ଆସନ୍ତୁ ଜାଣିବା ସୁନିଦ୍ରା ଆପଣଙ୍କ ଶରୀରରେ କଣ ପକାଇଥାଏ ପ୍ରଭାବ
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁନିଦ୍ରା ଅତ୍ୟନ୍ତ ଆବଶ୍ୟକ । ନିଦ୍ରା ଖାଦ୍ୟ ଏବଂ ଅନାନ୍ୟ ଉପଦାନ ପରି ଖୁବ ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ୭ରୁ ୯ ଘଣ୍ଟା ଶୋଇବା ଉଚିତ କିନ୍ତୁ ପ୍ରାୟତଃ ୩୫ ପ୍ରତିଶତ ଲୋକେ ସଠିକ ପରିମାଣର ଶୁଅନ୍ତି ନାହିଁ । ଜାଣନ୍ତୁ ସଠିକ ପରିମାଣର ନିଦ୍ରା ଦ୍ୱାରା ଆପଣଙ୍କର ଶରୀରରେ କଣ ପ୍ରଭାବ ପଡିଥାଏ ।
୧. ସଠିକ ନିଦ୍ରା ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରକୁ ରିଲାକ୍ସ କରିଥାଏ ।
୨. ସଠିକ ମାତ୍ରାର ନିଦ ମନୁଷ୍ୟକୁ ଚିନ୍ତା ମୁକ୍ତ କରିଥାଏ । ଏବଂ ଉଚ୍ଚ ରକ୍ତ ଚାପରେ ପିଡୀତ ବ୍ୟକ୍ତି ସଠିକ ପରିମାଣର ଶୋଇବା ଦ୍ୱାରା ରକ୍ତ ଚାପରେ ନିୟନ୍ତ୍ରଣ ଆସିଥାଏ ।
୩. ସୁନିଦ୍ରା ବ୍ରେନର କାର୍ଯ୍ୟକୁ ବୃଦ୍ଧି କରିଥାଏ ତେଣୁ ଧର୍ଯ୍ୟ ଏବଂ ଏକାଗ୍ରତା ବୃଦ୍ଧି କରିଥାଏ ।
୪. ସଠିକ ପରିମାଣର ନିଦ ଶରୀରରେ ହରମୋନର କ୍ଷରଣକୁ ସାଧାରଣ କରିଥାଏ ଏବଂ ନିୟନ୍ତ୍ରଣ କରିଥାଏ ।
୫. ସୁନିଦ୍ରା ମଧ୍ୟ ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଗବେଷଣା ଅନୁଯାୟୀ ସଠିକଭାବେ ଶୋଉଥିବା ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ଅଧିକ ଆକ୍ଟିଭ ହୋଇଥାନ୍ତି ।
୬. ପ୍ରତିଦିନ ୭ରୁ ୯ଘଣ୍ଟା ଶୋଇବା ଦ୍ୱାରା ଆପଣ ନିଜ ହାର୍ଟକୁ ମଧ୍ୟ ଠିକ ରଖିଥାଏ ।
୭. ଆପଣଙ୍କୁ ଡିପ୍ରେସନରୁ ମୁକ୍ତି ପାଇବାକୁ ହେଲେ ପ୍ରତିଦିନ ସଠିକଭାବେ ଆରମ କରନ୍ତୁ ଏବଂ ଶୁଅନ୍ତୁ ।
୮. କମ ପରିମାଣର ନିଦ ଶରୀରରେ ଇନଫ୍ଲାମେସନର ମାତ୍ରା ବୃଦ୍ଧି କରିଥାଏ । ତେଣୁ ସଠିକ ନିଦ୍ରା ଶରରୀରେ ଇନଫ୍ଲାମେସନର ମାତ୍ରା କମ କରିଥାଏ ।
୯. ସଠିକଭାବେ ଶୋଇବା ଦ୍ୱାରା ଆପଣଙ୍କ ମାଂସପେଶୀ ମଜବୁତ ହୋଇଥାଏ ଏବଂ ଆପଣ ନିଜର ଆଥଲେଟିକ ପ୍ରଦର୍ଶନୀରେ ଭଲଭାବେ ଧ୍ୟାନ କେନ୍ଦ୍ରିତ କରିଥାନ୍ତି ।
୧୦. ଆପଣଙ୍କ ଶରୀର ଏକ ମେସିନ ପରି ହୋଇଥାଏ କିନ୍ତୁ ପ୍ରତିଦିନ ସଠିକ ନିଦ୍ରା ଶରରୀକୁ ଭିତରୁ ରିପାୟର କରିଥାଏ ଏବଂ ଆଗାମୀ ଦିନ ପାଇଁ ପ୍ରସ୍ତୁତ କରିଥାଏ ।
Comments are closed.