିଙ୍କୁ ନେବାକୁ ପଡିବ।

ଉଲ୍ଲେଖନୀୟ ଯେ, ଇଂଲଣ୍ଡ ବିରୋଧରେ ପରାଜୟ ପରେ କ୍ୟାପଟେନ୍‌ ରୋହିତ ଶର୍ମା ଖୁବ୍ ନିରାଶ ଥିବା ଦେଖିବାକୁ ମିଳିଥିଲେ। ତାଙ୍କୁ କୋଚ୍ ରାହୁଲ ଦ୍ରାଭିଡ୍‌ଙ୍କୁ ସ୍ବାନ୍ତନା ଦେଇଥିଲେ। ସୁତ୍ରରୁ ମିଳିଥିବା ଆଗାମୀ ଟି-୨୦ ବିଶ୍ୱକପ ଦୁଇ ବର୍ଷ ପରେ ହେବ। ଏଭଳି ସ୍ଥିତିରେ ବିସିସିଆଇର ଭବିଷ୍ୟତର କ୍ୟାପଟେନ୍‌ଙ୍କ ଝଲକ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଭିତରେ ଦେଖୁଛି। ଅର୍ଥାତ ଏହା ସ୍ପଷ୍ଟ ଯେ, ଆଗାମୀ ଟି-୨୦ ଓ ଦିନିକିଆ କ୍ୟାପଟେନ୍ ହାର୍ଦ୍ଧିକ ହୋଇପାରନ୍ତି।

ରିପୋର୍ଟ ଅନୁସାରେ, ବିସିସିଆଇ କୌଣସି ଖେଳାଳିଙ୍କୁ ସନ୍ୟାସ ନେବାକୁ କହିବନି। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କୁହାଯାଇଛି। ଯଦି ଆଗାମୀ ଟି-୨୦ ବିଶ୍ବକପ୍‌ ୨୦୨୩ର କଥା କୁହାଯାଏ, ତେବେ ଅଧିକାଂଶ ବରିଷ୍ଠ ଖେଳାଳି ଦିନିକିଆ ଖେଳୁଥିବାର ଦେଖାଯିବେ। ଯଦି ଖେଳାଳି ଚାହାନ୍ତି ନାହିଁ, ତେବେ ସନ୍ୟାସ ଘୋଷଣା କରିବା ଦରକାର ନାହିଁ। ତେବେ ଯେତେବେଳେ ରାହୁଲ ଦ୍ରାଭିଡ୍‌ଙ୍କୁ କୋହଲି ଓ ରୋହିତଙ୍କ ଭଳି ସିନିୟ ଖେଳାଳିଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ କରାଯାଉଛି, ସେ କହିଛନ୍ତି, ସେମିଫାଇନାଲ ମ୍ୟାଚ୍‌ର ଠିକ୍ ପରେ ଏବେ ଏ ବିଷୟରେ କଥା ହେବା ତରବରିଆ ନିଷ୍ପତ୍ତି ହେବ। ଏହି ଖେଳାଳି ଆମ ପାଇଁ ଭଲ ପ୍ରଦର୍ଶନ କରୁଛନ୍ତି। ଯେପରିକି ଆପଣ କହିଥିଲେ, ଆମ ପାଖରେ ପରିବର୍ତ୍ତନ ଓ ବିଚାର କରିବା ପାଇଁ ଏବେ ଖୁବ୍ ସମୟ ରହିଛି।


Share It

Comments are closed.