ପୁଣି ଥର କୋର୍ଟଙ୍କ ଦ୍ୱାରସ୍ଥ ହେବେ ଏମ୍ବର ହର୍ଡ, ଓକିଲ କହିଲେ-ଦେଇ ପାରିବେନି ୮୦ କୋଟି

Share It

ଜନି ଡେପ ଏବଂ ଏମ୍ବର ହର୍ଡ ମାମଲାର ରାୟ ଆସିଛି। ଏହି ମାମଲାରେ ନିଜର ରାୟ ପ୍ରଦାନ କରି ଜୁରୀ ଡେପଙ୍କୁ ୧୧୬ କୋଟି ଟଙ୍କା ଦେବାକୁ ଏମ୍ବରଙ୍କୁ କହିଛନ୍ତି। ବର୍ତ୍ତମାନ କୋର୍ଟର ଏହି ନିଷ୍ପତ୍ତି ଉପରେ ପ୍ରଥମ ଥର ପାଇଁ ଅମ୍ବରଙ୍କ ଓକିଲଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ଏମ୍ବର ଏହି ନିଷ୍ପତ୍ତି ବିରୋଧରେ ଅପିଲ କରିବାକୁ ଯୋଜନା କରିଛନ୍ତି। ଗୁରୁବାର ସକାଳେ ତାଙ୍କ ଓକିଲ ଏହି ଘୋଷଣା କରିଛନ୍ତି। ତାଙ୍କ ଓକିଲ କହିଛନ୍ତି ଜନି ଡେପଙ୍କୁ ଦିଆଯାଇଥିବା କ୍ଷତିପୂରଣରେ ଏମ୍ବର ୮୦ କୋଟି ଟଙ୍କା ଦେବାକୁ ଅସମର୍ଥ।

ଏକ ଇଣ୍ଟରଭ୍ୟୁ ସମୟରେ ଓକିଲ କହିଛନ୍ତି, ‘କୋର୍ଟରେ ଅନେକ ଜିନିଷ ଅନୁମତି ଦିଆଯାଇଥିଲା, ଯାହାକୁ ଅନୁମତି ଦିଆଯିବାର ନଥିଲା, ଯେଉଁଥିପାଇଁ ଜୁରୀ ଦ୍ୱନ୍ଦ୍ୱରେ ଥିଲେ।’ ଏହି ସମୟରେ, ଯେତେବେଳେ ତାଙ୍କୁ ପଚରାଗଲା ହର୍ଡ ୮୦ କୋଟି କ୍ଷତିପୂରଣ ଦେବାକୁ ସମର୍ଥ ହେବେ କି? ଏଥିପାଇଁ ସେ ନା କହିଥିଲେ।

ହର୍ଡଙ୍କ ଓକିଲ ବ୍ରେଡହଫ୍ଟ କହିଛନ୍ତି, ୨୦୨୦ରେ ୟୁକେ କୋର୍ଟ ଡେପଙ୍କୁ ଘରୋଇ ହିଂସା ସମେତ ୧୨ ଟି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। କିନ୍ତୁ ଏଠାରେ ତାଙ୍କୁ କୋର୍ଟରେ ଜଣାଇବାକୁ ଅନୁମୋତି ଦିଆଯାଇନଥିଲା। ସେ ଆହୁରି ମଧ୍ୟ କହିଛନ୍ତି, ଏହି ମାମଲାରେ ତାଙ୍କର ଅନେକ ପ୍ରମାଣ ଅଛି ଯାହାକୁ ହାଜର ହେବାକୁ ଅନୁମତି ଦିଆଯାଇନଥିଲା। ସେହି ପ୍ରମାଣ ବ୍ରିଟେନ ମାମଲାରେ ଜଡିତ ଥିଲା। ଓକିଲ କହିଛନ୍ତି ଯେ ଏମ୍ବର ବ୍ରିଟେନରେ ଏହି ମାମଲାରେ ଜିତିଛନ୍ତି।


Share It

Comments are closed.