ସାଂସଦ ସତ୍ତ୍ୱେ ଆଇପିଏଲରେ କାହିଁକି କରୁଛନ୍ତି କାମ ? ଗୌତମ ଗମ୍ଭୀରଙ୍କ ଜବାବ ଶୁଣି ବିରୋଧୀଙ୍କ ଉଡିଯିବ ହୋସ, ଦେଖନ୍ତୁ ଭିଡିଓ

Share It

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ତଥା ସାଂସଦ ଗୌତମ ଗମ୍ଭୀର ୨୦୨୨ ଆଇପିଏଲରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସର ମାର୍ଗଦଶକ ଭାବେ କାମ କରିଥିଲେ। ଯାହାକୁ ନେଇ ଗମ୍ଭୀରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ସାଂସଦ ହେବା ସତ୍ତ୍ୱେ ଆଇପିଏଲରେ କାମ କରି ରୋଜଗାର କରୁଥିବା ନେଇ ସାଧାରଣ ଲୋକେ ସମାଲୋଚନା କରିବାକୁ ପଛାଇ ନଥିଲେ। ଏବେ ଗମ୍ଭୀର ଏଭଳି କଥାର ଜବାବ ରଖିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର କହିଛନ୍ତି ଯେ, ୫୦୦୦ ଲୋକଙ୍କୁ ମାସେ ଖାଦ୍ୟ ଖୁଆଇବା ଲାଗି ୨୫ ଲକ୍ଷ ଟଙ୍କା ଲାଗିଥାଏ। ଏମିତି ହିସାବ କଲେ ବର୍ଷକୁ ୨ କୋଟି ୭୫ ଲକ୍ଷ ଟଙ୍କା ହେବ। ଏହାଛଡା ଏକ ପାଠାଗାର ନିର୍ମାଣ ନେଇ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏ ସବୁ ସାଂସଦ ପାଣ୍ଠିରୁ ହୋଇନାହିଁ।

ଲୋକମାନଙ୍କୁ ଖୁଆଇବା ଓ ପାଠାଗାର ପାଇଁ ଯାହା ଖର୍ଚ୍ଚ ଆବଶ୍ୟକ ପଡେ ମୁଁ ନିଜ ଅର୍ଥରୁ ବହନ କରିଥାଏ। ଏମିିତି କରିବା ପାଇଁ ମୋତେ ଲାଜ ଲାଗେ ନାହିଁ। ଏଭଳି କରିବା ପଛରେ ବହୁତ ବଡ ଉଦ୍ଦେଶ୍ୟ ଅଛି ବୋଲି ଗମ୍ଭୀର କହିଛନ୍ତି। ଗମ୍ଭୀର ସାଂସଦ ଭାବେ ଜନ ରୋସୋଇ ଅଭିଯାନ ଆରମ୍ଭ କରିଛନ୍ତି। ଏଠାରେ ଲୋକଙ୍କୁ ୧ ଟଙ୍କାରେ ଖାଇବାକୁ ଦିଆଯାଇଥାଏ। ସେ ନିଜ ଲୋକସଭା ଆସନ ଅଞ୍ଚଳରେ ଏଭଳି ରୋସେଇ ବ୍ୟବସ୍ଥା କରୁଛନ୍ତି। ସୂଚନାଯୋଗ୍ୟ ଗୌତମ ଗମ୍ଭୀର ୨୦୦୭ ଟ୍ବେଣ୍ଟି୨୦ ବିଶ୍ୱକପ ଓ ୨୦୧୧ ଦିନିକିଆ କ୍ରିକେଟ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ।


Share It

Comments are closed.