ଜୁନ ୨୫ ରେ ନାମାଙ୍କନ ଦାଖଲ କରିପାରନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

Share It

ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ମହିଳା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ଜୁନ୍‌ ୨୫ ରେ ନାମାଙ୍କନ ଭରିପାନ୍ତି। ନିର୍ବାଚନରେ ଦ୍ରୌପଦୀ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ଟକ୍କର ଦେବେ। ବର୍ତ୍ତମାନ ରାଷ୍ଟ୍ରପତି ଥିବା ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ରେ ଶେଷ ହେଉଛି। ବିରୋଧୀ ପକ୍ଷରୁ ସିହ୍ନାଙ୍କ ନାଁ ଘୋଷଣା ପରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ ରେ ହେବା ଏକ ପ୍ରକାର ନିଶ୍ଚିତ ହୋଛି। ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମଙ୍କକ ଦାଖଲ ପ୍ରକିୟା ଜାରି ରହିଛି। ଜୁନ୍‌ ୨୯ ହେଉଛି ନାମାଙ୍କନର ଶେଷ ତାରିଖ ।

ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ମୁଁ ଆଶ୍ଚର୍ଯ୍ୟ ଚକିତ ଓ ଖୁସି ଅଛି। ମୟୁରଭଞ୍ଜ ଭଳି ଆଦିବାସୀ ବହୁଳ ଜିଲ୍ଲାରୁ ମୋ ଭଳି ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରାଯିବ ମୁଁ କେବେ ଭାବି ନଥିଲି। ସେ କହିଛନ୍ତି ଯେ ଏନଡିଏ ସରକାର ଆଦିବାସୀ ମହିଳାଙ୍କୁ ଚୟନ କରି ବିଜେପିର ନାରା ‘ ସବ୍‌କା ସାଥ ସବ୍‌କା ବିଶ୍ୱାସ’କୁ ପୂରଣ କରିଛି।

୧୯୫୮ ମସିହା ଜୁନ୍‌ ୨୦ ତାରିଖରେ ମୟୂରଭଂଜ ଜିଲ୍ଲାର କୁସୁମୀ ବ୍ଲକ୍‌ ଉପରବଡ଼ୋ ଗାଁରେ ଏକ ସାନ୍ତାଳ ପରିବାରରେ ଜନ୍ମ ହୋଇଥିଲେ ଦ୍ରୌପଦୀ । ବାପା ବିରଞ୍ଚି ନାରାୟଣ ଟୁଡୁ ଥିଲେ ମୟୁରଭଂଜ ରାଜାଙ୍କ ଦରବାରରେ ଜଣେ କର୍ମଚାରୀ । ଗାଁ ପ୍ରାଥମିକ ସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ୧୯୭୦ରେ ଭୁବନେଶ୍ୱର ଆସି ୟୁନିଟ୍‌-୨ ବାଳିକା ହାଇସ୍କୁଲରେ ମାଟ୍ରିକ୍‌ ଓ ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଶେଷ କରିଥିଲେ । ୧୯୭୯ ମସିହାରେ ସଚିବାଳୟରେ ଚାକିରି ଜୀବନ ଆରମ୍ଭ କରିଥଲେ ।


Share It

Comments are closed.