ଶିଳ୍ପା ସେଟ୍ଟୀ ନିଜକୁ ଫିଟ ରଖିବା ପାଇଁ କଣ ଖାଇଥାନ୍ତି ପ୍ରତିଦିନିଆ ଡାଏଟରେ

Share It

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜର ଫିଟନେସ ପାଇଁ ପରିଚିତ । କିଛି ଦିନ ତଳେ ସେ ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ନିଜର ପ୍ରିୟ ଡାଏଟ ପାନୀୟ ସମ୍ପର୍କରେ ପୋଷ୍ଟ କରିଛନ୍ତି । ଏହା ଦ୍ୱାରା ଆପଣ ଶିଳ୍ପା ସେଟ୍ଟୀଙ୍କ ପ୍ରତିଦିନର ଡାଏଟ ସମ୍ପର୍କରେ ଜାଣିପାରିବେ ।
ସେ ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କର ପ୍ରିୟ ପାନୀୟ ମଧ୍ୟରେ ଗରମ ଜଳ ସମ୍ପର୍କରେ କହିଛନ୍ତି । ଆୟୁର୍ବେଦ ଅନୁଯାୟୀ, ଗରମ ଜଳ ହଜମ କ୍ରିୟାକୁ ସକ୍ରିୟ କରିଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରରୁ ଫ୍ୟାଟକୁ କମ କରିଥାଏ । ଏହା ମଧ୍ୟ ଷ୍ଟ୍ରେସ କମ କରିଥାଏ ଏବଂ ରକ୍ତ ସଂଚାଳନରେ ସାହାଯ୍ୟ କରିଥାଏ ଏବଂ କନଜେକସନ କମ କରିଥାଏ । ସେ ପ୍ରି-ବେକଫାଷ୍ଟରେ ଲେମ୍ବୁ ପାଣି ସହିତ ଗ୍ରିନ ଟି ପାଇବାକୁ ପସନ୍ଦ କରିଥାନ୍ତି ।
ସେ ନିଜର ବ୍ରେକଫାଷ୍ଟରେ ଫୋର-ଗ୍ରେନ ମିକ୍ସ କିମ୍ବା ହୋଲ-ହ୍ୱିଟ ଟୋଷ୍ଟ ସହିତ ପନିର ଭୁର୍ଜି ଏବଂ ଟୋଫୁ ଖାଇଥାନ୍ତି । ସେ ମଧ୍ୟ ସବୁ ପରିବା ସହିତ ଉପମା କିମ୍ବା ଦଲିଆ ସହିତ ଲୋ-ଫ୍ୟାଟ ମିଲ୍କ ଖାଇଥାନ୍ତି । ଏବଂ ଦୁଇଟି ଇଟଲି ସହିତ ଗୋଟିଏ ତାଟିଆ ସାମ୍ବର ଖାଇଥାନ୍ତି ।
ମିଡ ମର୍ଣ୍ଣିଂ ସ୍ନାକ୍ସରେ ପାଚିଲା ଅମୃତଭଣ୍ଡା ସହିତ ଲେମ୍ବୁ କିମ୍ବା ଲୋ-ଫ୍ୟାଟ ଦହି ସହିତ ମିକ୍ସଡ ଫ୍ରୁଟ ଖାଇବାକୁ ପସନ୍ଦ କରିଥାନ୍ତି । ସେ ମଧ୍ୟାହ୍ନ ଭୋଜନରେ ଗୋଟିଏ ତାଟିଆ ଲାଲ କିମ୍ବା ବ୍ରାଉନ ରାଇସ କିମ୍ବା ମୁଗ ଡାଲି ଖାଇବାକୁ ପସନ୍ଦ କରିଥାନ୍ତି । କିଛି କିଛି ଦିନରେ ସେ ମିକ୍ସଡ ରୁଟି ସହିତ ପରିବା ତରକାରୀ, ଲୋ-ଫ୍ୟାଟ ଦହି ଏବଂ ଡାଲି ଖାଇବାକୁ ପସନ୍ଦ କରିଥାନ୍ତି ।
ସନ୍ଧ୍ୟା ସମୟରେ ସେ ମଖନ, କିଛି ଘିଅ କିମ୍ବା ପିପର ସହିତ ପପକର୍ଣ୍ଣ ଖାଇଥାନ୍ତି । ସେ ମଧ୍ୟ ସନ୍ଧ୍ୟାରେ ଗ୍ରିନ ଟି, ପାଣିରେ ପ୍ରସ୍ତୁତ ଓଟସ ଖାଇଥାନ୍ତି । ଶିଳ୍ପା ନିଜର ଡିନରକୁ ସର୍ବଦା ହାଲକା ରଖିଥାନ୍ତି । ସେ ଡିନରରେ ପରିବା ସୁପ ସହିତ ରୁଟି ଏବଂ ପରିବା ଖାଇଥାନ୍ତି । ସେ ନିଜର ଡିନର ପରେ ଲେମ୍ବୁ ଉଷୁମ ପାଣି ପିଇଥାନ୍ତି ।


Share It

Comments are closed.