କୃଷକଙ୍କୁ ମୋଦୀଙ୍କ ଦିପାବଳୀ ଭେଟି: ୮ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲା ମୋଟ ୧୬ହଜାର କୋଟି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନର ପୁସା ମେଲା ଗ୍ରାଉଣ୍ଡରେ ଦୁଇ ଦିନିଆ “କୃଷକ ସମ୍ନାନ ସମ୍ମିଳନୀ ୨୦୨୨” ର ଉଦଘାଟନ କରିଛନ୍ତି ଏବଂ ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ନାନ ନୀଧି (PM-Kisan) ଅଧୀନରେ ୧୬ ହଜାର କୋଟି ଟଙ୍କାର ଦ୍ୱାଦଶ କିସ୍ତି କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଇଛନ୍ତି। ମୋଦୀ ତାଙ୍କ ସରକାରର ଅଷ୍ଟମ ବାର୍ଷିକୀ ଅବସରରେ ମେ’ ମାସରେ ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ କୃଷକ ସମ୍ନାନ ନିଧି ଅଧିନରେ ୧୧ତମ କିସ୍ତି ବାବଦକୁ ୨୧ ହଜାର କୋଟି ଟଙ୍କା ପଠାଇଥିଲେ।
ଏହି ଅବସରରେ ମୋଦୀ ଆଗ୍ରି ଷ୍ଟାର୍ଟଅପ୍ କନକ୍ଲେଭ ଏବଂ ପ୍ରଦର୍ଶନୀକୁ ମଧ୍ୟ ଉଦ୍ଘାଟନ କରିଥିଲେ। ଏହା ବ୍ୟତିତ ସେ କେନ୍ଦ୍ର ରାସାୟନିକ ଏବଂ ସାର ମନ୍ତ୍ରଣାଳୟ ଅଧୀନରେ ୬୦୦ ପ୍ରଧାନମନ୍ତ୍ରୀ କୃଷକ ସମୃଦ୍ଧି କେନ୍ଦ୍ର (PM-KSKs) ର ଉଦଘାଟନ କରିଥିଲେ ଏବଂ ‘ଭାରତ’ ୟୁରିଆ ବ୍ରାଣ୍ଡ ନାମରେ କୃଷକମାନଙ୍କ ପାଇଁ ‘ଏକ ଦେଶ-ଏକ ସାର’ ନାମକ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ମଧ୍ୟ ଆରମ୍ଭ କରିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କୋଟି କୋଟି କୃଷକ, କୃଷି ଷ୍ଟାର୍ଟପ୍, କୃଷି ବିଶେଷଜ୍ଞ, ନୀତି ନିର୍ମାତା, ବ୍ୟାଙ୍କର୍ସ, ଅନ୍ୟ ହିତାଧିକାରୀମାନଙ୍କୁ ସମ୍ବୋଧିତ କରିବେ। ସୂଚନାଯୋଗ୍ୟ ଯେ, ଏହି ଯୋଜନା ଦେଶର ମଧ୍ୟମ ଏବଂ କ୍ଷୁଦ୍ର ଚାଷୀଙ୍କୁ ସାହାଯ୍ୟ କରିବାରେ ସଫଳତାର ସହିତ ଆଠ ବର୍ଷ ବିତିଗଲାଣି ଏବଂ ଦେଶର କୋଟି କୋଟି ଚାଷୀ ଏହାର ଲାଭ ପାଇଛନ୍ତି। ୨୪ଫେବୃଆରୀ ୨୦୧୯ ରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ନାନ ନିଧି ଯୋଜନା ଆରମ୍ଭ କରିଥିଲେ। କୃଷି ମନ୍ତ୍ରାଳୟର ସୂଚନା ମୁତାବକ ଏହି ଆୟୋଜନରେ କୋଟିଏରୁ ଅଧିକ ଚାଷୀ ଡିଜିଟାଲ ମାଧ୍ୟମରେ ଯୋଡ଼ି ହେବେ।
ଏହି ଯୋଜନା ଅଧିନରେ ଯୋଗ୍ୟ ହିତାଧିକାରୀ କୃଷକ ପରିବାରକୁ ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ ଆର୍ଥିକ ସୁବିଧାସୁଯୋଗ ଯୋଗାଇଦିଆଯାଉଛି। ଏହା ପ୍ରତି ଚାରି ମାସରେ ୨୦୦୦ ଟଙ୍କା ଲେଖାଏଁ ସମାନ ମୂଲ୍ୟରେ ତିନୋଟି ସମାନ କିସ୍ତିରେ ପ୍ରଦାନ କରାଯାଉଛି। ପାଣ୍ଠି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଛି।
Comments are closed.