ଇଣ୍ଡିଆନ୍ ପ୍ଲାଷ୍ଟିକ୍ସ ଫେଡେରେଶନ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି ଭାରତର ସର୍ବବୃହତ୍ ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ପ୍ରଦର୍ଶନୀ ‘ଆଇଏନ୍ଡିପିଏଲ୍ଏଏସ୍’୨୨’
ଭୁବନେଶ୍ୱର : ପୂର୍ବାଂଚଳ ଭାରତରେ ପ୍ଲାଷ୍ଟିକ୍ ଶିଳ୍ପରେ ଅଭିବୃଦ୍ଧି ସୁଯୋଗଗୁଡିକୁ ସମର୍ଥନ କରିବା ପାଇଁ ଇଣ୍ଡିଆନ୍ ପ୍ଲାଷ୍ଟିକ୍ସ ଫେଡେରେଶନ (ଆଇପିଏଫ୍) ପକ୍ଷରୁ କୋଲ୍କାତାରେ ଆସନ୍ତା ୨୫ ନଭେମ୍ବରରୁ ୨୮ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଏହାର ତ୍ରୟିବାର୍ଷିକ ପ୍ରଦର୍ଶନୀ ‘ଆଇଏନ୍ଡିପିଏଲ୍ଏଏସ୍’୨୨’ର ଆୟୋଜନ କରାଯାଉଛି । ଏହି ପ୍ରଦର୍ଶନୀ ନୂଆ କରି ନିର୍ମାଣ ହୋଇଥିବା ବିଶ୍ୱ ବାଙ୍ଗ୍ଲା ମେଳା ପ୍ରାଙ୍ଗଣଠାରେ ଆୟୋଜିତ ହେବ ଯାହାକି ଆଇଟିସି ରୟାଲ ବେଙ୍ଗଲ୍ ହୋଟେଲ୍ ନିକଟରେ ୨ ଲକ୍ଷ ବର୍ଗଫୁଟ୍ର ଅଚ୍ଛାଦିତ ଏରିଆ ସହିତ ବିଶ୍ୱସ୍ତରୀୟ ସୁବିଧା ସହ ସହରର କେନ୍ଦ୍ରରେ ଅବସ୍ଥିତ ରହିଛି ଏବଂ ଏଠାରେ ପର୍ଯ୍ୟାପ୍ତ ଶକ୍ତି, ମଲ୍ଟି-ଷ୍ଟୋରେଜଡ୍ କାର୍ ପାର୍କିଙ୍ଗ୍, ଫୁଡ୍ କୋର୍ଟ, କନ୍ଫରେନ୍ସ ହଲ୍ ଓ ଏକ ସୁସଜ୍ଜିତ ବିଜ୍ନେସ୍ ସେଂଟର୍ ଭଳି ଅନ୍ୟ ବ୍ୟବସାୟିକ ସୁବିଧାଗୁଡିକ ରହିଛି । ଏହି ପ୍ରଦର୍ଶନୀ ପଡିଆ ଉଭୟ ଦର୍ଶକ ଓ ପ୍ରଦର୍ଶନକାରୀଙ୍କ ପାଇଁ ଏକ ସ୍ୱର୍ଗ ହେବ ।
ଇଣ୍ଡିଆନ୍ ପ୍ଲାଷ୍ଟିକ୍ସ ଫେଡେରେଶନ (ଆଇପିଏଫ୍) ହେଉଛି ବର୍ତମାନ ଭାରତର ଅନ୍ୟତମ ସର୍ବପୁରାତନ ପ୍ଲାଷ୍ଟିକ୍ ଶିଳ୍ପ ସଂଘ ମଧ୍ୟରୁ ଅନ୍ୟତମ । ‘ଆଇଏନ୍ଡିପିଏଲ୍ଏଏସ୍’୨୨’- ହେଉଛି ପୂର୍ବାଂଚଳ ଭାରତରେ ସର୍ବବୃହତ୍ ସେକ୍ଟର-ସ୍ପେଶିଫିକ୍ ବିଜ୍ନେସ୍-ଟୁ-ବିଜ୍ନେସ୍ (ବି୨ବି) ଆନ୍ତର୍ଜାତୀୟ ପ୍ରଦର୍ଶନୀ । ‘ଆଇଏନ୍ଡିପିଏଲ୍ଏଏସ୍୨୨’ ହେଉଛି ପ୍ଲାଷ୍ଟିକ୍ ଉପରେ “ଆଇଏନ୍ଡିପିଏଲ୍ଏଏସ୍’ ସିରିଜ୍ର ଆନ୍ତର୍ଜାତୀୟ ପ୍ରଦର୍ଶନୀର ୯ମ ସଂସ୍କରଣ ଯାହା ସମଗ୍ର ପ୍ଲାଷ୍ଟିକ୍ ଶିଳ୍ପକୁ ଗୋଟିଏ ଛାତ ତଳେ ଏକାଠି କରିବ ଏବଂ ଏହାକୁ ଏକ ବୃହତ୍, ଉନ୍ନତ ଓ ସୁବିଧାଜନକ ସ୍ଥାନରେ ଆୟୋଜନ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।
ଏହା ସମ୍ପର୍କରେ ‘ଆଇଏନ୍ଡିପିଏଲ୍ଏଏସ୍’ ୨୦୨୨ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ନାୟାର କହିଛନ୍ତି ଯେ, “ପ୍ରଦର୍ଶନୀଗୁଡିକ ଅର୍ଥନୀତିକୁ ତ୍ୱରାନ୍ୱିତ କରିଥାନ୍ତି । ଭାରତ ହେଉଛି ପ୍ଲାଷ୍ଟିକ୍ ପାଇଁ ୩ୟ ସର୍ବବୃହତ୍ ଆନ୍ତର୍ଜାତୀୟ ବଜାର । ବର୍ଦ୍ଧିତ ଅର୍ଥନୀତି ଓ ସହାୟକ ସରକାରୀ ନୀତିଗୁଡିକ ଭାରତକୁ ଏକ ପଲିମର୍ ସୁପର୍ ପାୱାରରେ ପରିଣତ କରିଛି କିନ୍ତୁ ସର୍ବୋତମତା ଆସିବା ବାକି ରହିଛି ଏବଂ ଆମେ ଏଠାକୁ ସୁଯୋଗଗୁଡିକୁ ଉନ୍ମୋଚନ କରିବା ଓ ତାହା ଉପରେ ପୁଞ୍ଜି ହାସଲ କରିବା ପାଇଁ ଆସିଛୁ ।”
ଏହି ପ୍ରଦର୍ଶନୀ ରସାୟନିକ ଓ ସାର ମନ୍ତ୍ରଣାଳୟ, ନୂଆଦିଲ୍ଲୀ, ୱେଷ୍ଟ୍ ବେଙ୍ଗଲ୍ ଇଣ୍ଡଷ୍ଟ୍ରିଆଲ ଡେଭ୍ଲପ୍ମେଂଟ୍ କର୍ପୋରେଶନ ଲିମିଟେଡ୍, ଆସୋଚାମ୍, ପ୍ଲାଷ୍ଟ୍ଇଣ୍ଡିଆ ଫାଉଣ୍ଡେଶନ ଓ ଭାରତର ସମସ୍ତ ପ୍ରମୁଖ ପ୍ଲାଷ୍ଟିକ୍ ସଂଘ ଦ୍ୱାରା ସମର୍ଥିତ । ଏହି ଅବସରରେ ଏକ୍ସିବିସନ ଆୟୋଜନକାରୀ କମିଟି ସଦସ୍ୟ ଶ୍ରୀ ଅନିଲ କୁମାର ଏବଂ ସ୍ୱସ୍ତିକ ଅଗରୱାଲ ମଧ୍ୟ ଉପସ୍ଥିତ ରହିଛନ୍ତି ।
