ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦ୍ରୌପଦୀଙ୍କୁ ମିଳିଲା Z+ ସୁରକ୍ଷା

Share It

ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ତାଙ୍କୁ ସିଆରପିଏଫ କମଣ୍ଡୋର ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି। ଏନେଇ ବୁଧାବର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେ ଖବର ସରବରାହ ସଂସ୍ଥା ପିଟିଆଇକୁ ସୂଚନା ଦେଇଛନ୍ତି ଯେ ୬୪ ବର୍ଷୀୟା ମୁର୍ମୁଙ୍କୁ ସଶସ୍ତ୍ର ଦଳ ବାହାନୀ ସୁରକ୍ଷା ଯୋଗାଇବେ।

ସୂଚନା ଥାଉକି ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା ଦିଲ୍ଲୀରେ ଦଳର ସଂସଦୀୟ ବୋର୍ଡର ବୈଠକ ପରେ ମଙ୍ଗଳବାର ରାତିରେ ପ୍ରେସମିଟ କରି ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ଏହାପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନେକ ନେତା ଟୁଇଟରେ ଶୁଭେଚ୍ଛା ଜଣାଇଥିଲେ। ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବାର ଗୋଟିଏ ଦିନ ପରେ ଦ୍ରୌପଦୀ ମୁର୍ମୁ ରୟରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଆଜି ପୂଜା-ଅର୍ଚ୍ଚନା କରିଛନ୍ତି। ପୂଜା କରିବା ପୂର୍ବରୁ ମୁର୍ମୁ ଶିବ ମନ୍ଦୀରେ ଝାଡ଼ୁ ମାରିଥିଲେ।


Share It

Comments are closed.