ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାଦ ପଡିବା ପରେ ନିଜ ନିରବତା ଭାଙ୍ଗିଲେ ପୃଥିବୀ

Share It

ଗୋଟିଏ ପଟେ ରୋହିତ ଶର୍ମାଙ୍କ ନେତୃତ୍ୱରେ ସିନିଅର ଖେଳାଳିମାନେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୨ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଅନ୍ୟ ପଟେ ଶିଖର ଧାୱନଙ୍କ ନେତୃତ୍ୱାଧୀନ ଭାରତୀୟ ଯୁବ ତାରକା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓ୍ବାନଡେ୍ ସିରିଜ୍ ଖେଳୁଛନ୍ତି। ଏହି ଦଳରେ ଶୁଭମନ ଗିଲ, ରଜତ ପାଟିଦାର, ରିତୁରାଜ ଗାଇକୱାଡ ଏବଂ ରାହୁଲ ତ୍ରିପାଠୀଙ୍କ ଭଳି ଖେଳାଳି ଅଛନ୍ତି, କିନ୍ତୁ ଦଳରେ ଜଣେ ଖେଳାଳିଙ୍କ ନାମ ଅଛି ଯିଏ କ୍ରମାଗତ ଭାବରେ ଭଲ ସ୍କୋର କରୁଛନ୍ତି କିନ୍ତୁ ସେ ସୁଯୋଗ ପାଉ ନାହାନ୍ତି।

ଏଠାରେ ଆମେ କଥା ହେଉଛୁ ମୁମ୍ବାଇର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ପୃଥିବୀ ଶ’ ଙ୍କ ବିଷୟରେ । ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜରେ ତାଙ୍କୁ ଅଣଦେଖା କରାଯିବା ପରେ ପୃଥିବୀ ନିରବତା ଭାଙ୍ଗିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ମୁଁ ନିରାଶ ହୋଇଛି। ମୁଁ ଭଲ ସ୍କୋର କରୁଛି, ବହୁତ କଠିନ ପରିଶ୍ରମ କରୁଛି, କିନ୍ତୁ ମୋତେ ସୁଯୋଗ ମିଳୁନି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଯେବେ ବି, ଯେଉଁଠାରେ ଏବଂ ଯେତେବେଳେ ସୁଯୋଗ ମିଳେ ସେ ଭଲ ଖେଳ ପ୍ରଦର୍ଶନ କରିବେ।

ମିଡ୍‌ ଡେ’ ସହିତ କଥା ହୋଇ ପୃଥିବୀ କହିଛନ୍ତି, ମୁଁ ରନ୍ କରୁଛି, ଖୁବ୍ ପରିଶ୍ରମ ମଧ୍ୟ କରୁଛି, କିନ୍ତୁ ଦଳରେ ଖେଳିବାର ସୁଯୋଗ ମିଳୁନି। ଠିକ ଅଛି, ଯେତେବେଳେ ଚୟନକର୍ତ୍ତାଙ୍କୁ ଲାଗିବ ମୁଁ ପ୍ରସ୍ତୁତ ଅଛି ସେମାନେ ମୋତେ ଖେଳାଇବେ। ମୋତେ ଯେତେବେଳେ ବି ସୁଯୋଗ ମିଳିବ, ମୁଁ ଖେଳିବି। ତାହା ଭାରତ ଏ’ ଟିମ୍ ପାଇଁ ହେଉ କିମ୍ବା ଅନ୍ୟ କୌଣସି ଟିମ୍ ପାଇଁ। ମୁଁ ଏହା ସୁନିଶ୍ଚିତ କରିବାକୁ ଚାହେଁ ଯେ, ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବି ଓ ନିଜର ଫିଟନେସ୍‌ ସ୍ତରକୁ ବଜାୟ ରଖିବି।’ ସେଭଳି ଏହି ସମୟରେ ସେ କହିଛନ୍ତି, ୨୦୨୨ ପରେ ୭ ରୁ ୮ କେଜି ଓଜନ କମ୍ କରିଦେଇଛି। ଏହି ସମୟରେ ସେ ନିଜର ଡାଏଟ୍‌ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି।


Share It

Comments are closed.