କୋର୍ଟଙ୍କ ନିର୍ଦ୍ଦେଶ, କବର ଭିତରୁ ବାହାରିବ ପାକିସ୍ତାନୀ ସାଂସଦ ଆମିର ଲିୟାକତଙ୍କ ମୃତଦେହ
ପାକିସ୍ତାନର ଲୋକପ୍ରିୟ ଟିଭି ହୋଷ୍ଟ ଓ ସାଂସଦ ଥିବା ଆମିର ଲିୟାକତଙ୍କ ଜୀବନ ଯେତେ ବିବାଦରେ ରହିଛି, ତାଙ୍କ ମୃତ୍ୟୁ ମଧ୍ୟ ଚର୍ଚ୍ଚାରେ ଅଛି। ଲିୟାକତଙ୍କ ମୃତ୍ୟୁକୁ ନେଇ ଲଗାତାର ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି। ଏବେ ପାକିସ୍ତାନର ଏକ କୋର୍ଟ ଆମିର ଲିୟାକତଙ୍କ ମୃତଦେହର ପୋଷ୍ଟମର୍ଟମ କରିବାକୁ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ଲିୟାକତଙ୍କ ମୃତଦେହକୁ କବର ଭିତରୁ ବାହାର କରାଯିବ।
ଗତ ସପ୍ତାହ ଜୁଡିସିଆଲ ମାଜିଷ୍ଟ୍ରେଟ୍(ଇଷ୍ଟ) ଅବଦୁଲ ଅହଦ ନାମକ ଜଣେ ବ୍ୟକ୍ତିଙ୍କର ଆବେଦନ ଉପରେ ନିର୍ଦେଶ ଜାରି କରିଛନ୍ତି। ଆବେଦନ କରାଯାଇଥିଲା ଯେ, ଆମିର ଲିୟାକତଙ୍କ ମୃତ୍ୟୁର କାରଣ ଜାରିବା ପାଇଁ ତାଙ୍କର ପୋଷ୍ଟମର୍ଟମ କରିବା ଜରୁରୀ। ଏହାପରେ କୋର୍ଟ ଆମିର ଲିୟାକତଙ୍କ ପୋଷ୍ଟମର୍ଟମ କରିବାକୁ ନିର୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିର୍ଦେଶକୁ ଖୁବ୍ ସମାଲୋଚନା କରାଯାଉଛି। ବହୁ ପାକିସ୍ତାନୀ ସେଲିବ୍ରିଟି ଏହାକୁ ବିରୋଧ କରୁଛନ୍ତି।
ଏପରିକି ଆମିର ଲିୟାକତ୍ଙ୍କ ପ୍ରଥମ ପତ୍ନୀ ସୈୟେଦା ବୁସ୍ରା ଇକବାଲ ଆରମ୍ଭରରୁ ହିଁ ତାଭ୍କର ପୋଷ୍ଟମର୍ଟମ ବିରୋଧରେ ଥିଲେ, କିନ୍ତୁ ଏବେ କୋର୍ଟଙ୍କ ରାୟ ପରେ ସେ ଚିନ୍ତାର ଅଛନ୍ତି। ବୁସ୍ରା ଇକବାଲ ଟ୍ୱିଟ କରି ସ୍ୱର୍ଗତ ନେତା ଲିୟାକତଙ୍କ ପୋଷ୍ଟ ମର୍ଟମକୁ ନେଇ ତାଙ୍କର ପ୍ରଶଂସଙ୍କ ରାୟ ମାଗିଛନ୍ତି। ଏହା ସହିତ ଟ୍ୱିଟ କରି ପୋଷ୍ଟମର୍ଟମ ପାଇଁ ଲିୟାକତଙ୍କ ମୃତଦେହକୁ କବରରୁ ବାହାର କରିବା ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ପୋଷ୍ଟମର୍ଟମ କରିବାକୁ ଦାବି କରୁଥିବା ଲୋକ ସେମାନେ କେଉଁଠି ଥିଲେ? ସରିୟା ଆଇନ୍ ଶବକୁ କଟାକଟି କରିବାର ମଞ୍ଜୁରୀ ଦିଏନି। ଉଲ୍ଲେଖନୀୟ ଯେ, ଆମିର ଲିୟାକତଙ୍କ ୯ ଜୁନ୍ରେ କାର୍ଡିଆକ୍ ଆରେଷ୍ଟରେ ମୃତ୍ୟୁ ହୋଇଥିଲା। ଲିୟାକତତ ନିଜର ତିନୋଟି ଅସଫଳ ବିବାହ ଓ ଛାଡପତ୍ରକୁ ନେଇ ଲଗାତାର ଚର୍ଚ୍ଚାରେ ଥିଲେ। ୪୯ ବର୍ଷୀୟ ଲିୟାକତଙ୍କ ତୃତୀୟ ପତ୍ନୀ ଦାନିୟା ଶାହ(୧୮) ତାଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣି ଚଳିତ ବର୍ଷ ଛାଡପତ୍ର ମାଗିଥିଲେ। ଏହି ମାମଲା କୋର୍ଟରେ ରହିଛି। ଦୁହେଁ ଲଗାତାର ପରସ୍ପର ଉପରେ ଅଭିଯୋଗ ଲଗାଉଥିଲେ।
Comments are closed.