ଚାରିଧାମ ଯାତ୍ରାରେ ପହଞ୍ଚିଲେ ରେକର୍ଡ ସଂଖକ ଶ୍ରଦ୍ଧାଳୁ, ୧୦୬ଜଣଙ୍କ ମୃତ୍ୟୁ
ଉତ୍ତରାଖଣ୍ଡରେ ଚାଲିଥିବା ଚାରିଧାମ ଯାତ୍ରାରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । ଏହିକ୍ରମରେ ଗତ ବର୍ଷମାନଙ୍କ ଅପେକ୍ଷା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସଂଖ୍ୟା ରେକର୍ଡ ସ୍ତରରେ ପହଞ୍ଚିଛି । ସୂଚନା ମୁତାବକ ଚଳିତ ଥର ଚାରିଧାମ ଦର୍ଶନ ଲାଗି ପାଖାପାଖି ୧୨ଲକ୍ଷ୮୩ହଜାର ଶ୍ରଦ୍ଧାଳୁ ପହଞ୍ଚି ସାରିଛନ୍ତି । ସେହିପରି ଯାତ୍ରା ସମୟରେ ମୃତକଙ୍କ ସଂଖ୍ୟା ୧୦୬ରେ ପହଞ୍ଚିଛି ।
ଚାରିଧାମ ଯାତ୍ରା ମଧ୍ୟରେ କେଦାରନାଥ ଓ ବଦ୍ରିନାଥରେ ଅତ୍ୟଧିକ ଭିଡ଼ ଦେଖିବାକୁ ମିଳୁଛି । ବଦ୍ରିନାଥ ଧାମରେ ଏବେ ପର୍ଯ୍ୟନ୍ତ ୪ଲକ୍ଷ ୨୮ହଜାର ଶ୍ରଦ୍ଧାଳୁ ଦର୍ଶନ ଲାଗି ପହଞ୍ଚି ସାରିଛନ୍ତି । ସେହିଭଳି କେଦାରନାଥ ଧାମରେ ୪ଲକ୍ଷ ୨୨ହଜାର ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ଏହା ବ୍ୟତୀତ ଗଙ୍ଗୋତ୍ରୀ ଧାମରେ ୨ଲକ୍ଷ୩୮ ହଜାର ଶ୍ରଦ୍ଧାଳୁ, ଯାହାକି ଯମୁନୋତ୍ରୀ ଧାମରେ ୧ଲକ୍ଷ ୭୭ହଜାର ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । ସେହିଭଳି ସିଖମାନଙ୍କ ପବିତ୍ର ସ୍ଥଳ ହେମକୁଣ୍ଡ ସାହିବରେ ଏବେ ପର୍ଯ୍ୟନ୍ତ ୧୬ହଜାର ଶ୍ରଦ୍ଧାଳୁ ପହଞ୍ଚି ସାରିଛନ୍ତି ।
ତୀର୍ଥଯାତ୍ରା ସମୟରେ ମୃତକଙ୍କ ସଂଖ୍ୟା ବଢି ୧୦୬ରେ ପହଞ୍ଚିଛି । ଏଥିରୁ ୭୮ଜଣ ପୁରୁଷ ଏବଂ ୨୮ଜଣ ମହିଳା ସାମିଲ ଅଛନ୍ତି। ମୃତକଙ୍କ ମଧ୍ୟରୁ ସବୁଠାରୁ ଅଧିକ କେଦାରନାଥରେ ୫୦ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଛି । ସେହିଭଳି ଏହା ବ୍ୟତୀତ ବଦ୍ରିନାଥରେ ୨୧, ଯମୁନାତ୍ରୀରେ ୨୮ ଏବଂ ଗଙ୍ଗୋତ୍ରୀ ଧାମରେ ୭ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇସାରିଛି ।
ପ୍ରକାଶ ଯେ, ଉତ୍ତରାଖଣ୍ଡରେ ଉଚ୍ଚ ହିମାଳୟ କ୍ଷେତ୍ରସ୍ଥିତ ଚାରି ଧାମ- ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀଙ୍କ ରାସ୍ତାରେ ହୃଦୟ ସମ୍ବନ୍ଧିତ ସମସ୍ୟା କାରଣରୁ ପ୍ରତିବର୍ଷ ମୃତ୍ୟୁ ହୋଇଥାଏ। କିନ୍ତୁ ଚଳିତ ଥର ଏହି ସଂଖ୍ୟା ରେକର୍ଡସ୍ତରରେ ହୋଇଛି ।
Comments are closed.