ଟି-୨୦ ବିଶ୍ୱକପରେ ବୁମରାହଙ୍କ ସ୍ଥାନରେ ଖେଳିପାରନ୍ତି ଶାମୀ, ଦ୍ରାବିଡ଼ ଦେଲେ ବଡ଼ ସଙ୍କେତ
୨୦୨୨ ଟି-୨୦ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଟିମ୍ର ଦ୍ରୁତ ବୋଲର ଜସପ୍ରୀତ ବୁମରାହଙ୍କ ପୀଠିର ତଳ ଭାଗରେ ଗମ୍ଭୀର ଆହତ କାରଣରୁ ଟି-୨୦ବିଶ୍ୱକପର ସମ୍ପୂର୍ଣ୍ଣ ଟୁର୍ଣ୍ଣାମଣ୍ଟରୁ ବାଦ୍ ପଡ଼ିଛନ୍ତି । ଏଭଳି ସ୍ଥିତିରେ ଜଣେ ଦ୍ରୁତ ବୋଲର ଜସପ୍ରୀତ ବୁମରାହଙ୍କ ସ୍ଥାନ ନେବାକୁ ଯାଉଛନ୍ତି । ଭାରତର ଏହି ଦ୍ରୁତ ବୋଲର ଟି-୨୦ବିଶ୍ୱକପ ରେ ଧୂଆଁଧାର ବୋଲିଂ କରିବେ ବୋଲି ଜଣାପଡ଼ିଛି । ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ଼ ଏହି ଦ୍ରୁତ ବୋଲରଙ୍କୁ ଟି-୨୦ବିଶ୍ୱକପରେ ଜସପ୍ରୀତ ବୁମରାହଙ୍କ ସ୍ଥାନରେ ଖେଳିବାକୁ ବଡ଼ ସଙ୍କେତ ଦେଇଛନ୍ତି ।
ଭାରୀତୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମୀ ଟି-୨୦ବିଶ୍ୱକପରେ ଜସପ୍ରୀତ ବୁମରାହଙ୍କ ସ୍ଥାନ ନେବେ । ଟିମ୍ ଇଣ୍ଡିଆର କୋଚ ରାହୁଲ ଦ୍ରାବିଡ଼ ଏହି କଥାର ସଙ୍କେତ ଦେଇଛନ୍ତି । ରାହୁଲ ସଙ୍କେତ ଦେଇଛନ୍ତି କି ମହମ୍ମଦ ଶାମୀ କରୋନା ସଂକ୍ରମଣରୁ ବାହାରିବା ପରେ ସମ୍ପୂର୍ଣ୍ଣ ଭାବେ ଫିଟ୍ ହେବା ପରେ ହିଁ ଟି-୨୦ ବିଶ୍ୱକପରେ ଭାରତୀୟ ଟିମ୍ରେ ଜସପ୍ରୀତ ବୁମରାହଙ୍କ ସ୍ଥାନ ନେବେ ।
ମହମ୍ମଦ ଶାମୀ ଟି-୨୦ବିଶ୍ୱକପ ଲାଗି ଦୀପକ ଚହରଙ୍କ ସହ ଭାରତର ରିଜର୍ଭ ଦ୍ରୁତ ବୋଲର ରହିଛନ୍ତି । କରୋନା ସଂକ୍ରମଣ କାରଣରୁ ମହମ୍ମଦ ଶାମୀ ଅଷ୍ଟ୍ରେଲିଆ ଏବଂ ଦକ୍ଷୀଣ ଆଫ୍ରିକା ବିପକ୍ଷରେ ସିରିଜ ଖେଳିପାରି ନ ଥିଲେ । ବିସିସିଆଇ ଏବେ ପର୍ଯ୍ୟନ୍ତ ବୁମରାହଙ୍କ ବିକଳ୍ପର ଘୋଷଣା କରିନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପରେ ଦ୍ରାବିଡ଼ ସଙ୍କେତ ଦେଇଛନ୍ତି କି ଶାମୀଙ୍କୁ ସୁଯୋଗ ଦିଆଯାଇପାରେ, ଚହର ଏବଂ ମହମ୍ମଦ ବି ଏଥିଲାଗି ଦାବିଦାର ଅଛନ୍ତି ।
ରାହୁଲ କହିଛନ୍ତି, ଆମେ ବିକଳ୍ପ ଉପରେ ବିଚାର କରୁଛୁ । ଆମ ପାଖରେ ୧୫ଅକ୍ଟୋବର ପର୍ଯ୍ୟନ୍ତ ସମୟ ଅଛି । ଶାମୀ ଷ୍ଟାଣ୍ଡବାୟରେ ଅଛନ୍ତି । ମାତ୍ର ସେ ଗତ ଦୁଇଟି ସିରିଜ ଖେଳିପାରିନଥିଲେ । ଏବେ ସେ ଏନସିଏରେ ଅଛନ୍ତି ଏବଂ ଆମେ ତାଙ୍କର ମେଡ଼ିକାଲ ରିପୋର୍ଟର ଅପେକ୍ଷା ରହିଛି । ଏହାପରେ ନିଷ୍ପତ୍ତି ନିଆଯିବ ।
Comments are closed.