ମହାନଦୀରେ କମୁଛି ଜଳସ୍ତର
ଉପରମୁଣ୍ଡରେ ବର୍ଷା କମିବା ପରେ ଧୀରେ ଧୀରେ କମିବାରେ ଲାଗିଲାଣି ବିଭିନ୍ନ ନଦୀର ଜଳସ୍ତର । ବନ୍ୟା ଦୁର୍ଦ୍ଦଶା ମଧ୍ୟରେ ଏହା ଏକ ଆଶ୍ୱସ୍ତିକର ଖବର । ଏହାର ପ୍ରଭାବର ମୁଣ୍ଡଳୀ ନିକଟରେରେ ମହାନଦୀରେ ବି କମିଛି ଜଳସ୍ତର ।
କଟକ ମୁଣ୍ଡଳୀ ନିକଟରେ ମହାନଦୀରେ ସକାଳ ୧୦ସୁଦ୍ଧା ନଅ ଲକ୍ଷ ଛପନ ହଜାର ଛଅ ଶହ ଆଠ ଘନ ଫୁଟ ଜଳ ପ୍ରବାହିତ ହେଉଛି । ସେହିଭଳି ମୁଣ୍ଡଳୀର ଉପର ମୁଣ୍ଡରେ ଜଳସ୍ତର ୯୪.୬୦ ଫୁଟ ଥିବା ବେଳେ ତଳ ମୁଣ୍ଡର ଜଳସ୍ତର ୯୨.୩୦ ଫୁଟ ରହିଛି । ମୁଣ୍ଡଳୀ ଠାରେ ମହାନଦୀର ବିପଦ ସଙ୍କେତ ହେଉଛି ୯୭.୫୦ ଫୁଟ୍ ।
Comments are closed.