ସେହିପରି ଇଣ୍ଡିଆନ ପ୍ଲାଷ୍ଟିକ ଫେଡେରେସନ ଅଧ୍ୟକ୍ଷ ଶ୍ରୀ ଶିଶିର ଜଲନ କହିଛନ୍ତିଯେ, “ଏକ ବଜାର ଭାବେ ପୂର୍ବାଂଚଳ ଭାରତ ପଲିମର ଶିଳ୍ପର ଅଭିବୃଦ୍ଧି ଦୃଷ୍ଟିରୁ ଦେଶର ଅବଶିଷ୍ଟ ଭାଗକୁ ପଛରେ ପକାଇଛି । ବ୍ୟବହାର ଶୈଳୀ ଏକ ଖୁବ୍ ଦ୍ରୁତ ପରିବର୍ତନ ପରିଲକ୍ଷିତ କରୁଛି । ତେଣୁ ଆମେ ଆଗାମୀ ବର୍ଷଗୁଡିକରେ ପଲିମର୍ ପାଇଁ ଏକ ସୁସ୍ଥ ୧୨% ସିଏଜିଆର୍ର ଆକଳନ କରୁଛୁ ଯାହା ଶିଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଅଟେ । ନିର୍ଦ୍ଧିଷ୍ଟ ଭାବେ କହିବାକୁ ଗଲେ, ଉଭେନ୍ ଓ ନନ୍-ଉଭେନ୍ ଫ୍ୟାବ୍ରିକ, ଖେଳନା ଓ ପାଇପ୍ ଶିଳ୍ପ ଦେଶର ଏହି ଭାଗରେ ଏକ ଚମତ୍କାର ପ୍ରଦର୍ଶନ ପାଇଁ ପ୍ରସ୍ତୁତ ରହିଛନ୍ତି ।”
ଆଇଏନ୍ଡିପିଏଲ୍ଏଏସ୍୨୨’ ପ୍ଲାଷ୍ଟିକ୍ ଶିଳ୍ପରେ ପ୍ରବେଶ କରିବାକୁ ଚାହୁଁଥିବା ବିଦ୍ୟମାନ ଓ ସମ୍ଭାବ୍ୟ ଉଦ୍ୟୋଗୀମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଏକ ଭଲ ସୁଯୋଗ ଦେବ । ଏହା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ସରକାରଙ୍କ ନୀତି ଓ ଫୋକସ୍ ଏରିଆକୁ ବୁଝିବା ପାଇଁ ଏକ ସୁଯୋଗ ପ୍ରଦାନ କରିବ । ଏହା ଏହି ଅଂଚଳ ପାଇଁ ନିଜର ମାର୍କେଟିଙ୍ଗ୍ ରଣନୀତି ପ୍ରସ୍ତୁତ କରିବା ଲାଗି ଏକ ଆଦର୍ଶ ପ୍ଲାଟ୍ଫର୍ମ ପ୍ରଦାନ କରିବ । ଇଣ୍ଡଷ୍ଟ୍ରୀ ୪.୦ ଷ୍ଟାଣ୍ଡାର୍ଡ, ନୂଆ ପଲିମର ମାନୁଫ୍ୟାକ୍ଚରିଙ୍ଗ ଟେକ୍ନୋଲୋଜି, ପଲିମର୍ ରିସାଇକ୍ଲିଙ୍ଗ୍ ଓ ଆଗାମୀ ସରକାରୀ ପଦକ୍ଷେପଗୁଡିକ ଫୋକସ୍ ଏରିଆ ବା ଧ୍ୟାନର କେନ୍ଦ୍ର ହେବ ଯାହାକୁ ଜଣେ ବ୍ୟକ୍ତି ଆଇଏନ୍ଡିପିଏଲ୍ଏଏସ୍୨୨ରେ ଦେଖିପାରିବେ ।
Comments are closed.