ଜାପାନ ତିଆରି କରିବ ସୁପର ସୋନିକ ମିସାଇଲ୍, ଚିନ୍ତାରେ ଚୀନ୍‌

Share It

ଗତ କିଛି ସମୟ ହେବ ଜାପାନ ଉପରେ ଚୀନ୍ କୌଣସି ନା କୌଣସି ପ୍ରସଙ୍ଗରେ କ୍ରମାଗତ ଭାବରେ ଚାପ ପକାଉଥିବା ଦେଖାଯାଇଛି। ଏହା ତାଇୱାନର ପ୍ରସଙ୍ଗ ହେଉ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗ। ଚୀନ୍ ଜାପାନକୁ ଆଖି ଦେଖାଇବାକୁ କୁଣ୍ଠାବୋଧ ମଧ୍ୟ କରୁନି। ଚୀନ୍‌ର ଏହି କାର୍ଯ୍ୟକଳାପକୁ ମୁକାବିଲା କରିବାକୁ ଜାପାନ ବର୍ତ୍ତମାନ ପ୍ରସ୍ତୁତ ହେଉଛି। କିଛି ଦିନ ପୂର୍ବରୁ ସେ ନିଜର ପ୍ରତିରକ୍ଷା ବଜେଟ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା,ଯାହାକି ବିଶ୍ୱରେ ସର୍ବାଧିକ ହେବାକୁ ଯାଉଛି। ଏହି ସମୟରେ, ଖବର ଆସୁଛି ଯେ ଜାପାନ ନିଜର ହାଇପରସୋନିକ୍ ମିସାଇଲ୍ ଟେକ୍ନୋଲୋଜିକୁ ଆଗକୁ ବଢାଇବା ପାଇଁ ଖୁବ୍ ଶୀଘ୍ର ନିଜର ଅଣ୍ଡର ଡେଭଲପମେଣ୍ଟ ସ୍କ୍ରାମଜେଟ୍ ଇଞ୍ଜିନ୍ ଲଞ୍ଚ କରିବାକୁ ଯାଉଛି। ଆସନ୍ତା ବର୍ଷ ସୁଦ୍ଧା ଏହା ପରୀକ୍ଷା କରାଯିବ ବୋଲି କୁହାଯାଉଛି।

ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଚୀନ୍‌ର କଡା ମନୋଭାବକୁ ଦୃଷ୍ଟିରେ ରଖି ଜାପାନ ଏହା କରିବାକୁ ଯାଉଛି। ଜାପାନ ବର୍ତ୍ତମାନ ଏହାର ପ୍ରତିରକ୍ଷା ବଜେଟକୁ ଏବେ ଜିଡିପିର ୨୦% ପର୍ଯ୍ୟନ୍ତ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ସବୁ ଖବର ପରେ ଚୀନ୍ ଚିନ୍ତାରେ ପଡିଯାଇଛି। ଉଲ୍ଲେଖନୀୟ ଯେ, କ୍ୱାଡ୍ ଗଠନ ହେବା ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ କେବଳ ଖରାପ ହିଁ ହୋଇଛି।

ଚୀନ୍ ଏବଂ ତାଇୱାନ ମଧ୍ୟରେ ବଡ ଧରଣର ବିବାଦ ଜାରି ରହିଛି। ଉଭୟଙ୍କ ମଧ୍ୟରେ ଯେ କୌଣସି ପରିସ୍ଥିତିରେ ଯୁଦ୍ଧ ହୋଇପାରେ। ତାଇୱାନକୁ ଭୟଭୀତ କରିବା ପାଇଁ ଚୀନ୍ ଏହାର ସୀମାକୁ ଯାଇ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି। ଗତ କିଛି ଦିନରେ ଇଇସି ଯୁଦ୍ଧ ଅଭ୍ୟାସ ବେଳେ ଚୀନ୍ ତାଇୱାନ ଉପରେ ୧୧ଟି କ୍ଷେପଣାସ୍ତ୍ର ମାଡ କରିଥିଲା, ​​କିନ୍ତୁ ଏହା ମଧ୍ୟରୁ ୫ଟି ମିସାଇଲ ଜାପାନରେ ଖସିଯାଇଥିଲା। ଯେତେବେଳେ ଜାପାନ ଆପତ୍ତି ପ୍ରକାଶ କଲା, ଏଭଳି ପରିସ୍ଥିତିରେ ଚୀନ୍‌ ତାକୁ ଧମକ ଦେଇଥିଲା ଚୀନ୍ ଏହାକୁ ଧମକ। ତେଣୁ ଚୀନ୍‌କୁ କଡା ମୁକାବିଲା କରିବା ପାଇଁ ଜାପାନ ନିଜକୁ ସୁରକ୍ଷା ଦେବା ଆରମ୍ଭ କରିଛି।


Share It

Comments are closed.