ହିରୋସୀମା-ନାଗାସାକି ଉପରେ ପରମାଣୁ ଆକ୍ରମଣକୁ ପୁରିଲା ୭୭ ବର୍ଷ
ଆଜିକୁ ଠିକ୍ ୭୭ ବର୍ଷ ତଳେ ବିଶ୍ୱ ଦେଖିଥିଲେ ଭୟଙ୍କର ଚିତ୍ର । ପରମାଣୁ ବୋମାରେ ଥରିଥିଲା ଜାପାନର ହିରୋସୀମା ଓ ନାଗାସାକି । ଯାହାର ପରିମାଣ ବିଶ୍ୱବାସୀଙ୍କୁ ଆତଙ୍କିତ କରିଥିଲେ । ଅଗଷ୍ଟ ୬ରେ ହିରୋସୀମା ଓ ଅଗଷ୍ଟ ୯ରେ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା ଆମେରିକା । ହଜାର ହଜାର ଲୋକଙ୍କ ଜୀବନ ଯାଇଥିଲେ । ଲକ୍ଷ ଲକ୍ଷ ଲୋକ ଦିବ୍ୟାଙ୍କ ପାଲଟିଥିଲେ । ମୃତ୍ୟୁର ଉପତ୍ୟାକାରେ ପରିଣତ ହୋଇଥିଲା ଜାପାନର ଦୁଇ ସହର ।
ଆମେରିକାର ଏହି ଆପ୍ରମଣରେ ଦୁଇ ସହରରେ ପ୍ରାୟ ସାଢେ ୩ ଲକ୍ଷ ଲୋକେ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଅଧିକାଂଶ ଥିଲେ ସାଧାରଣ ନାଗରିକ । ଏହା ହେଉଛି ଏବେସୁଦ୍ଧା ପ୍ରଥମ ଓ ଶେଷ ପରମାଣୁ ଆକ୍ରମଣ ।
Comments are closed.