ଏପରି ଏକ ଗ୍ରାମ ଯେଉଁଠାରେ ରାବଣକୁ ପୋଡିବା ବଦଳରେ କରାଯାଇଥାଏ ପୂଜା

Share It

ବିହାର ସୀମାବର୍ତ୍ତି ଜିଲ୍ଲା କିଶନଗଞ୍ଜରେ ଦଶହରାରେ ରାବଣଙ୍କ ପୂଜା କରାଯାଇଥାଏ। କେବଳ ଏତିକି ନୁହେଁ ଗ୍ରାମବାସୀମାନେ ରାବଣଙ୍କ ମନ୍ଦିର ମଧ୍ୟ ଏଠାରେ ନିର୍ମାଣ କରିଛନ୍ତି। କୋଚାଧାମନ ସ୍ଥିତ କାଶୀ ବାଡ଼ୀ ଗାଁରେ ଏହି ମନ୍ଦିରରେ ରାବଣଙ୍କ ପଥର ମନ୍ଦିର ରହଛି। ସ୍ଥାପିତ ମୂର୍ତ୍ତିରେ ରାବଣଙ୍କ ଦଶଟି ମୁଣ୍ଡ ବନାଯାଇଛି। ଏବଂ ଶିବଲିଙ୍ଗ ମଧ୍ୟ ନିର୍ମାଣ କରାଯାଇଛି। ଗ୍ରାମବାସୀଙ୍କ ପୂରା ପ୍ରଥା ଅନୁସାରେ ଯେମିତି ଦେବା ଦେବୀଙ୍କ ପୂଜା କରିଥାନ୍ତି। ସେହିପରି ଲଙ୍କେଶ୍ୱରଙ୍କ ପୂଜା ଓ ଆରତୀ କରିଥାନ୍ତି।

କିଶନଗଞ୍ଜ ଜିଲ୍ଲାର ଇତିହାସ ବହୁ ପୁରୁଣା। ଇତିହାସ କହୁଛି ଜିଲ୍ଲାର ପରିଚୟ ମହାଭାରତରୁ ରହିଛି। ୭୦ ପ୍ରତିଶତ ମୁସଲମାନ ବହୁଳ ଏହି ଜିଲ୍ଲାରେ ଲଙ୍କାପତି ରାବଣଙ୍କର ମଧ୍ୟ ପୂଜା କରାଯାଇଥାଏ। ସୂଚନା ଥାଉକି, ବିଜୟା ଦଶମୀରେ ପୂରା ଦେଶରେ ରାବଣ, ମେଘନାଦ ଓ କୁମ୍ଭକର୍ଣ୍ଣଙ୍କୁ ପୋଡ଼ି ଥାନ୍ତି। ଅନ୍ୟପଟେ ଏହି ଗାଁରେ ରାକ୍ଷସ ରାଜାଙ୍କ ଆରତୀ କରାଯାଇଥାଏ।

ସେହିପରି ମହାରାଷ୍ଟ୍ରର ଅକୋଲା ଜିଲ୍ଲା ସଙ୍ଗଲା ଗାଁରେ ମଧ୍ୟ ରାବଣ ପୂଜା କରାଯାଇଥାଏ। ଏଠାରେ ବାସ କରୁଥିବା ଲୋକଙ୍କର ବିଶ୍ୱାସ ରହିଛି ଯେ ରାବଣଙ୍କ ଆଶୀର୍ବାଦ ଯୋଗୁ ସେମାନେ ଚାକିରି ପାଇଥାନ୍ତି ଏବଂ ଆର୍ଥିକ କ୍ଷେତ୍ରେ ସ୍ୱଚ୍ଛଳତା ରହିଛନ୍ତି। ଏହା ଗ୍ରାମରେ ଶାନ୍ତି ଓ ଖୁସିର ମାହଲ ରହିଛି। ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଏହି ପରମ୍ପରା ଗତ ୩୦୦ ବର୍ଷ ଧରି ଗାଁରେ ଚାଲିଛି। ଗାଁ ମଝିରେ ୧୦ ମୁଣ୍ଡ ଯୁକ୍ତ ରାବଣଙ୍କ ଏକ ଲମ୍ୱା କଳା ପଥର ମୂର୍ତ୍ତି ରହିଛି।


Share It

Comments are closed.