ଆପଣ କଞ୍ଚାଲଙ୍କା ଖାଇବାକୁ ଭଲ ପାଉଛନ୍ତି କି, ଜାଣନ୍ତୁ କଞ୍ଚାଲଙ୍କା ଖାଇବା ଦ୍ୱାରା କଣ ଲାଭ ମିଳିଥାଏ

Share It

ବହୁ ଲୋକ କଞ୍ଚାଲଙ୍କା ପସନ୍ଦ କରିଥାନ୍ତି । ବଜାରରେ ଦୁଇ ପ୍ରକାରର ଲଙ୍କା ଉପଲବ୍ଧ ହୋଇଥାଏ । ଗ୍ରିନ କଞ୍ଚାଲଙ୍କା ଏବଂ ଲାଲ ଲଙ୍କା ମଧ୍ୟରେ ଗ୍ରିନ ଲଙ୍କାରେ ବହୁ ପରିମାଣର ମିନେରାଲ ଏବଂ ପୋଷକ ତତ୍ତ୍ୱ ରହିଛି । ତେଣୁ ଆପଣ ସର୍ବଦା ସବୁଜ କଞ୍ଚାଲଙ୍କା ଖାଆନ୍ତୁ । ପ୍ରାୟ ୧୫ଗ୍ରାମ ସତେଜ କଞ୍ଚାଲଙ୍କାରେ ୬ଗ୍ରାମର କ୍ୟାଲୋରୀ, ୮୮ପ୍ରତିଶତ ଜଳିୟ ଅଂଶ, କାର୍ବୋହାଇଡ୍ରେଟ ୧,୩ଗ୍ରାମ, ପ୍ରୋଟିନ ୦.୩ଗ୍ରାମ ଏବଂ ୦.୧୦ଗ୍ରାମର ଫ୍ୟାଟ ରହିଛି । ସେହିପରି କଞ୍ଚାଲଙ୍କାରେ ଭିଟାମିନ ଏ, ସି, ବି୬, କେ, ପୋଟାସିୟମ , ଫାଇବର ଏବଂ କପର ମଧ୍ୟ ରହିଛି । କଞ୍ଚାଲଙ୍କାରେ କ୍ୟାପେସି ଥିବା କାରଣରୁ ଏହା ହାଲକା ରାଗ ଲାଗିଥାଏ କିନ୍ତୁ ଏହା ଶରୀର ପାଇଁ ଖୁବ ଭଲ ଏବଂ ହତିକର । ଆସନ୍ତୁ ଜାଣିବା କଞ୍ଚାଲଙ୍କା ଖାଇବା ଦ୍ୱାରା କଣ ସୁଫଳ ମିଳିଥାଏ ।
୧. ଏଥିରେ ଥିବା ବାୟୋଆକ୍ଟିଭ ଗୁଣ ଏବଂ କମ ମାତ୍ରାର କ୍ୟାଲୋରୀ ହେବା ହେତୁ ଏହା ଓଜନ ହ୍ରାସ କରିବାରେ ସହାଯ୍ୟ କରିଥାଏ । ଏହା ଶରୀରରେ ଆପୋଟାଇଟକୁ କମ କରି ଫ୍ୟାଟ କମ କରିବାରେ ସାହାଯ୍ୟ କରିଥାଏ ।
୨. ଏହା ଶରୀରରେ କୋଲେଷ୍ଟ୍ରେଲ ଏବଂ ଟ୍ରାଇ ଗ୍ଲିସେରାଇଡର ମାତ୍ରା କମ କରିବାରେ ସାହାଯ୍ୟ କରିଥାଏ ।
୩. ଏହା ଭିଟାମିନ ‘ସି’ର ଉତ୍ତମ ସ୍ରୋତ ଅଟେ ତେଣୁ ଏହା ତ୍ୱଚାରେ ଚମକଦାର ଏବଂ ଉଜ୍ଜ୍ୱଳ କରିଥାଏ । ଏହାର ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ତ୍ୱଚାର କୌଣସି ସଂକ୍ରମଣରୁ ରକ୍ଷା କରିଥାଏ ।
୪. ସାଧାରଣ ଥଣ୍ଡାରୁ ମଧ୍ୟ କଞ୍ଚାଲଙ୍କା ସାହାଯ୍ୟ କରିଥାଏ । ଏଥିରେ ଥିବା କ୍ୟାପେସିସ ନାକରେ ବାନ୍ଧି ହୋଇରହିଥିବା ମ୍ୟୁକସ ପତଳା ହୋଇବାହାରିଯାଇଥାଏ ।
୫. ଏଥିରେ ଥିବା ଭିଟାମିନ ସି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏବଂ ଆଣ୍ଟି-ଅକ୍ସିଡାଣ୍ଟ କ୍ୟାନସର କୋଷ ସହିତ ଯୁଦ୍ଧ କରିବାରେ ସାହାଯ୍ୟ କରିଥାଏ ।
୬. ଏହା ଶରୀରରେ ଭିଟାମିନ ଏର ମାତ୍ରାକୁ ବୃଦ୍ଧି କରିଥାଏ ।
୭. ଏହା ହଜମ କ୍ରିୟାକୁ ବୃଦ୍ଧି କରି କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।
୮. ଏଥିରେ ଥିବା ଭିଟାମିନ କେ ଶରୀରରେ ରକ୍ତର ଜମାଟକୁ ଖୋଲିବା ସହିତ ହାଡ ଶକ୍ତ ଏବଂ କିଡନୀଜନିତ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।
୯. ଏହାର ଆଣ୍ଟି-ଇନଫ୍ଲାମେଟୋରି ଗୁଣ ଆର୍ଥରାଇଟିସ, ଓଷ୍ଟିଓଥିରୋସିସ ପରି ରୋଗରୁ ମୁକ୍ତି ପ୍ରଦାନ କରିଥାଏ ।
୧୦. ରାତିରେ ଗୋଟିଏ ଗ୍ଲାସରେ ୨ଟି କଞ୍ଚାଲଙ୍କା ଭିଜାଇ ସକାଳୁ ଏହି ପାଣି ପିଇବା ଦ୍ୱାରା ଶରୀରରେ ରକ୍ତ ଶର୍କରାର ନିୟନ୍ତ୍ରଣ ହୋଇଥାଏ ।
ଏହାର କିଛି ଅପକାରିତା ମଧ୍ୟ ରହିଛି । ଦିନକୁ ୧ରୁ ୨ଟି କଞ୍ଚାଲଙ୍କା ଖାଇବା ଉଚିତ । ଏହାର ଅଧିକ ସେବନ ଦ୍ୱାରା ପେଟର ସମସ୍ୟା ସହିତ ଆର୍ଲଜି ପରି ସମସ୍ୟା ଦେଖାଯାଇଥାଏ ।

 


Share It

Comments are closed.